ଏମ୍ସରେ ଚାକିରି କରିବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର। ଏମ୍ସରେ ବିଭିନ୍ନ ପଦ ପାଇଁ ସରକାରୀ ଚାକିରିର ଅଧିସୂଚନା ଜାରି କରାଯାଇଛି। ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା, ବିଲାସପୁରରେ ଅନେକ ପଦବୀ ଖାଲିପଡିଛି। ଏଠାରେ ଷ୍ଟାଫ ନର୍ସ ଏବଂ ପର୍ସନାଲ ଆସିଷ୍ଟାଣ୍ଟ ସହିତ ଅନେକ ପଦବୀ ଖାଲିପଡିଛି। ଏହି ପଦବୀ ପାଇଁ ପ୍ରାର୍ଥୀ ରେଜିଷ୍ଟ୍ରେଟ୍ ଡାକ ଜରିଆରି ୨୮ ଏପ୍ରିଲ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିଜର ଆବେଦନ କରିପାରିବେ। ଏଠାରେ ୩୪ଟି ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ aiimsbilaspur.edu.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।
ପଦବୀ ବିବରଣୀ : ୩୪
ଷ୍ଟାଫ ନର୍ସ ଗ୍ରେଡ ୧: ୨୦
ମେଡିକାଲ ସୁପରିଡେଣ୍ଡେଣ୍ଟ: ୧
ଫାଇନାନ୍ସିଆଲ ଆଡଭାଇଜର: ୧
ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ ଏଗ୍ଜାମିନେସନ: ୧
ଆକାଉଣ୍ଟ ଅଫିସର: ୧
ଲାଇବ୍ରେରିଆନ: ୧
ପର୍ସନାଲ ଆସିଷ୍ଟାଣ୍ଟ : ୨
ନର୍ସିଂ ସୁପରିଟେଣ୍ଡେଣ୍ଟ: ୨
ଏଗ୍ଜିକ୍ୟୁଟିଭ ଇଂଜିନିୟର (ସିଭିଲ): ୧
ଏଗ୍ଜିକ୍ୟୁଟିଭ ଇଂଜିନିୟର(ଇଲେକ୍ଟ୍ରିକାଲ) :୧
ଜୁନିଅର ଆଡମିନିଷ୍ଟ୍ରେଟିଭ ଅଫିସର: ୧
ହଷ୍ଟେଲ ଓ୍ଵାଡେନ: ୨
ଜରୁରୀ ତାରିଖ:-
ଆବେଦନ କରିବାର ତାରିଖ ୨୯ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ସମୟରେ ଶେଷ ୨୮ ଏପ୍ରିଲ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି।
ଶିକ୍ଷାଗତ ଯୋଗ୍ୟତା:-
ଷ୍ଟାଫ ନର୍ସ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ନିକଟରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ବିଏସସି ନର୍ସିଂ କିମ୍ବା ପୋଷ୍ଟ ବେସିକ ନର୍ସିଂ ଡିଗ୍ରୀ ରହିଥିବା ଜରୁରୀ। ହଷ୍ଟେଲ ଓ୍ଵାଡେନ ପଦବୀ ପାଇଁ ଆବେଦନକାରୀଙ୍କ ପାଖରେ ଗ୍ରାଜୁଏସନ ଡିଗ୍ରୀ ରହିଥିବା ଜରୁରୀ। ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
ବୟସର ସୀମା:-
ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଅଧିକତମ ବୟସ ୫୬ ବର୍ଷ ହେବା ଆବଶ୍ୟକ।
ଆବେଦନ କରିବେ କେମିତି:-
ଆବେଦନକାରୀ ନୋଟିଫିକେସନ ସହ ଆବେଦନ ଫର୍ମକୁ ଡାଉନଲୋଡ କରି ପୂରଣ କରିପାରିବେ। ଆବେଦନ ଫର୍ମକୁ ପୂରଣ କରିବା ପରେ ନିମ୍ନଲିଖିତ ଠିକଣାରେ ସ୍ପିଡ ପୋଷ୍ଟ କରିବା ପାଇଁ ହେବ।
Deputy Director (Administration), All India Institute of Medical Sciences, Bilaspur, Himachal Pradesh 174001.
I want a job as a freshers but I have knowledge about the above mentioned comments.