ଉମ୍ରାନ୍ ମଲିକଙ୍କ ଅପେକ୍ଷା ଅଧିକ ବିପଜ୍ଜନକ ଅଟନ୍ତି ଅର୍ଜୁନ ତେନ୍ଦୁଲକର !

0

Get real time updates directly on you device, subscribe now.

ଆଧୁନିକ ଯୁଗରେ ଖେଳର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।

ଆମ ଦେଶ ଭାରତରେ କ୍ରିକେଟ ବହୁମାତ୍ରାରେ ଲୋକପ୍ରିୟ ହେଇଛି।ଏବେ ଭାରତରେ ଆଇପିଏଲ ମହା ସମାରହ୍ ଚାଲିଛି।ଯାହା ଭାରତରେ ଏକ ପର୍ବ ଭାବେ ପାଳନ ହୁଏ।

ଅର୍ଜୁନ ତେନ୍ଦୁଲକର ବର୍ତ୍ତମାନ ସୁଦ୍ଧା କେବଳ ୨ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିବା ବେଳେ ସେ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।ବର୍ତ୍ତମାନ କ୍ରିକେଟ ଏକ୍ସପର୍ଟ ମାନେ ଅର୍ଜୁନ ତେନ୍ଦୁଲକରକୁ ନେଇ ବଡ ଦାବି କରୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ଯେତେବେଳେ ୧୪ ରନରେ ପରାସ୍ତ କଲା, ସେବେଠାରୁ ଗୋଟିଏ ନାମ ନିଆଁ ପରି ବ୍ୟାପିବାରେ ଲାଗିଛି।

ଏହି ନାମ ହେଉଛି ଅର୍ଜୁନ ତେନ୍ଦୁଲକର । ଅର୍ଜୁନ ତେନ୍ଦୁଲକର ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି, କାରଣ ତାଙ୍କ କ୍ୟାରିୟରର ଦ୍ୱିତୀୟ ଆଇପିଏଲ୍ ମ୍ୟାଚ୍‌ରେ ତାଙ୍କୁ ମ୍ୟାଚ୍‌ର ଶେଷ ଓଭର ବୋଲିଂ କରିବାର ଦାୟିତ୍ୱ ଦିଆଯାଇଥିଲା

ଯେଉଁଠାରେ ସେ ନିଜ ଦଳକୁ ଜିତାଇବାରେ ସୁଯୋଗ ପାଇଥିଲେ, କିନ୍ତୁ ଅର୍ଜୁନ ଏହା କରି ସମସ୍ତଙ୍କୁ ଚକିତ କରାଇ ଦେଇଥିଲେ।ବିଶେଷକରି ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂ ବେଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।ଆସନ୍ତୁ ଜାଣିବା ସର୍ବପ୍ରଥମେ ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂରେ ବେଗେ କେତେ?

ଅର୍ଜୁନ ତେନ୍ଦୁଲକରଙ୍କ ହାରାହାରି ଗତି ହେଉଛି ୧୨୪ କିଲୋମିଟର ପ୍ରତି ଘଣ୍ଟା ଅଟେ।ଅର୍ଜୁନଙ୍କ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ତାଙ୍କ ହାତରେ ଏକ ସୁଇଙ୍ଗ୍ ଅଛି।ଏହି ଖେଳାଳି ବଲକୁ ଉଭୟ ଦିଗକୁ ମୁଭ କରି ପାରନ୍ତି। ଆପଣ ଭାବୁଥିବେ ଯେ ଉମ୍ରାନ ମଲିକଙ୍କର ଗତି ଅଛି କିନ୍ତୁ ସେ ବଲକୁ ମୁଭ କରିବାକୁ ସକ୍ଷମ ନୁହଁନ୍ତି ।

ଏହା ସହିତ ତାଙ୍କର ଲମ୍ବ ଅନେକ ସମୟରେ ପରଫେକ୍ଟ ନଥାଏ । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ କେବଳ ଉଚ୍ଚ ବେଗରେ କିଛି ଘଟେ ନାହିଁଯାହା ଫଳରେ ବ୍ୟାଟ୍ସମ୍ୟାନ୍ ଖେଳିବାରେ ବଲଟିକୁ ଅସମର୍ଥ ହେଉଛନ୍ତି।

Leave A Reply

Your email address will not be published.