ଆଇପିଏଲରେ ଗୋଟିଏ ମ୍ୟାଚ୍ ପାଇଁ ଏତିକି ଟଙ୍କା ଚାର୍ଜ କରିଥାଆନ୍ତି ଚିୟର ଗର୍ଲମାନେ, ସବୁଠୁ ଅଧିକ ଟଙ୍କା ଦେଇଥାଏ ଏହି ଟିମ୍

0

Get real time updates directly on you device, subscribe now.

ମାର୍ଚ୍ଚ ୩୧ ଠାରୁ ଦେଶରେ କ୍ରିକେଟର ସବୁଠାରୁ ବଡ ମହାକୁମ୍ଭ ଆଇପିଏଲ ସିଜନ୍ ୧୬ ଆରମ୍ଭ ହୋଇ ସାରିଛି। ସାରା ଦେଶରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନଙ୍କ ମଧ୍ୟରେ ଏହାର କ୍ରେଜ୍ ମଧ୍ୟ ଦେଖିବାକୁ ମିଳୁଛି। ସବୁ ଫ୍ୟାନ୍ ମାନେ ନିଜ ନିଜର ପସନ୍ଦ ଟିମକୁ ଚିୟର୍ କରିବା ପାଇଁ ମୈଦାନରେ ପହଞ୍ଚି ଯାଉଛନ୍ତି। ଆଇପିଏଲ ସିଜିନ୍ ଆରମ୍ଭ ହେବା ପାଖରୁ ମୋଟ୍ ୧୦ ଟି ମ୍ୟାଚ ଖେଳାଯାଇ ସାରିଲାଣି।

ଆଇପିଏଲ ମ୍ୟାଚ ସମୟରେ ଦେଖିବାକୁ ମିଳିଥାଏ କି କୌଣସି ସମୟରେ କେଉଁ ଖେଳାଳି ଯଦି ଛକ୍କା କି ଚୌକା ଯଦି ମାରି ଦିଅନ୍ତି ତେବେ ଚିୟର୍ ଗାର୍ଲମାନେ ନାଚି ଉଭୟ ଦଳକୁ ଉତ୍ସାହିତ କରି ଥାଆନ୍ତି। କେବେ ଭାବିଛନ୍ତି କି କିମ୍ବା ଜାଣିଛନ୍ତି କି ଏହି ଚିୟର୍ ଗାର୍ଲ୍ ମାନେ ନାଚିବା ପାଇଁ କେତେ ଟଙ୍କା ନେଇ ଥାଆନ୍ତି ବା ଏମାନଙ୍କ ଦରମା କେତେ ଟଙ୍କା ବୋଲି?

ଏହି ଚିୟର୍ ଗାର୍ଲମାନେ ବିଦେଶରୁ ଆସିଥାଆନ୍ତି ହେଲେ ଏମାନଙ୍କ ମଧ୍ଯରୁ କିଛି ଚିୟର୍ ଗାର୍ଲ୍ ଭାରତର ମଧ୍ୟ ହୋଇଥାଆନ୍ତି। ଯଦି ଏହି ଚିୟର୍ ଗାର୍ଲଙ୍କ ଦରମା କଥା କହିବା ତାହାଲେ ଏମାନେ ଗୋଟିଏ ମ୍ୟାଚ୍ ଲାଗି ପ୍ରାୟ ୧୪୦୦୦-୧୭୦୦୦ ହଜାର ଟଙ୍କା ଚାର୍ଜ କରିଥାଆନ୍ତି। ରିପୋର୍ଟ ଅନୁଯାୟୀ, ଚେନ୍ନାଇ, ପଞ୍ଜାବ, ସନରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ ରାଜଧାନୀ ଦଳର ଚିୟର ଗାର୍ଲଙ୍କୁ‌ ଗୋଟିଏ ମ୍ୟାଚ୍ ପାଇଁ ୧୨୦୦୦ରୁ ଅଧିକ ଟଙ୍କା ମିଳିଥାଏ।

ଆଇପିଏଲର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ ପ୍ରତ୍ୟେକ ମ୍ୟାଚ୍ ପାଇଁ ଚିୟର ଗର୍ଲଙ୍କୁ ପ୍ରାୟ ୨୦,୦୦୦ ଟଙ୍କା ପ୍ରଦାନ କରିଥାଏ। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ପ୍ରତି ମ୍ୟାଚ୍ ପାଇଁ ପ୍ରାୟ ୨୦,୦୦୦ ଟଙ୍କା ଦେଇଥାଏ। ତେବେ କୋଲକାତା ନାଇଟ୍ ରାଇଡର୍ସ ତାହାର ଚିୟର୍ ଗାର୍ଲ୍ ସବୁଠାରୁ ଅଧିକ ଦରମା ଦେଇଥାଆନ୍ତି। କେକେଆର୍ ଗୋଟିଏ ମ୍ୟାଚ୍ ପାଇଁ ଚିୟଲ ଗର୍ଲଙ୍କୁ ପାଇଁ ୨୪୦୦୦ ଟଙ୍କା ପ୍ରଦାନ କରିଥାଏ।

Leave A Reply

Your email address will not be published.