ବାହାରିଲା ପରୀକ୍ଷା ଫଳ, ପରୀକ୍ଷା ଖରାପ କରିଥିବାରୁ ଆ-ତ୍ମହ-ତ୍ୟା କଲେ ୯ ଛାତ୍ରଛାତ୍ରୀ

0

Get real time updates directly on you device, subscribe now.

ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭା-ଵନୀୟ ମାମ-ଲା। ପରୀକ୍ଷା ଫଳ ବାହାରିବା ପରେ ଆ-ତ୍ମହ-ତ୍ୟା କଲେ 9 ଜଣ ଛାତ୍ରଛାତ୍ରୀ। ପରୀକ୍ଷାରେ ଭଲ ଫଳାଫଳ ନ ଆସିବାରୁ 48 ଘଣ୍ଟା ମଧ୍ୟରେ 9 ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ଘ-ଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କିଏ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡିଲା ତ କିଏ ଘର ଭିତରେ ଫା-ସି ଲଗାଇ ଝୁଲି ପଡ଼ିଲେ। ତେବେ ସେହିପରି କିଛି ଛାତ୍ରଛାତ୍ରୀ କୀଟନାଶକ ପିଇ ଆ-ତ୍ମହ-ତ୍ୟା କରିଛନ୍ତି। ତେବେ ସୂଚନା ଅନୁସାରେ ବୁଧବାର ଦିନ ଆନ୍ଧ୍ରପ୍ରଦେଶ ବୋର୍ଡର ମଧ୍ୟବର୍ତ୍ତୀ ପରୀକ୍ଷା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ବାହାରିଥିଲା।

ତେବେ ପରୀକ୍ଷାରେ ଖରାପ କରିଥିବା କିଛି ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ଦେଖି ଟେନ୍‌ସନ୍‌ରେ ଆସିଯାଇଥିଲେ। ଶେଷରେ ଆ-ତ୍ମହ-ତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ଆଉ 2 ଜଣ ଛାତ୍ର ଆ-ତ୍ମହ-ତ୍ୟା ଉଦ୍ୟମ କରିଥିବା କୁହାଯାଉଛି।

ଏହି ଦ୍ଵାଦଶ ପରୀକ୍ଷାରେ ପାଖାପାଖି 10 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ଏକାଦଶ ପରୀକ୍ଷାର ପାସ୍‌ ହାର 61% ଥିବାବେଳେ ଦ୍ୱାଦଶ ଶ୍ରେଣୀର ପାସ୍‌ ହାର 72% ରହିଛି। ଶ୍ରୀକାକୁଲମ୍‌ ଜିଲ୍ଲାରେ ମଧ୍ୟ ତରୁଣ ନାମକ ଜଣେ 17 ବର୍ଷୀୟ ଛାତ୍ର ଟ୍ରେନ୍‌ ସାମ୍ନାକୁ ଡେଇଁ ଜୀବନ ହାରିଛନ୍ତି।

ସେ ପ୍ରଥମ ବର୍ଷରେ ପଢ଼ୁଥିଲେ ଏବଂ ତାଙ୍କ ଘର ଡାଣ୍ଡୁ ଗୋପାଳପୁରମ୍‌ରେ। ଅଧିକାଂଶ ପେପର୍‌ରେ ତାଙ୍କର ଖରାପ ଫଳାଫଳ ଆସିଥିବାରୁ ଚିନ୍ତାରେ ଥିବା ତରୁଣ ଆ-ତ୍ମହ-ତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ସେହିପରି ଜଣେ 16 ବର୍ଷୀୟ ଜଣେ ଛାତ୍ରୀ ମାଲକାପୁରମ୍ ଥା-ନା ଅନ୍ତର୍ଗତ ତ୍ରିନାଧପୁରମ୍ ସ୍ଥିତ ଘରେ ନିଜ ଜୀବନ ହାରିଛନ୍ତି।

ସେହିପରି ବିଶା-ଖାପା-ଟଣାର କାଞ୍ଚାରାପାଲେମ୍ ସ୍ଥିତ ଘରେ ଜଣେ 18 ବର୍ଷୀୟ ଛାତ୍ର ଆ-ତ୍ମହ-ତ୍ୟା କରିଛନ୍ତି। ସେ ଦ୍ୱିତୀୟ ବର୍ଷର ଛାତ୍ର ଥିବାବେଳେ ଗୋଟିଏ ବିଷୟରେ ସେ ଫେଲ୍‌ ହୋଇଯାଇଥିଲେ। ଏହାବ୍ୟତୀତ ମୃ-ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ତୋର ଜିଲ୍ଲାର 17 ବର୍ଷ ବୟସର 2 ଜଣ ଛାତ୍ରଛାତ୍ରୀ ଅଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ହ୍ରଦକୁ ଡେଇଁ ଆ-ତ୍ମହ-ତ୍ୟା କରିଥିବା ବେଳେ ଆଉ ଜଣେ ଛାତ୍ର କୀ-ଟନା-ଶକ ପିଇ ଦେଇଛନ୍ତି। ସେହିପରି ଆଉ ଜଣେ 17 ବର୍ଷୀୟ ଛାତ୍ର ଘରେ ଜୀବନ ହାରିଛନ୍ତି। ତେବେ 48 ଘଣ୍ଟା ମଧ୍ୟରେ 9 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଖରାପ ହୋଇଥିବାକୁ ନେଇ ଆ-ତ୍ମହ-ତ୍ୟା କରିଥିବାରୁ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଳଟିଛି।

Leave A Reply

Your email address will not be published.