ଜିଓର ନୂଆ ଦମଦାର ପ୍ଲାନ : ମାତ୍ର ୮୯୫ ଟଙ୍କାରେ ମିଳୁଛି ୧୧ ମାସ ଯାଏ ଅନଲିମିଟେଡ ଫାଇଦା ।

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ ।

ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ୟୁଜର୍ସଙ୍କୁ ବହୁତ ଶସ୍ତା ପ୍ଲାନ ଅଫର କରିଥାଏ । ତେଣୁ ଜିଓ ରିଚାର୍ଜ ପ୍ଲାନକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ ।ଭାରତରେ ଶସ୍ତା ଇଣ୍ଟରନେଟ ପ୍ଳାନ ଦେବା ପାଇଁ ଜିଓ ନାମ ପ୍ରଥମରେ ଆସେ । ଏବେ ଜାଣି ରଖନ୍ତୁ ଯେ ଜିଓର ଏବେ ଏକ ନୂଆ ପ୍ଳାନ ଆସିଛି ।

ଯାହା ୧୧ ମାସର ଦୀର୍ଘତମ ବୈଧତା ସହିତ ବଜାରକୁ ଆସୁଛି । ଏହାର ଦାମ ମଧ୍ୟ କମ ରହିଛି । ଯଦି ଆପଣ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତ ତେବେ ଶୀଘ୍ର ଜାଣିନିଅନ୍ତୁ । ଶସ୍ତା ଦାମରେ ପ୍ରାୟ ଅନେକ ଟେଲିକମ କମ୍ପାନୀ ନୂଆ ନୂଆ ପ୍ଳାନ ଆଣିଥାନ୍ତି । ଏଥିରେ ରିଲାଏନ୍ସ ଜିଓ ଟେଲିକମ କମ୍ପାନୀ ରେସ୍‌ ରେ ପ୍ରଥମରେ ରହିଛି ।

ଆଜି ବି ଗ୍ରାହକ ମାନେ ରିଲାଏନ୍ସ ଜିଓ କୁ ବେଶି ପସନ୍ଦ କରୁଛନ୍ତି । ଏବେ ଏହାର ନୂଆ ପ୍ଲାନରେ ୧୧ ମାସର ବୈଧତା ଆସୁଛି । ଯାହାକି ପାଖାପାଖି ବର୍ଷେକୁ ଧର । ଏହାର ଦାମ ରହିଛି ମାତ୍ର ୮୯୫ ଟଙ୍କା । ରିଲାଏନ୍ସ ଜିଓର ୮୯୫ ଟଙ୍କା ପ୍ଳଶନରେ ଆପଣଙ୍କୁ ବେନିଫିଟ୍ସ ବଢ଼ିଆ ମିଳିବ । ଜିଓର ଏହି ପ୍ଳାନରେ କଷ୍ଟମର୍ସକୁ ୨୮ ଦିନର ୧୨ ସାଇକିଲ ପ୍ଲାନ ଦିଆଯାଉଛି ।

ବିନା କିଛି ସମସ୍ୟାରେ ଏହି ପ୍ଳାନରେ ଆପଣଙ୍କୁ ୩୩୬ ଦିନ ପର୍ଯ୍ୟନ୍ତ ଲଗାତାର ଭାବେ ସୁବିଧା ମିଳିବ । ୧୧ ମାସର ଏହି ପ୍ଳାନରେ ଆପଣଙ୍କୁ ୨ଜିବି ଡାଟା ୨୮ ଦିନ ପାଇଁ ମିଳିବ । ଯାହାର ସ୍ପିଡ଼ ଅଧିକ ରହିବ । ଏଭଳି ଆପଣଙ୍କୁ ପ୍ରତି ମାସରେ ୧୨ ସାଇକିଲରେ ପ୍ଲାନ ଦିଆଯିବ । ମନେ ରଖନ୍ତୂ ଯେ ଏହି ପ୍ଲାନରେ ଆପଣଙ୍କୁ ମୋଟ ୨୪ ଦିନ ପାଇଁ ଡାଟା ମିଳିବ ।

ଏବେ ଜାଣନ୍ତୁ କଣ ମିଳିବ ଫାଇଦା । ସୂଚନା ଅନୁସାରେ ଯେବେ ଏହି ପ୍ଲାନର ୨ ଜିବି ଡାଟା ଶେଷ ହୋଇଯିବ ସେତେବେଳେ ଆପଣଙ୍କ ଡାଟା ସ୍ପିଡ଼ କମିଯିବ।୬୪କେବିପିଏସରେ ଏହା ଚାଲିବ । ଏହି ପ୍ଳାନରେ ଆପଣଙ୍କୁ ଫ୍ରି ଭଏସ୍‌ କଲିଂର ସୁବିଧା ମିଳିବ ।

ଏଥିରେ ଆପଣ ଯେକୌଣସି ନେଟଓ୍ଵାର୍କକୁ ମାଗଣାରେ କଲ କରିପାରିବେ । ଏଥିରେ ଆପଣଙ୍କୁ ମେସେଜ ସୁବିଧା ମିଳିବ । ଆପଣ ୫୦ଟି ମେସେଜ ୨୮ ଦିନ ପାଇଁ ବ୍ୟବହାର କରି ପାରିବେ । ମନେ ରଖନ୍ତୁ ଯେ ଜିଓ ପାଖରେ ଏହାଠାରୁ କମ ପ୍ଳାନ ନାହିଁ । ଏହା ୧୧ ମାସର ବୈଧତା ପ୍ରଦାନ କରୁଛି । ଆପଣ ଏହାକୁ କିଣିବା ପରେ କମ୍ପାନୀ ୩ ମାସର ଡିଜନି ପ୍ଲସ ହଟଷ୍ଟାରର ସବସ୍କ୍ରିପସନ ମୋବାଇଲ ୟୁଜରଙ୍କ ପାଇଁ ଫ୍ରି ରହିବ ।

Leave A Reply

Your email address will not be published.