ନିର୍ଦେଶକ ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ବାପାଙ୍କୁ ନେଇ ଆରମ୍ଭ କଲେ ପ୍ରଥମ ଡେବ୍ୟୁ

0

Get real time updates directly on you device, subscribe now.

ଏବେ ନିର୍ଦ୍ଦେଶକ ପଦପିରେ ବସିଗଲେ ସୁପର୍‌ଷ୍ଟାର୍‌ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରୁଥିବା ଆର୍ଯ୍ୟନ୍ ନିଜର ଏକ ବ୍ରାଣ୍ଡ୍ ଲଞ୍ଚ୍‌ କରିଛନ୍ତି। ଏହି ବ୍ରାଣ୍ଡ୍‌ର ବିଜ୍ଞାପନକୁ ଆର୍ଯ୍ୟନ୍ ଖାନ୍ ନିର୍ଦ୍ଦେଶନା ଦେଇଛନ୍ତି।ଆର୍ଯ୍ୟନଙ୍କ ସହ ତାଙ୍କ ବାପା ଶାହରୁଖ ଖାନ ମଧ୍ୟ ଏହି ବିଜ୍ଞାପନରେ ନଜର ଆସିଛନ୍ତି।

ଆର୍ଯ୍ୟନ୍ ଦୀର୍ଘ ଦିନ ଧରି ଏହି ପ୍ରୋଜେକ୍ଟ ଉପରେ କାମ କରୁଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମରେ ଏହି ବିଜ୍ଞାପନ ପୋଷ୍ଟ୍‌ କରିଛନ୍ତି। ବିଜ୍ଞାପନ ସୁଟିଂର ଫଟୋ ମଧ୍ୟ ସେ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆର୍ଯ୍ୟନଙ୍କ ଇଛା ଥିଲା ସେ ଜଣେ ନିର୍ଦ୍ଦେଶକ ଭାବେ ଆଗକୁ ଆସିବେ।

ଶାହାରୁଖ ଖାନ ମଧ୍ୟ ଏକ ଇଣ୍ଟରଭିଉରେ ଏହାକୁ ନେଇ ଖୋଲାଖୋଲି ଭାବେ କଥା ହୋଇଥିଲେ। ସେ କହିଥିଲେ ଯେ,” ଆର୍ଯ୍ୟନ ଜଣେ ନିର୍ଦ୍ଦେଶକ ହେବାକୁ ଚାହୁଁଛନ୍ତି। ସେ ଅଭିନୟ କରିବାକୁ ଚାହୁଁ ନାହାଁନ୍ତି କାରଣ ତାଙ୍କ ସାଙ୍ଗମାନେ ତାଙ୍କୁ ସବୁବେଳେ ମୋ ସହ ତୁଳନା କରିବେ।

ଏ ସମ୍ପର୍କରେ ସେ ତାଙ୍କ ବାଟ ବାଛିନେଇଛନ୍ତି। ଆର୍ଯ୍ୟନ୍ ଖାନ୍ ଚଳଚ୍ଚିତ୍ର ନିର୍ମାଣ ଉପରେ ପାଠ ପଢିଛନ୍ତି। ନିକଟରେ ଆର୍ଯ୍ୟନ୍ ଖାନ୍ ମଧ୍ୟ ନିଜଇନଷ୍ଟାଗ୍ରାମ୍‌ରେ ପୋଷ୍ଟକରି ଏ ବିଷୟରେ ସୂଚନା ଦେଇଛନ୍ତି।”

ରିପୋର୍ଟ ଅନୁସାରେ ଆର୍ଯ୍ୟନ୍ ଖାନ୍ ଏକ ୱେବ୍‌ସିରିଜ୍‌ କୁ ନିର୍ଦ୍ଦେଶନା ଦେଉଛନ୍ତି। ସେ ଏ ସମ୍ପର୍କରେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି। କିନ୍ତୁ ଏହାକୁ ନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ। କିଛି ମାସ ପୂର୍ବରୁ ନେପୋଟିଜିମ୍ ମାମଲାରେ ଛନ୍ଦିହୋଇ ପଡିଥିଲେ ଆର୍ଯ୍ୟନ।

ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏହାସହ ସୋସିଆଲ ମିଡିଆରେ ଲୋକେ ଷ୍ଟାର କିଡ୍ସକୁ ମଧ୍ୟ ସମାଲୋଚନା କରୁଥିଲେ। ଯେଉଁଥିରେ ଆର୍ଯ୍ୟନଙ୍କ ନାମ ମଧ୍ୟ ଆସୁଥିଲା।

Leave A Reply

Your email address will not be published.