ମୋ ଫିଲ୍ମ ‘ପଠାନ’ ନ ଚାଲିଲେ ମୁଁ ଦେବାଳିଆ ହୋଇଯିବି ! ଶାହରୁଖ ଖାନଙ୍କ ଏହି ବ-ୟା-ନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ

0

Get real time updates directly on you device, subscribe now.

ଶାହରୁଖ ଖାନ ହିନ୍ଦୀ ଫିଲ୍ମ ଦୁନିଆର ଜଣାଶୁଣା ଚେହେରା ଓ ହ୍ୟାଣ୍ଡସମ ମଧ୍ୟ ଅଟନ୍ତି। ଶାହରୁଖ ଖାନ ସବୁଠାରୁ ଧନୀ ଷ୍ଟାର ମାନଙ୍କ ମଧ୍ୟରୁ ମଧ୍ୟ ଜଣେ ଅଟନ୍ତି। କିନ୍ତୁ ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏକ କଥା ଭାଇରାଲ ହେଉଛି। ଶାହରୁଖ ଲୋକମାନଙ୍କ ଠାରେ ଅପିଲ କରିଛନ୍ତି କି, ଯଦି ତାଙ୍କ ଫିଲ୍ମ ‘ପଠାନ’ ହିଟ ନହୁଏ ତାହେଲେ ତାଙ୍କର ଘର ବିକ୍ରି ହୋଇଯିବ। ସୋସିଆଲ ମିଡ଼ିଆରେ ୟୁଜର୍ସ ମାନେ ଏଥିରେ କମେଣ୍ଟ କରି କହିଛନ୍ତି ବଲିଉଡ ଓ ଶାହରୁଖଙ୍କ ଫିଲ୍ମକୁ ବୟକଟ କରାଯାଉ।

କିନ୍ତୁ ଏହି ପୋଷ୍ଟକୁ ମି-ଛ ବୋଲି କୁହାଯାଉଛି ଓ ଶାହରୁଖ ଖାନଙ୍କ ତରଫରୁ ଏମିତି କୌଣସି ପ୍ରକାରର ପୋଷ୍ଟ ହୋଇନାହିଁ ଓ ଏହା ସମ୍ପୂର୍ଣ୍ଣ ଫେକ ଅଟେ। କିନ୍ତୁ ସୋସିଆଲ ମିଡ଼ିଆ ପୋଷ୍ଟରେ କୁହାଯାଉଛି କି, ଯଦି ଶାହରୁଖଙ୍କ ଫିଲ୍ମ ‘ପଠାନ’ ନଚାଲେ ତାହେଲେ ସେ ନିଜ ଘର ମନ୍ନତ ବିକ୍ରି କରିଦେବେ। ସୂଚନା ମୁତାବିକ, ଏହି ପୋଷ୍ଟ କେତେ ସତ୍ୟ ଓ କେତେ ମିଛ ତଦାରଖ କରାଗଲା କିନ୍ତୁ କୌଣସି ସତ୍ୟତା ଏଥିରୁ ମିଳିଲା ନାହିଁ।

ଜଣାଇଦେଉଛୁ କି, ଶାହରୁଖ ଖାନ ହିନ୍ଦୀ ଫିଲ୍ମ ଜଗତର ସବୁଠାରୁ ବଡ଼ ଷ୍ଟାର ମାନଙ୍କ ମଧ୍ୟରୁ ଜଣେ। ଯଦି ସେ ଏଭଳି କିଛି କହିଥାନ୍ତେ ତାହେଲେ ବର୍ତ୍ତମାନ ଚର୍ଚ୍ଚା ଜୋର ସୋରରେ ହୋଇଥାନ୍ତା। ତଦାରଖ ପାଇଁ ଶାହରୁଖ ଖାନଙ୍କ ଫେସବୁକ, ଟ୍ୱିଟର ଓ ଇଂଷ୍ଟାଗ୍ରାମ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରା ଯାଇଥିଲା କିନ୍ତୁ ଏମିତି କିଛି ଦେଖିବାକୁ ମିଳିନଥିଲା। ଶାହରୁଖ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ଥାଆନ୍ତି ଓ ସେ ନିଜ ଫ୍ୟାନ୍ସ ମାନଙ୍କ ସହିତ କିଛି ନା କିଛି ଶେୟର କରୁଥାଆନ୍ତି।

ଶାହରୁଖ ଖାନଙ୍କ ପ୍ରଡ଼କ୍ସନ ହାଉସ ରେଡ଼ ଚିଲିଜର ପ୍ରବକ୍ତା ସହିତ କଥାବାର୍ତ୍ତା ହେବାପରେ ଏଭଳି କୌଣସି ସୂଚନା ଦେଖିବାକୁ ମିଳିନଥିଲା। ଏହି ପୋଷ୍ଟକୁ ଏକ ଅନ୍ୟ ପେଜରେ ଶେୟର କରାଯାଇଥିଲା ରିସର୍ଚ୍ଚ ପରେ ଜଣାପଡିଥିଲା କି, ଏହା ଏକବର୍ଷ ପୁରୁଣା ଅଟେ ଓ ଏହି ପେଜରେ ତିନିଲକ୍ଷ ଫଲୋଅର୍ସ ରହିଛନ୍ତି।

ଜଣାଇଦେଉଛୁ କି, ବହୁତ ଜଲଦି ଶାହରୁଖ ଖାନଙ୍କର ଫିଲ୍ମ ‘ପଠାନ’ ଆସିବାକୁ ଯାଉଛି ଓ ଏଥିରେ ଶାହରୁଖଙ୍କ ସମେତ ଦୀପିକା ପାଦୁକୋନ, ଜନ ଆବ୍ରାହମ ଓ ଡ଼ିମ୍ପଲ କପାଡ଼ିଆ ମୁଖ୍ୟ ଚରିତ୍ରରେ ଆସୁଛନ୍ତି। ଏହି ଫିଲ୍ମ ଶୁଟିଂ ସରିଛି ଓ ବହୁତ ଜଲଦି ସିନେମା ଘରେ ଆସିବାକୁ ଯାଉଛି। ଶାହରୁଖଙ୍କ ଫ୍ୟାନ ଏହି ଫିଲ୍ମ ଅପେକ୍ଷାରେ ବସି ରହିଛନ୍ତି ଓ ବହୁତ ଜଲଦି ତାଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି।

Leave A Reply

Your email address will not be published.