୫-୧୦ ଟଙ୍କିଆ କଏନ ଧରି ଜଣେ ଦିନ ମଜୁରିଆ ପହଞ୍ଚିଗଲେ ସ୍କୁଟି ଶୋ ରୁମ, ଆଉ ତା ପରେ ଯାହାହେଲା ଆପଣ ଦେଖିଲେ ବି ବିଶ୍ୱାସ କରି ପାରିବେ ନାହିଁ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଯଦି କେହି ନିଜ ସ୍ବପ୍ନକୁ ସାକାର କରିବାପାଇଁ ଦୃଢ଼ ପ୍ରଚେଷ୍ଟା କରିଥାଏ ତାହେଲେ ତାଙ୍କୁ କେହି ଅଟକାଇ ପାରିବେନାହିଁ। ଏମିତି ହିଁ କିଛି ଘଟିଛି ଜଣେ ଦିନ ମଜୁରିଆଙ୍କ ସହିତ ଓ ସେ ନିଜ ପରିଶ୍ରମରେ ନିଜ ସ୍ବପ୍ନକୁ ସାକାର କରି ପାରିଛନ୍ତି। ଗୁଆହାଟୀ ରାଜଧାନୀର ବୋରା ଅଞ୍ଚଳରେ ରହୁଥିବା ମଜୁରିଆ ଓପେନ ରାୟଙ୍କ ସ୍ୱପ୍ନ ଥିଲା ର୍କ ଟୁ ହ୍ବିଲର କିଣିବାକୁ ଓ ସେ ଏଥିପାଇଁ ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ ମୁଦ୍ରା କଲେକ୍ସନ କରିବାରେ ଲାଗି ପଡ଼ିଲେ। ବହୁତ ସମୟ ମଧ୍ୟ ଏଥିରେ ଲାଗିଥିଲା କିନ୍ତୁ ସେ ଶେଷରେ ନିଜ ସ୍ୱପ୍ନ ସାକାର କରିଥିଲେ।

ସୂଚନା ମୁତାବିକ, ଉପେନ୍ ନିଜର ଡ୍ରିମ ବାଇକ କିଣିବା ପାଇଁ 2014 ରୁ ମୁଦ୍ରା ଏକତ୍ରିତ କରି ରଖୁଥିଲେ। ମଙ୍ଗଳବାର ଦିନ ଯେତେବେଳେ ଏହି ମଜୁରିଆ ଜଣକ ନିଜ ଘଡ଼ିରୁ ଟଙ୍କା ବାହାର କରି ଗଣିଲେ ସେତେବେଳେ ମୋଟ 1.5 ଲକ୍ଷ ଟଙ୍କା ଥିଲା। ଏହାପରେ ଉପେନ୍ ଯେତେବେଳେ ଜାଣିଲା ବାଇକ କିଣିବାପାଇଁ ତାଙ୍କ ପାଖରେ ଟଙ୍କା ହୋଇଯାଇଛି ସେତେବେଳେ ସେ ନିଜ ପତ୍ନୀଙ୍କୁ ନେଇ ଶୋ ରୁମ ଗଲା ଓ ସେଠାରୁ 90000 ଟଙ୍କା ଦେଇ ଏକ ସ୍କୁଟି କିଣିଥିଲା। ଶେଷରେ ଉପେନ୍ ଙ୍କ ଏହି ସ୍ୱପ୍ନ ପୂରଣ ହୋଇଥିଲା।

ଏହି ସ୍କୁଟି କିଣିବାପରେ ଉପେନ୍ ଖୁସିରେ କା-ନ୍ଦି ପକାଇଥିଲେ ଓ ସେ କହିଥିଲେ, ଏହି ସ୍ୱପ୍ନ ସେ 2014 ରେ ଦେଖିଥିଲେ ଓ ଏହାକୁ ପୂରଣ କରିବା ପାଇଁ ସେ ଟଙ୍କା ସଂଗ୍ରହ କରିବା ଆରମ୍ଭ କରି ଦେଇଥିଲେ ଓ ଶେଷରେ ସେ ଗାଡ଼ିଟି କିଣିଥିଲେ। ସେ କହିଲେ, ଯେତେବେଳେ ମୁଁ ଟଙ୍କା ଗଣିବା ଆରମ୍ଭ କରିଥିଲି ସେତେବେଳେ ଜାଣିବାକୁ ପାଇଲି କୋ, ମୋ ପାଖରେ ବାଇକ କିଣିବାପାଇଁ ଟଙ୍କା ହୋଇଗଲାଣି ଓ ମୁଁ ବହୁତ ଖୁସି ହୋଇ ବାଇକ କିଣିବାକୁ ଯାଇଥିଲି।

ସୂଚନା ମୁତାବିକ, ଶୋରୁମ ଡ଼ିଲର ମନୀଷ ପୋଦ୍ଦାରଙ୍କ କହିବାହେଲା ଯେତେବେଳେ ସେ ଜାଣିବାକୁ ପାଇଲେ ଜଣେ ବ୍ୟକ୍ତି ବହୁତ ସାରା କଏନ ନେଇ ତାଙ୍କ ଶୋରୁମକୁ ଗାଡ଼ି କିଣିବାକୁ ଆସିଛନ୍ତି ସେତେବେଳେ ସେ ବ୍ୟାଙ୍କକୁ ଫୋନ କରି ସୂଚନା ଦେଇଥିଲେ କି, କଣ ବ୍ୟାଙ୍କ ଏତେ ଗୁଡ଼ିଏ କଏନ ଏକାସହିତ ଏକ୍ସଚେଞ୍ଜ କରିପାରିବ, ଜବାବରେ ବ୍ୟାଙ୍କ ମନା କରି ଦେଇଥିଲା କିନ୍ତୁ ଶୋରୁମ ଡ଼ିଲର ହାର ନମାନି ବିଭିନ୍ନ ଦୋକାନରେ ଏହି କଏନ କୁ ଏକ୍ସଚେଞ୍ଜ କରାଇଥିଲେ ଓ ପ୍ରାୟ ଦୁଇଘଣ୍ଟାର ସମୟ ପରେ ଉପେନ୍ ଙ୍କୁ ଗାଡ଼ି ମିଳିଥିଲା। ଏଥିସହ ଶୋରୁମ ବାଲା ସମ୍ମାନର ସହିତ ଉପେନ୍ ଙ୍କୁ ବିଦାୟ ଦେଇଥିଲେ।

Leave A Reply

Your email address will not be published.