ଠ-କି ନେଇଗଲା ୫ ଲକ୍ଷ ଟଙ୍କା, ଘର ପଛପଟୁ ସୁନା ବାହାରିବ କହି ବ୍ୟକ୍ତି ଜଣକ କରିଥିଲା ଏପରି ଠ-କେଇ, ଏବେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋ-ଲିସ

0

Get real time updates directly on you device, subscribe now.

ଘରୁ ଗୁପ୍ତଧନ ବାହାରକରିବା ଏବଂ ଭୂତପ୍ରେତ ଦୂର କରିବା କହି ଲୋକଙ୍କୁ ଭୁଆଁ ବୁଲାଉଥିଲା ଜଣେ ଠ-କ। ହେଲେ ଏହି ଠକର ଠ-କାମୀ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ପୋ-ଲିସ୍ ହାତରେ ଧରା ପଡିଗଲା ଠକ ତା-ନ୍ତ୍ରିକ ମୌଲାନା କୈଫି ଖାନ।ତେବେ ଶୁକ୍ରବାର ଦିନ କଟକରୁ ଠ-କକୁ ଗି-ରଫ କରିଥିଲା ପୋ-ଲିସ।

ତେବେ ଏହି ଠ-କ ତାନ୍ତ୍ରିକର ଆଉ ଏକ କଳା କାରନାମା ଶୁଣିବାକୁ ମିଳିଛି। ସେ ଜଣେ ମହିଳାଙ୍କ ଘର ପଛପଟେ ସୁନା ଇଟା ଥିବା କହି 5 ଲକ୍ଷ ଟଙ୍କା ଲୁ-ଟିଥିବାର ଅଭି-ଯୋଗ ହୋଇଛି। ସୂଚନା ଅନୁସାରେ କଟକ ମଙ୍ଗଳାବାଗ ରାଣୀହାଟ ଅଞ୍ଚଳର ଶର୍ମିଳା ସେନ ନାମକ ଜଣେ ମହିଳା ତାଙ୍କ ପୁରୁଣା କୋଠାରେ କିଛି ନକାରାତ୍ମକ ଶକ୍ତିର ଉପସ୍ଥିତି ଅନୁଭବ କରିଥିଲେ।

ଏହାପରେ ସେ ଘରୁକୁ ତାନ୍ତ୍ରିକ ମୌଲାନା କୈଫି ଖାନଙ୍କୁ ଡାକିଥିଲେ। ତେବେ ଠ-କ ଜଣକ ଘର ବୁଲି ଦେଖିବା ପରେ ଘର ଭିତରେ ଏକ ପ୍ରେତ ଅଛି ବୋଲି କହିଥିଲେ। ଏହାସହ ଘର ଭିତରେ କିଛି ବସ୍ତୁ ପୋତି ହୋଇ ରହିଛି ବୋଲି ମଧ୍ୟ କହିଥିଲେ।

ଘରୁ ନକରାତ୍ମକ ଶକ୍ତି ବାହାର କରିବାକୁ ତା-ନ୍ତ୍ରିକ ପାଖାପାଖି 15-20 ଲକ୍ଷ ଟଙ୍କା ମହିଳାଙ୍କୁ ଦାବି କରିଥିଲା। ତେବେ ସେଥିରୁ କିଛି ଟଙ୍କା ପାଇବା ପରେ ତା-ନ୍ତ୍ରିକ ଘରର ମାଟି ଖୋଳିବା ଆରମ୍ଭ କରିଥିଲା ଏବଂ ମାଟି ଖୋଳିବା ପରେ ଗୁଣିଆ ଜଣକ ମାଟି ତଳୁ ବିଭିନ୍ନ ଦେବାଦେବୀଙ୍କ ପିତ୍ତଳ ମୂର୍ତ୍ତି, ହୀରା ଭଳି ଦେଖାଯାଉଥିବା କାଚର ବସ୍ତୁ, ତମ୍ବା ଇଟା ପାଇଥିଲା।

କିନ୍ତୁ ତାନ୍ତ୍ରିକ ଜଣକ ମହିଳାଙ୍କୁ ବୋକା ବନାଇବା ଆରମ୍ଭ କରିଥିଲା। କାଚକୁ ହୀରା ଏବଂ ବିଭିନ୍ନ ବସ୍ତୁକୁ ସୁନା ବୋଲି କହିଥିଲା। କିନ୍ତୁ ଏହାପରେ ମହିଳା ଜଣକ ଏଗୁଡ଼ିକୁ ଯାଞ୍ଚ କରିବା ପରେ ଏସବୁ ନକଲି ବୋଲି ଜଣାପଡ଼ିଥିଲା।

ତାନ୍ତ୍ରିକ ଘରର ମାଟି ଖୋଳିବା ସମୟରେ କୌଶଳକ୍ରମେ ଏଗୁଡ଼ିକୁ ଘରର ମାଟି ତଳେ ପୂର୍ବରୁ ଲୁ-ଚାଇ ରଖିଥିବା ଜଣାପଡ଼ିଥିଲା। ଏନେଇ ମହିଳା ଜଣକ ମଙ୍ଗଳାବାଗ ଥା-ନାରେ ଅଭି-ଯୋଗ କରିଥିଲେ। ପୋ-ଲିସ ଏକ ଠ-କେଇ ମାମ-ଲା ରୁଜୁ କରି ଘଟ-ଣାର ତ-ଦନ୍ତ କରିଥିଲା। ଏହାପରେ ଠକ ତା-ନ୍ତ୍ରିକ ଘରେ ଚଢ଼ଉ କରିଥିଲା ପୋ-ଲିସ୍।

ଚଢାଉ ସମୟରେ ଘରୁ ନଗଦ 2 ଲକ୍ଷ 76 ହଜାର 410 ଟଙ୍କା ସମେତ ଦୁଇଟି ଦାମୀ କାର୍, 70 ଟି ମୋବାଇଲ୍ ଫୋନ୍, 20 ଟି ହାତ ଘଣ୍ଟା ପାଇଥିଲା। କେବଳ ସେତିକି ନୁହେଁ 13ଟି ବ୍ୟାଙ୍କ ପାସବୁକ୍‌, ଚେକ୍ ବହି, ଜୀବନ ବୀମା ବଣ୍ଡ, ହିରା ଭଳି ଦେଖାଯାଉଥିବା କାଚର ବସ୍ତୁ, ଦୁଇଟି ତମ୍ବାର ବସ୍ତୁ, 3 ଟି ଲକ୍ଷ୍ମୀଙ୍କ ମୂର୍ତ୍ତି, ଗୋଟିଏ ତମ୍ବାର ରାଧାକୃଷ୍ଣ ମୂର୍ତ୍ତି, ଗୋଟିଏ ତମ୍ବାର ହଣ୍ଡା, ତମ୍ବାର 4 ଟି ପାତ୍ର, ତମ୍ବାର 10ଟି ଲକେଟ ଇତ୍ୟାଦି ଜ-ବତ କରିଥିଲା।

Leave A Reply

Your email address will not be published.