ସାଧାରଣ ଲୋକଙ୍କ ପାଇଁ ଖୁସି ଖବର : LPG ସିଲିଣ୍ଡରରେ ବଡ ଧରଣର ହ୍ରାସ, ଜାଣନ୍ତୁ କଣ ରହିଛି ନୂଆ ମୂଲ୍ୟ

0

Get real time updates directly on you device, subscribe now.

ସାଧାରଣ ଜନତାଙ୍କୁ ମେ 1 ତାରିଖ ଶ୍ରମିକ ଦିବସ ଅବସରରେ ମିଳିଛି ଏକ ବଡ଼ ରିହାତି। ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ 171.50 ଟଙ୍କା ହ୍ରାସ କରିଛନ୍ତି। 1 ମେ 2023 ତାରିଖ ଅର୍ଥାତ ଆଜି ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର ଜାରି କରିଦେଇଛନ୍ତି।

ଆଜି ବ୍ୟବସାୟିକ ସିଲିଣ୍ଡର ଦରରେ 171.50 ଟଙ୍କା ହ୍ରାସ ଘଟିଥିବାବେଳେ ସେପଟେ କ୍ରମାଗତ ଦ୍ୱିତୀୟ ମାସ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ। ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଶେଷ ପରିବର୍ତ୍ତନ ମାର୍ଚ୍ଚ ମାସରେ ହୋଇଥିଲା।

ସେତେବେଳେ ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ମୂଲ୍ୟରେ 50 ଟଙ୍କା ବୃଦ୍ଧି କରିଥିଲେ। ଅନ୍ୟପକ୍ଷରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ହ୍ରାସ ଘଟିଛି। ଗତ ମାର୍ଚ୍ଚ 1 ତାରିଖରେ ଘରୋଇ ସିଲିଣ୍ଡର ଦରରେ 50 ଟଙ୍କା ବୃଦ୍ଧି ଘଟିଥିବାବେଳେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ 350.50 ଟଙ୍କାର ବୃଦ୍ଧି ଘଟିଥିଲା।

ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ନୂଆ ଦର 1856.50 ଟଙ୍କାରେ ମିଳିବ। ଗତ ମାସରେ ଏହି ଦର 2028 ଟଙ୍କା ଥିଲା। ସେହିପରି କୋଲକାତାରେ 1960.50 ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ। ଯାହା ପୂର୍ବେ 2132 ଟଙ୍କାରେ ମିଳୁଥିଲା।

ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର 1808.50 ଟଙ୍କାରେ ମିଳିବ। ଯାହା ପୂର୍ବେ 1980 ଟଙ୍କା ଥିଲା। ସେହିପରି ଚେନ୍ନାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର 2021.50 ଟଙ୍କାରେ ମିଳିବ। ପୂର୍ବେ ଯାହା 2192.50 ଟଙ୍କାର ଦରରେ ମିଳୁଥିଲା।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ ହ୍ରାସ ଘଟିଛି। ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର 2132 ଟଙ୍କା ଥିଲା, ଯାହା ବର୍ତ୍ତମାନ 1960.50 ଟଙ୍କା ଦରରେ ମିଳିବ। ଚଳିତ ମାସର ପ୍ରଥମ ଦିନରେ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ ।

ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ 1103 ଟଙ୍କା ରହିଛି। ଏହା ବ୍ୟତୀତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ 1129 ଟଙ୍କାରେ ମିଳୁଛି। ସେହିପରି ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ 2129 ଟଙ୍କା ରହିଛି।

ଏହି କ୍ରମରେ ମୁମ୍ବାଇରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର 1102 ଟଙ୍କା ଅଛି। ଚେନ୍ନାଇରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ 1111.50 ଟଙ୍କାରେ ମିଳୁଛି। ଏହା ପୂର୍ବେ ଗତବର୍ଷ ଜୁଲାଇ 6ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଥିଲା।

ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି। ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ। ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି। ଅବଶ୍ୟ ଏବେ ଏହାର ମୂଲ୍ୟ ସ୍ଥଗିତ ରହିଛି କିନ୍ତୁ ତଥାପି ଏହା ଅତ୍ୟନ୍ତ ମହଙ୍ଗା ଅଟେ।

Leave A Reply

Your email address will not be published.