ସମୁଦ୍ର ମଝିରେ ୧୩୩ ଦିନ କେମିତି କାଟିଲେ ଏହି ଯୁବକ ?

0

Get real time updates directly on you device, subscribe now.

ନିଜ ନିଜ ଜୀବନରେ ସମସ୍ତେ କରୁଛନ୍ତି ସଂଘର୍ଷ । କିନ୍ତୁ ଟିକିଏ ଭାବନ୍ତୁ ତୋ ଯଦି ଆପଣ ମଝି ସମୁଦ୍ରରେ ଅଟକି ଯିବେ ସେ ପୁଣି ୪ ମାସ ଯାଏଁ ତେବେ କେମିତି ନିଜକୁ ବଞ୍ଚାଇ ରଖିବେ ।

ଆଜି ସେଭଳି ଏକ ଯୁବକଙ୍କ ବିଷୟରେ କହିବୁ ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସମୁଦ୍ର ମଝିରେ ଭେଳା ଉପରେ ୧୩୩ ଦିନ । ଆଜ୍ଞା ହଁ ବନ୍ଧୁଗଣ ଶୀର୍ଷକ ପଢ଼ି ବିଶ୍ୱାସ ହେଉ ନଥିଲେ ମଧ୍ୟ ଏଭଳି ଘଟଣା କୌଣସି ଫିଲ୍ମରେ ନୁହେଁ ବରଂ ସତ ଜୀବନରେ ଘଟିଛି ।

ଏହା ହେଉଛି ୧୯୪୩ ମସିହାର କଥା । ବିଶ୍ବର ଅର୍ଦ୍ଧାଧିକ ଅଞ୍ଚଳରେ ଚାଲିଥାଏ ଭୟଙ୍କର ଦ୍ବିତୀୟ ବିଶ୍ବ ଯୁଦ୍ଧ । ସମୁଦ୍ର ବି ନଥାଏ ନିରାପଦ । ମୁଖ୍ୟ ସାମୁଦ୍ରିକ ପଥ ଗୁଡ଼ିକରେ ଜର୍ମାନ୍‌ ୟୁ-ବୋଟ୍‌ ଗୁଡ଼ିକ ଆଧିପତ୍ୟ ବିସ୍ତାର କରିଥାଆନ୍ତି ।

ସେହି ସମୟରେ ‘ବେନ୍‌ ଲୋମଂଡ୍‌’ ନାମକ ବ୍ରିଟିସ୍‌ ପଣ୍ୟବାହୀ ଜାହାଜ ବ୍ରାଜିଲ୍‌ ଅଭିମୁଖେ ଯାତ୍ରା କରୁଥିଲା । କୌଣସି କାରଣ ନ ଥାଇ ଏକ ଜର୍ମାନ୍‌ ୟୁ-ବୋଟ୍‌, ଟର୍ପେଡୋ ଦ୍ବାରା ତାହାକୁ ଧ୍ବ˚ସ କରିଦେଲା । ଆଉ ସେଥିରେ ଥିବା ସମସ୍ତ ନାବିକ ପ୍ରାଣ ହରାଇଲେ । ତେବେ, ଦୈବାତ୍‌ ବର୍ତ୍ତିଗଲେ ପୁନ୍‌ ଲିମ୍ ନାମକ ନାବିକ ।

ଜାହାଜଟି ବୁଡ଼ିବା ପୂର୍ବରୁ ଏକ ଜୀବନ ରକ୍ଷାକାରୀ ଭେଳା ଉପରକୁ ଡେଇଁ କୌଣସି ପ୍ରକାରେ ପ୍ରାଣ ବଞ୍ଚାଇଲେ ଲିମ୍‌ । ତେବେ ଘଟଣା କ୍ରମରେ ରାତ୍ରିର ଘନ ଅନ୍ଧକାର ମଧୢରେ କିଛି ଦିଶୁ ନ ଥାଏ । ସକାଳେ ମଝି ସମୁଦ୍ରରେ ନିଜକୁ ସଂପୂର୍ଣ୍ଣ ଏକୁଟିଆ ଆବିଷ୍କାର କଲେ । ଭେଳାରେ ଥାଏ, ଅଳ୍ପ କିଛି ଶୁଖିଲା ଖାଦ୍ୟ ଓ କିଛି ବୋତଲ ପାଣି । ନା ଥାଏ କାତ ନା ଅଝାଲ ।

ସମୁଦ୍ର ସ୍ରୋତ ଉପରେ ଭରସା କରିବା ଛଡ଼ା ଅନ୍ୟ ଗତି ନ ଥିଲା । ସେହି ଅବସ୍ଥାରେ ସମୁଦ୍ର ଭିତରେ ତାଙ୍କର କଟିଥିଲା ୧୩୩ ଦିନ । ଶେଷରେ ଜାହାଜ ବୁଡ଼ିଥିବା ସ୍ଥାନ ଠାରୁ ପ୍ରାୟ ଦୁଇ ହଜାର ମାଇଲ୍‌ ଦୂରରେ କେତେକ ବ୍ରାଜିଲୀୟ ଧୀବର ତାଙ୍କୁ ଉଦ୍ଧାର କରିଥିଲେ । ଲିମ୍‌ଙ୍କ ଛଡ଼ା ଅନ୍ୟ କେହି ଏତେ ଦିନ ଧରି ସମୁଦ୍ର ଭିତରେ ଏକଲା ଜୀବନ ବିତାଇ ଥିବାର ଦୃଷ୍ଟାନ୍ତ ନାହିଁ ।

ସେହି କଷ୍ଟଦାୟକ ଅବସ୍ଥାରେ ତାଙ୍କର ଶରୀରର ଓଜନ ଅଧାକୁ ଖସି ଆସିଥିଲେ ହେଁ ସେ ରୋଗରେ ପଡ଼ି ନ ଥିଲେ । ତାଙ୍କର ଅପୂର୍ବ ସାହସ ପାଇଁ ବ୍ରିଟେନ୍‌ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚର୍ଚିଲ୍‌ ତାଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ ।

Leave A Reply

Your email address will not be published.