ଖରାଦିନେ ଆସିବ ନାହିଁ ଅଧିକ ଇଲେକ୍ଟ୍ରିକ୍ ବିଲ୍ । ଘରେ ଲଗାନ୍ତୁ ଏହି ଡିଭାଇସ୍

0

Get real time updates directly on you device, subscribe now.

ପାଣିପାଗ ପରିବର୍ତ୍ତନ ହେଉଥିବା କାରଣରୁ ଖରା ପ୍ରବଳ ବଢ଼ିବା ସହିତ ତାତି ଏବେ ଧୀରେ ଧୀରେ ଅସହ୍ୟ ହେବାରେ ଲାଗିଲାଣି । ଝାଞ୍ଜି ପବନ ମଧ୍ୟ କରୁଛି କଲାବଲ । ଏଭଳି ସ୍ଥିତିରେ ଫ୍ୟାନ୍‌, ଏସି ଓ କୁଲରର ଯଥେଷ୍ଟ ଆବଶ୍ୟକତା ପଡୁଛି ଲୋକମାନଙ୍କୁ । କିନ୍ତୁ ଏସି ଯେତେ ସମୟ ଲାଗିବ ବିଦ୍ୟୁତ୍‌ ବିଲ୍‌ ମଧ୍ୟ ସେତିକି ଆସିବ ।

ଯାହା ମୁଣ୍ଡବ୍ୟଥାର କାରଣ । କିନ୍ତୁ ଏବେ କିଛି ଡିଭାଇସ୍ ଆସି ଯାଇଛି ମାର୍କେଟ କୁ ଯାହା ଦ୍ଵାରା ବିଲ୍‌ କମ୍‌ ଆସିବ, ଆସନ୍ତୁ ଆଲୋଚନା କରିବା । ତେବେ ସେଥିପାଇଁ ଏକ କମ୍ପାନି ସୋଲାର ଚାର୍ଜିଂ ହୋଇପାରୁଥିବା ଗୋଟେ ଡିଭାଇସ୍ ମାର୍କେଟରେ ଉପଲବ୍ଧ କରାଇଛି । ଯାହାକି ହେଉଛି ପୋର୍ଟେବଲ୍ ସୋଲାର ଜେନେରେଟର ।

ଏହା ଏକ ପୋର୍ଟେବଲ୍‌ ପାଓ୍ଵାର ଷ୍ଟେସନ ଯାହାକି ଆଉଟ ଡୋର କେମ୍ପିଙ୍ଗ୍‌ରେ ମଧ୍ୟ କାମରେ ଆସି ପାରିବ । ତେବେ ମାର୍କେଟକୁ ଆସିଥିବା ଏହି ନୂଆ ଡିଭାଇସ୍ ଟି ବିନା କୌଣସି ବିଜୁଳିରେ ମଧ୍ୟ ସବୁ କାର୍ଯ୍ୟ ଠିକ୍ କରିଦେବ କାରଣ ଏହା ସୋଲାର ସିଷ୍ଟମ୍ ରେ ପରିଚାଳିତ ।

ତେବେ ଏହି ପୋର୍ଟେବଲ୍ ସୋଲାର ଜେନେରେଟର ଉଭୟ ଘର ଓ ଅଫିସ୍ ପାଇଁ ବିଦ୍ୟୁତ୍ ଭାବରେ ବ୍ୟବହୃତ ହୋଇପାରିବ । ପୂର୍ଣ୍ଣ ଚାର୍ଜିଂ ଉପରେ, ଏହା ଘରୋଇ ପ୍ରଡକ୍ଟ ଓ ଫୋନ୍ ଚାର୍ଜ କରିବାକୁ ବ୍ୟବହାର କରାଯାଇପାରିବ ।

ଏହା ମାଧ୍ୟମରେ ଆପଣ ଫ୍ୟାନ୍, ଏସି ଓ କୁଲର୍ ମଧ୍ୟ ଚଲାଇ ପାରିବେ । ଆଉ ଲାଇନ୍ ନଥିଲେ ମଧ୍ୟ କୌଣସି ଅସୁବିଧା ହୁଏନାହିଁ ଏହା ବିଜୁଳି ଦେଇଥାଏ । ତେବେ ଏହା ସୋଲାର ପାୱାର ମାଧ୍ୟମରେ ଚାର୍ଜ ହୋଇଥାଏ ।

ତେବେ ବନ୍ଧୁଗଣ ବର୍ତମାନ ଜାଣନ୍ତୁ ଏହି ଡିଭାଇଜ୍ କୁ କେଉଁ ଉପକରଣ ମାନଙ୍କରେ ବ୍ଯବହାର କରି ପାରିବେ । ତେବେ ଏହି ଡିଭାଇସ୍ ଦ୍ଵାରା ଘରୋଇ ଜିନିଷ ଯେପରିକି ମିନି ରେଫ୍ରିଜେରେଟର, କାଠ ତିଆରି ଜିନିଷ, ପ୍ରୋଜେକ୍ଟର ଆଦିକୁ ଚାର୍ଜ ପ୍ରଦାନ କରିପାରେ ।

ଏହା ସହିତ ମଧ୍ୟ ଘରେ ଟିଭି ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସବୁକୁ ଘଣ୍ଟା ଘଣ୍ଟା ଧରି ଚାର୍ଜ ପ୍ରଦାନ କରିଥାଏ । ଯାହା ଫଳରେ ବିନା କୌଣସି ଇଲେକ୍ଟ୍ରି ବିଲ୍ ଚିନ୍ତା କରି ଏସି ଆପଣ ଘଣ୍ଟା ଘଣ୍ଟା ଧରି ଚଲାଇ ପାରିବେ ।

Leave A Reply

Your email address will not be published.