ଅଣ୍ଟା ବିନ୍ଧା ପାଇଁ ରାମବାଣ ହୋଇଥାଏ ଏହି ୫ଟି ସାମଗ୍ରୀ । ଖାଦ୍ୟରେ ସାମିଲ କରନ୍ତୁ, ଚୁଟକିରେ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ

0

Get real time updates directly on you device, subscribe now.

ଆଜିକାଲି ଅନେକଙ୍କ କ୍ଷେତ୍ରରେ ଅଣ୍ଟା, ପିଠି ଯନ୍ତ୍ରଣା ହେଉଥିବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଠାରୁ ଆରମ୍ଭ କରି , ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି ।

ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ବିଶେଷ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ମାତ୍ର ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ କିଛି ଖାଦ୍ୟ ଯାହା ଫଳରେ ପିଠି ଓ ଅଣ୍ଟା ଯନ୍ତ୍ରଣା ସମସ୍ୟାରୁ ସମ୍ପୂର୍ଣ ଭାବରେ ମୁକ୍ତି ପାଇ ପାରିବେ । ତେବେ ଏଭଳି ଯନ୍ତ୍ରଣାରୁ ମୁକ୍ତି ପାଇଁ ବ୍ୟାୟାମ ଯେତେ ଜରୁରୀ ତା ସହିତ ଡାଏଟ ରେ ଖାଦ୍ୟ ଗ୍ରହଣ କରିବା ସେତେ ଅଧିକ ଜରୁରୀ ଅଟେ ।

ଜୀବନଶୈଳୀରେ ବ୍ୟତୀକ୍ରମ ଓ ସୁସ୍ତିଆ ଜୀବନ ଯୋଗୁଁ ଲୋକମାନଙ୍କ ଅନେକ ସମସ୍ୟା ବଢିଯାଇଛି । ଅଣ୍ଟା, ମେରୁଦଣ୍ଡ, ବେକ ଯନ୍ତ୍ରଣା ଆଦି ଅତି ସାଧାରଣ । ଖାଲି ଏତିକି ନୁହେଁ ବୟସଜନୀତ ସମସ୍ୟା ମଧ୍ୟ ଆଜିକାଲି ଯୁବକମାନଙ୍କ କ୍ଷେତ୍ରରେ ଦେଖାଗଲାଣି । ତେବେ ଅଣ୍ଟାବିନ୍ଧା ଓ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ପ୍ରକାରର ଖାଦ୍ୟ ।

୧. ସବୁଜ ପନିପରିବା: ସବୁଜ ପନିପରିବାରେ ଭରି ରହିଥାଏ ପ୍ରାୟ ସବୁ ପ୍ରକାରର ପୋଷକ ତତ୍ତ୍ଵ । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆବଶ୍ୟକ ଭିଟାମିନ୍ କେ, କ୍ୟାଲସିୟମ୍, ଆଇରନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସବୁ ପନିପରିବାରେ ଭରପୂର ଥାଏ । ତେଣୁ ହାଡକୁ ମଜବୁତ୍ ରଖିବା ପାଇଁ ସବୁଜ ପତ୍ରଯୁକ୍ତ ପନିପରିବା ଖାଇବା ଉଚିତ୍ ।

୨. ଡାର୍କ ଚକଲେଟ: ଶରୀରରେ ମ୍ୟାଗ୍ନେସିୟମର ଅଭାବରେ ହିଁ ପିଠି ଓ ଅଣ୍ଟା ଯନ୍ତ୍ରଣା ଭଳିଆ ଅନ୍ୟାନ୍ୟ ସମସ୍ୟା ଉତ୍ପନ୍ନ ହୋଇଥାଏ । ଡାର୍କ ଚକୋଲେଟ୍ ହେଉଛି ମ୍ୟାଗ୍ନେସିୟମର ଏକ ସମୃଦ୍ଧ ଉତ୍ସ । ତେଣୁ ଡାର୍କ ଚକୋଲେଟ୍ ଖାଇବା ଦ୍ବାରା ଏହା ପିଠି ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରେ ।

୩. କଦଳୀ: ପ୍ରାୟ ସମସ୍ତେ ଜାଣିଥିବେ ନିଶ୍ଚୟ ଯେ କଦଳୀ ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ  । ଯାହାକି ଶରୀରକୁ ବିଭିନ୍ନ ବାହ୍ୟ ସଂକ୍ରମଣରୁ ରକ୍ଷା କରି ସୁସ୍ଥ ରଖିଥାଏ । ଔଷଧୀୟ ଗୁଣ ଥିବାରୁ କଦଳୀକୁ ଦୈନନ୍ଦିନ ଖାଦ୍ୟରେ ସାମିଲ୍ କରିବା ନିହାତି ଜରୁରୀ ।

୪. ଅଦା: ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଦା ମଧ୍ୟ ପ୍ରଭାବଶାଳୀ । ପ୍ରତ୍ୟେକ ଦିନ ୨ ଚାମଚ ଅଦା ରସରେ ୧ ଚାମଚ ମହୁ ମିଶାଇ ଏହାକୁ ଖାଇବା ଦ୍ଵାରା ଅଣ୍ଟା ପିଠି ଯନ୍ତ୍ରଣାରୁ ଉପଶମ ମିଳିଥାଏ ।

୫. ଅଣ୍ଡା: କ୍ୟାଲସିୟମ ଏବଂ ଭିଟାମିନ୍ ଡି ରେ ଭରପୂର ଅଣ୍ଡା ଖାଇବା ଦ୍ଵାରା ହାଡ଼ ମଜବୁତ ପାଇଁ ଲାଭଦାୟକ ହୋଇଥାଏ ।

Leave A Reply

Your email address will not be published.