ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ରହିଛି କୌତୁକିଆ ଡାକନାମ(ନିକ ନେମ),ଆପଣମାନେ ଜାଣିଲେ ହସି ହସି ଗଡିଯିବେ ।

0

Get real time updates directly on you device, subscribe now.

ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେମାନଙ୍କ ନାମ ପରିବର୍ତ୍ତନ କରିଥିଲେ । ଅନେକ ସେଲିବ୍ରିଟିଙ୍କ ଡାକ ନାଁ ଜାଣିଲେ ତାଙ୍କ ପ୍ରଶଂସକଙ୍କୁ ଅଜବ ଲାଗିବ । ଏହି ବଲିଉଡ୍‌ ଅଭିନେତ୍ରୀମାନଙ୍କ ପ୍ରକୃତ ନାଁ ତ ଆପଣ ଜାଣିଥିବେ ମାତ୍ର ସେମାନଙ୍କର ପରଦା ପଛର ବି ବେଶ୍‌ କୌତୁକିଆ ନାଁ ରହିଛି ।

ତେବେ ଏହି କିଛି ଅଭିନେତ୍ରୀଙ୍କ ଡାକ ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ଘରେ କେଉଁ ନାମରେ ଡାକନ୍ତି । ବନ୍ଧୁଗଣ ଆପଣମାନେ ତୋ କପୁର ପରିବାରର ଝିଅ କରିସ୍ମା କପୁର ଏବଂ କରୀନା କପୁରଙ୍କ ଡାକନାମ ଜାଣିଥିବେ ନିଶ୍ଚୟ କାହିଁକି ନା ତାହା ବହୁତ ଲୋକପ୍ରିୟ । କରିସ୍ମା କପୁର “ଲୋଲୋ” ଏବଂ କରିନା କପୁର “ବେବୋ” ନାଁରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏତେ ଲୋକପ୍ରିୟ ଯେ କହିବା ମାତ୍ରେ ଲୋକମାନେ ବୁଝିଯାଆନ୍ତି ।

ଐଶ୍ୱର୍ଯ୍ୟା ରାୟ : ବିଶ୍ଵ ସୁନ୍ଦରୀ ମୁକୁଟ ପିନ୍ଧିଥିବା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଏକ ସୁନ୍ଦର ଡାକ ନାମ ରହିଛି । ତାଙ୍କର ଗୁଲ୍ ଗାଲିଆ ଚେହେରା ପାଇଁ ଘରେ ତାଙ୍କୁ ଗୁଲୁ ବୋଲି ସମସ୍ତେ ଡାକନ୍ତି । ଏହାଛଡ଼ା ପ୍ରଶଂସକ ଏବଂ ବନ୍ଧୁମାନଙ୍କ ତାଙ୍କୁ ଐଶ୍ ବୋଲି ଡାକନ୍ତି, ଯାହା ଖୁବ୍ ପରିଚିତ ।

ସୋନମ୍ କାପୁର : ନୂଆ ନୂଆ ମା’ ହୋଇଥିବା କାରଣରୁ କିଛିଦିନ ହେବ ଫିଲ୍ମ ଦୁନିଆରୁ ଦୂରେଇ ରହିଥିବା ସୁପର୍ ଷ୍ଟାର ଅନିଲ କପୁରଙ୍କ ଝିଅ ସୋନମ୍ କାପୁରଙ୍କୁ ତାଙ୍କ ପିତା ଓ ଘରର ସମସ୍ତେ ସ୍ନେହରେ ତାଙ୍କ ଝିଅକୁ ‘ଜିରାଫ’ ବୋଲି ଡାକନ୍ତି କାରଣ ତାଙ୍କର ଲମ୍ବା ବେକ ଅଛି ।

ପ୍ରିୟଙ୍କା ଚୋପ୍ରା : ବଲିଉଡ ପରେ ଏବେ ହଲିଓଡରେ ମଧ୍ୟ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବା ସୁନ୍ଦର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର କେବଳ ଗୋଟିଏ ନୁହେଁ ବରଂ ଅନେକ ଡାକନାମ ରହିଛି । ମାଆ ବାପା ମିମି କିମ୍ଵା ମିଠୁ ବୋଲି ଡାକନ୍ତି । ଆଉ କିଛି ଘନିଷ୍ଠ ବ୍ୟକ୍ତି ପ୍ରିୟଙ୍କାଙ୍କୁ ‘ପିଗ୍ଗି ଚପ୍’ ବୋଲି ଡାକୁଥିବା ବେଳେ ତାଙ୍କ ପ୍ରଶଂସକମାନେ ଦେଶୀ ଗର୍ଲ କହି ଡାକନ୍ତି ।

ଆଲିଆ ଭଟ୍ଟ : ରଣବୀର କାପୁରଙ୍କ ସହ ପ୍ରେମ ସମ୍ପର୍କ ତାପରେ ବିବାହ କରି ଏବେ କପୁର ପାରିବାରର ବୋହୂ ହୋଇ ଚର୍ଚ୍ଚାରେ ଥିବା ଆଲିଆ ଭଟ୍ଟଙ୍କୁ ବାପା ମହେଶ ଭଟ୍ଟ ଓ ମା’ ସୋନି ରାଜଦାନଙ୍କ ସମେତ ସବୁ ସାଙ୍ଗ ସାଥି ଆଲୁ ବୋଲି ଡାକନ୍ତି । କାହିଁକି ନା ପିଲାଦିନରେ ସେ ବହୁତ ଗୋଲୁ-ମଲୁ ହୋଇଥିଲେ ।

ଅନୁଷ୍କା ଶର୍ମା : ଭାରତୀୟ ଫେମସ୍ କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ  ଡାକ ନାଁ ଶୁଣିଲେ ଆପଣ ମଧ୍ୟ ହଁସି ଗଡ଼ିଯିବେ । ପିଲାଦିନେ ଅନୁଷ୍କାଙ୍କୁ ‘ନୁଷ୍କେଶ୍ୱର’ ବୋଲି ଡକାଯାଉଥିଲା । ବଡ଼ ହେବା ପରେ ଅନୁଷ୍କା ଏହି ନାଁକୁ ଛୋଟ କରି ନୁଷ୍କୀ କରିଦେଲେ  ସୂଚନାଯୋଗ୍ୟ ସ୍ୱାମୀ ବିରାଟ ମଧ୍ୟ ଅନୁଷ୍କାଙ୍କୁ ନୁଷ୍କୀ ବୋଲି ହିଁ ଡାକନ୍ତି ।

Leave A Reply

Your email address will not be published.