ଏଣିକି ସରକାରୀ କର୍ମଚାରୀମାନଙ୍କୁ ମିଳିବ ୪୨ ଦିନର ଛୁଟି……………

0

Get real time updates directly on you device, subscribe now.

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି।କେନ୍ଦ୍ର ସରକାର କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥାନ୍ତି।ଯାହା ଫଳରେ କର୍ମଚାରୀ ମାନେ ଉପକୃତ ହେଇଥାନ୍ତି।

ସରକାରୀ କର୍ମଚାୀମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ସୁଜଗ ପାଇଁ ନିୟମିତ ବ୍ୟବଧାନରେ ଆଣିଥାନ୍ତି।ନିକଟରେ କାଚାରୀଙ୍କ ପାଇଁ ମହଙ୍ଗା ଭତା ବା ଟିଏ ଘୋଷଣା କରିଥିବାବେଳେ ଆଗକୁ ମଧ୍ୟ କିଛି ନୂଆ ବ୍ୟବସ୍ଥା କରିବାପାଇଁ ସୂଚନା ମିଳିଛି।

କିନ୍ତୁ ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନଙ୍କ ଛୁଟିରେ କିଛି ନୂଆ ପରିବର୍ତ୍ତନ କରିବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଛୁଟି ନିୟମ ଅନୁସାରେ କେନ୍ଦ୍ର କର୍ମଚାରୀମାନେ ଆଗ ଅପେକ୍ଷା ଅଧିକ ପରିମାଣରେ ଛୁଟି ପାଇବେ।

ଏନେଇ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।ଯେଉଁ କର୍ମଚାରୀ ମାନେ ଅଙ୍ଗ ଦାନ କରିଥାନ୍ତି ସେମାନଙ୍କ ପାଇଁ ଏକ ବଡ଼ ଧରଣର ସର୍ଜରୀ କରିବାକୁ ପଡ଼ିଥାଏ। ତେଣୁ ସେମାନଙ୍କୁ ସୁସ୍ଥ୍ୟ ହେବାପାଇଁ ସମୟ ଲଗିବ।

ତେଣୁ ଏଥିପାଇଁ କେନ୍ଦ୍ର ସରକାର ସେମାନଙ୍କୁ ସୁସ୍ଥ୍ୟ ହେବାପାଇଁ ୪୨ ଦିନର ଛୁଟି ଘୋଷଣା କରିଛନ୍ତି।ପୂର୍ବରୁ ଏହି ଆକସ୍ମିକ ଛୁଟି ପାଇଁ ୩୦ଦିନର ନିୟମ ରହିଥିବା ବେଳେ ଏବେ ତାହାକୁ ୪୨ଦିନକୁ ପରିବର୍ତ୍ତନ କରାଯାଇଛି।

ଯାହା ଫଳରେ କର୍ମଚାରୀମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଘରେ ରହିପାରିବ।ଏହି ବିଶେଷ ଛୁଟି କେବଳ ଗୋଟିଏ ସମୟରେ ହିଁ ନିଆଯାଇପାରିବ।ଚିକିତ୍ସା କରୁଥିବା ଡାକ୍ତରଙ୍କ ସୁପାରିସ କ୍ରମେ ଛୁଟିକୁ ୭ଦିନ ବଢ଼ା ଯାଇପାରିବ।

ଯାହାଫଳରେ କର୍ମଚାରୀମାନେ ଉପକୃତ ହୋଇପାରିବେ।ଆକସ୍ମିକ ଛୁଟି ଅନ୍ୟ ଛୁଟି ସହ ମିଶା ଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଛି।ଯାହା ଫଳରେ କେନ୍ଦ୍ର କର୍ମଚାରୀମାନେ ଉପକୃତ ହୋଇପାରିବେ।

Leave A Reply

Your email address will not be published.