ଆମ୍ବ କିଣିବା ସମୟରେ ଏହି କଥାକୁ ରଖନ୍ତୁ ଧ୍ୟାନ, ଏହି ଉପାୟରେ ଜାଣନ୍ତୁ ଆମ୍ବ ଖଟା କି ମିଠା

0

Get real time updates directly on you device, subscribe now.

ଆମ୍ବକୁ ଫଳର ରାଜା ବୋଲି କୁହାଯାଏ। ଏହା ସ୍ୱାଦରେ ଅତ୍ୟନ୍ତ ମିଠା ଅଟେ। କିନ୍ତୁ ବେଳେବେଳେ ଏହା ଏତେ ଖାତା ହୋଇଯାଏ ଯେ ଆମେ ଫୋପାଡିବାକୁ ବାଧ୍ୟ ହୋଇଥାଉ। ତେବେ ସମସ୍ତେ କଞ୍ଚା ଆମ୍ବର ଖଟା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ ପାଚିଲା ଆମ୍ବର କେହି ବି ଖଟା ତିଆରି କରନ୍ତି ନାହିଁ। କାରଣ ଏହା ସ୍ୱାଦକୁ ଖାରପ କରିଦିଏ।

ଏପରି ପରିସ୍ଥିତିରେ ଆମ୍ବ କିଣିବା ସମୟରେ ଆପଣ ନିଶ୍ଚିତ ଭାବୁଥିବେ ଯେ ଆପଣ କିଣୁଥିବା ଆମ୍ବକୁ କାଟିବା ପରେ ମଧ୍ୟ ସେଗୁଡ଼ିକ ଯେପରି ରସଯୁକ୍ତ ଏବଂ ମିଠା ହୋଇଥାଉ। କିନ୍ତୁ ଆମ୍ବକୁ କେବଳ ଦେଖିବା ଏବଂ ଛୁଇଁବା ଦ୍ୱାରା ତ ତାହା ଖଟା କି ମିଠା ବୋଲି ଜାଣି ହେବନାହିଁ। ତେବେ ଆସନ୍ତୁ କିଛି ଉପାୟ ବିଷୟରେ ଜାଣିବା ଯାହା ଦ୍ୱାରା ଆମ୍ବ ଖଟା କି ମିଠା ଆପଣ ସଂଗେ ସଂଗେ ଜାଣି ପାରିବେ।

– ଆମ୍ବକୁ ପ୍ରଥମେ ଛୁଇଁକି ଦେଖନ୍ତୁ। ଯଦି ଆମ୍ବ ଛୁଇଁବା ପରେ ନରମ ଲାଗୁଥାଏ ତେବେ ଏହା ପାଚିଲା ଆମ୍ବ। କିନ୍ତୁ ଯଦି ଅଧିକ ନରମ ହୋଇଥାଏ ତେବେ ତାହାକୁ ଆପଣ ଆଉ ଖାଇ ପାରିବେ ନାହିଁ।

-ଆମ୍ବକୁ ଅତି ନିକଟରୁ ଶୁଘନ୍ତୁ। ଯଦି ଆମ୍ବରୁ ମିଠା ସପୁରୀ କିମ୍ବା ତରଭୁଜର ବାସ୍ନା ଆସୁଛି, ତେବେ ଏହା ପାଚିଲା ଏବଂ ମିଠା ହୋଇଥିବ।

– ଫୁଟବଲ ପରି ଫୁଲା ଫୁଲା ଦେଖାଯାଉଥିବା ଆମ୍ବ ପ୍ରାୟତଃ ମିଠା ହୋଇଥାଏ। ଅତ୍ୟଧିକ ପତଳା ଏବଂ ଅତ୍ୟଧିକ ନରମ ହୋଇଯାଇଥିବା ଆମ୍ବକୁ ନିଅନ୍ତୁ ନାହିଁ।

-ଆମ୍ବକୁ ଶୁଙ୍ଘିକି ଦେଖନ୍ତୁ କି ଏଥିରେ କୌଣସି ପ୍ରକାରର ରାସାୟନିକ, ଅଲ୍କୋହଲ କିମ୍ବା ଔଷଧର ଗନ୍ଧ ଆସୁଛି କି ନାହିଁ। କାରଣ ଆମ୍ୱକୁ ରାସାୟନିକ ସାହାଯ୍ୟରେ ଉତ୍ପାଦନ ଏବଂ ବଡ଼ କରାଯାଇଥାଏ। ସେଗୁଡ଼ିକ ପ୍ରାକୃତିକ ହୋଇ ନଥାଏ ।

-ବିଭିନ୍ନ ପ୍ରକାରର ଆମ୍ବ ବିଷୟରେ ଆପଣ ଜାଣିଥିଲେ ହିଁ କିଣନ୍ତୁ। ଉଦାହରଣ ସ୍ୱରୂପ ଯେପରିକି ଅତୋଲଫୋ ଆମ୍ବ ସଂପୂର୍ଣ୍ଣ ଭାବେ ପାଚିବା ପୂର୍ବରୁ କୁଞ୍ଚିତ ଏବଂ ନରମ ହୋଇଥାଏ।

– ଫ୍ରାନ୍ସିସ୍ ଆମ୍ବ ପାଚିଲା ପରେ ମଧ୍ୟ ହାଲୁକା ସବୁଜ ଦେଖାଯାଏ। ଯେତେବେଳେ ସଂପୂର୍ଣ୍ଣ ପାଚିଯାଏ ଏହା ହଳଦିଆ ସୁନେଲି ରଙ୍ଗ ହୋଇଯାଏ।

-ସେହିପରି ଆଉ ଏକ ଆମ୍ବ ହେଉଛି ହେଡେନ ଆମ୍ୱ। କିନ୍ତୁ ହେଡେନ ଆମ୍ବ ବିଭିନ୍ନ ପ୍ରକାରର ଅଛି। ପ୍ରାୟତଃ ଏପ୍ରିଲ୍ ଏବଂ ମେ ମାସରେ ଏହି ଆମ୍ବ ମିଳିଥାଏ। ଏହି ଆମ୍ବ ଗୁଡିକ ସାମାନ୍ୟ ଓଭାଲ୍ ଏବଂ ଗୋଲାକାର ହୋଇଥାଏ।

Leave A Reply

Your email address will not be published.