୧୨ ବର୍ଷ ପରେ ଗୁରୁ ସୃଷ୍ଟି କଲେ ବିପରୀତ ରାଜ ଯୋଗ, ବର୍ତ୍ତମାନ ଏହି ୫ ରାଶିର ଲୋକ ହେବେ ମାଲାମାଲ,ବର୍ଷିବ ପ୍ରବଳ ଧନ

0

Get real time updates directly on you device, subscribe now.

ଭାଗ୍ୟ ଭବିଷ୍ୟ ଓ କର୍ମଫଳ ମନୁଷ୍ୟ ଜୀବନ ଉପରେ ଆଧାରିତ । ମନୁଷ୍ୟ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କର୍ମଫଳ ଦ୍ଵାରା ପରିଚାଳିତ ହୋଇଥାଏ । ଏହି ସଂସାରରେ ବାର ଗୋଟି ରାଶି ଉପରେ ମଣିଷର ଭାଗ୍ୟ ଭବିଷ୍ୟ ନିର୍ଦ୍ଧାରିତ । ନିଜର ପୂର୍ବଜନ୍ମର କର୍ମଫଳ ଦ୍ଵାରା ମନୁଷ୍ୟ ନିଜ ଜୀବନକୁ ଭୋଗ କରିଥାଏ ।

ପୂର୍ବଜନ୍ମ କର୍ମଫଳ ଦ୍ଵାରା ମନୁଷ୍ୟ ଏହି ଜନ୍ମରେ ସୁଖ ତଥା ଦୁଃଖ ଭୋଗ କରିଥାଏ । ମନୁଷ୍ୟ ଜୀବନ ଚକ୍ରରେ ଅନେକ ବିଡମ୍ବନା ମଧ୍ୟ ଦେଖିବାକୁ ମିଳିଥାଏ । ଏହିସବୁ ବାଧା ବିଘ୍ନ ବିଡମ୍ବନାରୁ ନିସ୍ତାର ପାଇବା ପାଇଁ ମଣିଷ ଅନେକ ପୂଜା ଅର୍ଚ୍ଚନା କରିଥାଏ । ଏଥି ସହ ଜ୍ୟୋତିଷ ଆଦିର ସହାୟତା ମଧ୍ୟ ଲୋଡ଼ିଥାନ୍ତି । ହିନ୍ଦୁ ଶାସ୍ତ୍ର ପରମ୍ପରାରେ ଜ୍ୟୋତିଷ ଶାସ୍ତ୍ରର ଅନେକ ପ୍ରାଧାନ୍ୟ ମାନ୍ୟତା ରହିଥାଏ ।

ଦେବ ଗୁରୁ ବୃହସ୍ପତି ସମସ୍ତ ଗ୍ରହର ଗୁରୁ ଭାବରେ ବିବେଚନା କରାଯାଏ । ଯେତେବେଳେ ମଧ୍ୟ ସେ ଗୋଚର କରନ୍ତି, ୧୨ଟି ରାଶିର ଜାତକ ଉପରେ ବହୁତ ପ୍ରଭାବ ପଡ଼ିଥାଏ । ଏହି ସମୟରେ ଅନେକ ପ୍ରକାରର ଶୁଭ ଯୋଗ ମଧ୍ୟ ସୃଷ୍ଟି ହୁଏ । ୧୨ ବର୍ଷ ପରେ ବୃହସ୍ପତି ଏପ୍ରିଲ ୨୮ରେ ମୀନରୁ ମେଷ ରାଶିରେ ପ୍ରବେଶ କରିଛନ୍ତି ।

ଗୁରୁଙ୍କର ଏହି ଗୋଚରରୁ ବିପରୀତ ରାଜ ଯୋଗ ସୃଷ୍ଟି କରିବ । ଜ୍ୟୋତିଷ ଶାସ୍ତ୍ରରେ, ଏହି ରାଜ ଯୋଗକୁ ବହୁତ ଶୁଭ ବୋଲି ମନେ କରାଯାଏ |।ଏହାର ପ୍ରଭାବ ୫ଟି ରାଶି ଉପରେ ଦେଖାଯିବ ଓ ସେମାନଙ୍କର ଭାଗ୍ୟ ଚମକିବା ହେବା ଆରମ୍ଭ କରିବ ।

୧.ମିଥୁନ ରାଶି :-

ଦେବଗୁରୁ ବୃହସ୍ପତିଙ୍କ ମେଷ ରାଶିରେ ଗୋଚରରୁ ମିଥୁନ ରାଶିକୁ ପ୍ରବେଶ କଲେ ମିଥୁନ ରାଶି ଲୋକଙ୍କୁ ବିଶେଷ ଲାଭ ହେବ । ଭାଗ୍ୟ ସେମାନଙ୍କ ସାଥ୍ ଦେବାରୁ ସେମାନଙ୍କର ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଅଗ୍ରଗତି ହେବ ଓ ଚାକିରିରେ ପଦୋନ୍ନତି ହେବା ସହ ଭାଗ୍ୟ ପରିବର୍ତ୍ତନ ହେବ।

୨.ତୁଳା ରାଶି:-

ବୃହସ୍ପତିଙ୍କ ଏହି ଗୋଚର ତୁଳା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ବୃହସ୍ପତି ଏହି ରାଶିର ଲୋକଙ୍କୁ ଚାକିରିରେ ଅଗ୍ରଗତି କରାଇବେ । ବ୍ୟବସାୟରେ ଲାଭ ହେବ । ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂରା ହେବ । ନୂତନ ଆୟର ଉତ୍ସ ପାଇ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।

୩.କର୍କଟ ରାଶି :-

ବୃହସ୍ପତି ଗୋଚର କର୍କଟ ରାଶିର ଲୋକଙ୍କ ପାଇଁ ଏକ ଖୁସି ଖବର ଆଣି ଦେବ । ଭାଗ୍ୟ ଆପଣଙ୍କ ସହିତ ସାଥ ଦେବା ଏବଂ କ୍ୟାରିୟର ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ପାଇବେ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଆପଣଙ୍କ ଭାଗ୍ୟ ସହ କର୍ମ କ୍ଷେତ୍ରରେ ପ୍ରତିଷ୍ଠା ବଜାୟ ରଖିବେ।

୪.କନ୍ୟା ରାଶି:-

କନ୍ୟା ରାଶିର ଲୋକମାନେ ବୃହସ୍ପତିଙ୍କ ଗୋଚରରୁ ମଧ୍ୟ ଲାଭ ପାଇବେ । ନୂଆ ବର୍ଷରେ ଆପଣ ଯେକୌଣସି କାମରେ ହାତ ରଖିଲେ ଆପଣ ସଫଳତା ପାଇବେ । ଦାମ୍ପତ୍ୟ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଯିବ । ସାମାଜିକ ସମ୍ମାନରେ ବୃଦ୍ଧି ଘଟିବ ।

୫. ମୀନ ରାଶି :-

ଦେବଗୁରୁ ମୀନ ରାଶି ଛାଡି ମେଷ ରାଶିରେ ପ୍ରବେଶ କରିବେ, କିନ୍ତୁ ମୀନ ରାଶିକୁ ବହୁତ ଲାଭ ଦେବେ । ତାଙ୍କର ଗୋଚର ଯୋଗୁଁ ଏହି ରାଶିର ଲୋକମାନେ ଆର୍ଥିକ ଲାଭ ପାଇବେ । ବଡ଼ ଅର୍ଡର ପାଇବା ଦ୍ୱାରା ବ୍ୟବସାୟୀମାନେ ଲାଭ ପାଇବେ । ଚାକିରି କରୁଥିବା ଲୋକଙ୍କ ଜୀବନ ସୁଖଦାୟକ ହେବ ।

Leave A Reply

Your email address will not be published.