ଶନିଙ୍କ ବକ୍ରୀ ଗତିରେ ଏହି ୫ଟି ରାଶି ଉପରେ ପଡିବ ଖରାପ ପ୍ରଭାବ । ଏବେଠୁ ଜାଣିନେଇ ସତର୍କ ରୁହନ୍ତୁ ।

0

Get real time updates directly on you device, subscribe now.

ବନ୍ଧୁଗଣ ଗ୍ରହମାନଙ୍କର ପରିବର୍ତ୍ତନ ମଣିଷ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଅନେକ ସମୟରେ ଲାଭ ମିଳିଥିବା ବେଳେ ଅନେକ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ପ୍ରତ୍ୟେକ ଗ୍ରହ ଏକ ନିଶ୍ଚିତ ସମୟମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଦ୍ୱାରା ଅନେକ ଯୋଗ ପଡିଥାଏ । ତେବେ ମଣିଷ ଜୀବନରେ ଚିନ୍ତା ଏବଂ ସମସ୍ୟାରୁ ମୁକ୍ତ ରହିବାକୁ ଚାହେଁ ।

କିନ୍ତୁ ଗ୍ରହମାନଙ୍କର ଏଭଳି ଚଳଣୀ ଯୋଗୁଁ ନକାରାତ୍ମକ ଯୋଗ ଆପଣଙ୍କ ହସଖୁସି ଜୀବନରେ ସମସ୍ୟା ମାଡିବସେ । ଖାସ କରି ଶନି ଦେବ ଙ୍କ ସ୍ଥିତି ରେ ଲୋକ ମାନେ ବେଶୀ ଭୟ କରିଥାନ୍ତି । ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା । ଶନି ଦେବଙ୍କ କୋପ ଦୃଷ୍ଠିରୁ କେହିବି ତ୍ରାହି ପାରି ନାହାନ୍ତି ।

ଶନି ଦେବଙ୍କ ଶରଣ ନେଲେ ରୋଗ, ଦୋଷ, ପାପ ମୋଚନ ହୋଇଥାଏ । ଉଚିତ କର୍ମ କଲେ ଶନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କର ପୂଜା ପାଇଁ ଅନେକ ନିୟମ ରହିଛି । ପ୍ରତିବର୍ଷ ଅନ୍ୟ ଦେବଦେବୀଙ୍କ ଭଳି ଶନିଦେବଙ୍କ ର ମଧ୍ୟ ପୂଜା କରାଯାଏ ।

ତେବେ ନବଗ୍ରହ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ର ଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ବକ୍ରୀ ଗତି ମାନେ ବିପରୀତ ଗତି କରିଥାନ୍ତି । ଏମିତିରେ ୬ଟି ଗ୍ରହ ଯେଉଁ ଘରେ ଥାନ୍ତି ବକ୍ରୀ ଗତି ରେ ସେମାନେ ତାର ପୂର୍ବ ଘରକୁ ଚାଲି ଆସନ୍ତି । ତେବେ ଏହା ମଧ୍ୟ କିଛି ସମୟ ପାଇଁ ହୋଇଥାଏ ।

ଆଉ ଏହି ସମୟରେ ସମସତେ ପ୍ରାୟ ସତର୍କ ରହିବ ଉଚିତ । ଖାସ କରି ଶନି ଦେବ ବକ୍ରୀ ଗତି କଲେ ଲୋକଙ୍କୁ କର୍ମ ଅନୁଯାୟୀ ଫଳ ମିଳିଯାଏ । ପ୍ରାୟ ହିନ୍ଦୁ ଧର୍ମାବଲମ୍ବି ରାଶି, ନକ୍ଷେତ୍ର ଓ ଗ୍ରହ ଚଳନ ଉପରେ ଖୁବ୍‌ ବିଶ୍ୱାସ କରିଥାନ୍ତି ।

ବିଶ୍ୱାସ ରହିଛି ଯେ ଗ୍ରହ ଚଳନ ଦ୍ୱାରା ଆମର ଜୀବନଶୈଳିରେ ପରିବର୍ତ୍ତନ ଆସିଥାଏ । ଜୀବନରେ ଘଟୁଥିବା ଭଲ ମନ୍ଦ ଆଦି ଏହି ଗ୍ରହଚଳନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏହି କ୍ରମରେ ଜ୍ୟୋତିଶ ଶାସ୍ତ୍ର ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଏହି ଖବର ନିହାତି ଜରୁରୀ

ଜ୍ୟୋତିର୍ବିତଙ୍କ ମତରେ ଶନିଙ୍କ ବିପରୀତ ଗତି ଯୋଗୁ ୫ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ସଂକଟ ଦେଖାଦେବ । ଶନିଙ୍କ ବିପରିତ ଗତି ୧୭ ଜୁନରେ ହେବ । ଏହାର ପ୍ରଭାବ ନଭେମ୍ବର ୪ ପର୍ଯ୍ୟନ୍ତ ୫ରାଶି ବ୍ୟକ୍ତିଙ୍କ ଜୀବନରେ ରହିବ । ସେହି ୫ ରାଶି ଗୁଡ଼ିକ ହେଲେ, ମେଷ ରାଶି, ବୃଷ ରାଶି, କର୍କଟ ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି ।

Leave A Reply

Your email address will not be published.