ଜନସଂଖ୍ୟାରେ ଭାରତ ନମ୍ବର ଓ୍ବାନ,ପଛରେ ପଡ଼ିଲା ଚୀନ୍‌

0

Get real time updates directly on you device, subscribe now.

ଚୀନକୁ ଟପିଲା ଭାରତ । ଜନସଂଖ୍ୟାରେ ଭାରତ ନମ୍ବର ଓ୍ବାନ । ଦୁନିଆରେ ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ ହୋଇଛି ଭାରତ । ଜାତିସଂଘ ପକ୍ଷରୁ ବିଶ୍ବ ଜନସଂଖ୍ୟାକୁ ନେଇ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଚୀନ ତୁଳନାରେ ଭାରତରେ ୨୦ଲକ୍ଷ ଅଧିକ ଲୋକ ରହିଛନ୍ତି ।

ଏହି ରିପୋର୍ଟ ଆଧାରରେ ଭାରତର ଜନସଂଖ୍ୟା ୧୪୦ କୋଟି ପାର କରିଛି । ମିଳିତ ଜାତିସଂଘର ସଂଗଠନ ସର୍ବଶେଷ ସଂଖ୍ୟା ପ୍ରକାଶ କରିଛି । ୟୁଏନ୍ଏଫପିଏ ର ‘ଷ୍ଟେଟ୍ ଅଫ୍ ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ ୨୦୨୩’ ଶୀର୍ଷକ ‘୮ ବିଲିୟନ ଜୀବନ, ଅସୀମ ସମ୍ଭାବନା: କେସ୍ ଫର୍ ରାଇଟ୍ସ ଆଣ୍ଡ୍ ଚଏସ୍’ ଶୀର୍ଷକରେ ପ୍ରକାଶ ପାଇଛି ଯେ ଭାରତର ଜନସଂଖ୍ୟା ବର୍ତ୍ତମାନ ୧୪୨୮.୬ ମିଲିୟନ ଥିବାବେଳେ ଚାଇନାର ଜନସଂଖ୍ୟା ୧୪୨୫.୭ ମିଲିୟନ ଅଟେ ।

ଏହାର ଅର୍ଥ ଉଭୟଙ୍କ ଜନସଂଖ୍ୟାରେ ୨.୯ ନିୟୁତ ପାର୍ଥକ୍ୟ ଅଛି । ରିପୋର୍ଟର ସର୍ବଶେଷ ଆକଳନଗୁଡିକ ‘ଡେମୋଗ୍ରାଫିକ୍ ସୂଚକ’ ବର୍ଗରେ ଦିଆଯାଇଛି । ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନ୍ ତୁଳନାରେ ଅଧିକ ଥିଲା ମିଳିତ ଜାତିସଂଘର ଜନସଂଖ୍ୟା ତଥ୍ୟ ରେକର୍ଡରେ ଏହା ପ୍ରଥମ ଥର ଅଟେ ଯେ ୧୯୫୦ ପରଠାରୁ ଭାରତର ଜନସଂଖ୍ୟା ଚୀନ୍ ତୁଳନାରେ ଅଧିକ ରେକର୍ଡ ହୋଇଛି ।

୧୯୫୦ ମସିହାରୁ ମିଳିତ ଜାତିସଂଘ ଜନସଂଖ୍ୟା ତଥ୍ୟ ସଂଗ୍ରହ ଏବଂ ପ୍ରକାଶ କରିବା ଆରମ୍ଭ କରିଛି । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଭାରତ କେବେ ଜନସଂଖ୍ୟାରେ ନମ୍ବର ୧ ନଥିଲା । ୧୯୫୦ ମସିହା ପରେ ପ୍ରଥମ ଥର ଲାଗି ଭାରତର ଜନସଂଖ୍ୟା ଚୀନକୁ ଅତିକ୍ରମ କରିଛି

ସେହିପରି ଭାରତର ଜନସଂଖ୍ୟାରେ ସବୁଠୁ ଅଧିକ ଯୁବଗୋଷ୍ଠୀ ରହିଛନ୍ତି । ଭାରତର ୨୫ ପ୍ରତିଶତ ଜନସଂଖ୍ୟାରେ ଶୂନରୂ ୧୪ ବର୍ଷ ବୟସ୍କ ରହିଛନ୍ତି । ୧୦ରୁ ୧୯ବର୍ଷ ବୟସ୍କ ୧୮ପ୍ରତିଶତ, ୧୦ରୁ ୨୪ ବର୍ଷ ବୟସ୍କ ୨୬ପ୍ରତିଶତ ୧୫ରୁ ୬୪ ବର୍ଷ ବୟସ୍କ ୬୮ ପ୍ରତିଶତ ଓ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ୭ ପ୍ରତିଶତ ରହିଛନ୍ତି ।

ଚୀନ୍ ବିଷୟରେ କହିବାକୁ ଗଲେ, ୧୭% ୦ ରୁ ୧୪ ବର୍ଷ ମଧ୍ୟରେ, ୧୨% ୧୦ ରୁ ୧୯, ୧୦ ରୁ ୨୪ ବର୍ଷ ୧୮%, ୧୫ ରୁ ୬୪ ବର୍ଷ ୬୯% ଏବଂ ୬୫ ରୁ ଅଧିକ ଲୋକଙ୍କ ସଂଖ୍ୟା ୧୪% ରହିଛନ୍ତି । ଚାଇନାରେ ଜନ୍ମ ହାର ହ୍ରାସ ପାଇଛି କିନ୍ତୁ ବୃଦ୍ଧମାନଙ୍କ ସଂଖ୍ୟା ଅଧିକ ରହିଛି ।

ସେଠାରେ ୬୫ ବର୍ଷରୁ ଅଧିକ ଲୋକ ପ୍ରାୟ ୨୦୦ ନିୟୁତ ଅଛନ୍ତି। କିଛି ଦଶନ୍ଧି ପୂର୍ବରୁ ଚୀନ୍ ସରକାର ଗୋଟିଏ ଶିଶୁ ନୀତି ପ୍ରଣୟନ କରିଥିଲେ, ଯାହା ଦ୍ୱାରା ଏଭଳି ସ୍ଥିତି ରହିଛି ।

Leave A Reply

Your email address will not be published.