ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ଖବର, ମହଙ୍ଗା ଭତ୍ତା ବୃଦ୍ଧି ସହିତ ମିଳିବ ଏହି ସବୁ ସୁବିଧା

0

Get real time updates directly on you device, subscribe now.

ସରକାରୀ କର୍ମଚାରୀଙ୍କ ପାଇଁ ଆସିଯାଇଛି ପୁଣି ଥରେ ଏକ ବଡ଼ ଖୁସି ଖବର। ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ହିମାଚଳ ପ୍ରଦେଶ ସରକାର ଦେଇଛନ୍ତି ଡବଲ ଖୁସି ଖବର। ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ସହିତ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ପରେ ଏବେ 2.15 ଲକ୍ଷ କର୍ମଚାରୀ ଏବଂ 1.90 ଲକ୍ଷ ପେନସନଭୋଗୀଙ୍କୁ ଲାଭ ମିଳିବ। ହିମାଚଳ ପ୍ରଦେଶର କଂଗ୍ରେସ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ 3 ପ୍ରତିଶତ ବୃଦ୍ଧି କରିଛି।

ଏହା ପୂର୍ବରୁ କର୍ମଚାରୀଙ୍କୁ 31% ହାରରେ ମହଙ୍ଗା ଭତ୍ତା ମିଳୁଥିଲା। ବର୍ତ୍ତମାନ 34 % ହାରରେ ମହଙ୍ଗା ଭତ୍ତା ମିଳିବ। ରାଜ୍ୟ ସରକାର ଦେଇଥିବା ସୂଚନା ଅନୁସାରେ , 3% ମହଙ୍ଗା ଭତ୍ତା ବୃଦ୍ଧି ହିମାଚଳ ପ୍ରଦେଶ ସରକାରଙ୍କ ରାଜକୋଷ ଉପରେ ପ୍ରାୟ 500 କୋଟିର ଅତିରିକ୍ତ ବୋଝ ପକାଇବ।

ଏହା ବ୍ୟତୀତ ହିମାଚଳପ୍ରଦେଶ ସିଏମ୍ ସୁଖବିନ୍ଦର ସିଂ ମଧ୍ୟ ଚଳିତ ବର୍ଷ ଜୁନରୁ 18 ବର୍ଷରୁ ଅଧିକ ବୟସ୍କ 9000 ମହିଳାଙ୍କୁ 1500 ଟଙ୍କା ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଦ୍ୱାରା ବର୍ଷକୁ ଦୁଇ ଥର ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି କରାଯାଏ।

ଅନ୍ୟପକ୍ଷରେ 1 ଏପ୍ରିଲ 2023ରୁ ହିମାଚଳ ପ୍ରଦେଶ ସରକାର ପୁରୁଣା ପେନସନ୍ ଯୋଜନା ପୁନଃ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ 1.38 ଲକ୍ଷ କର୍ମଚାରୀ ଉପକୃତ ହେବେ। ଏହି କର୍ମଚାରୀମାନଙ୍କ ଦରମାରୁ ଜାତୀୟ ପେନସନ ସ୍କିମ୍ ଅଧୀନରେ ଟଙ୍କା କଟା ଯିବ ନାହିଁ।

ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏକ ବିଜ୍ଞପ୍ତି ଜାରି କରିଛନ୍ତି। 2022 ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପୁରୁଣା ପେନସନ୍ ପୁନଃ ଲାଗୁ କରିବାକୁ ପ୍ରତିଶୃତି ଦେଇଥିଲେ। ସେପଟେ ବିଗତ ଦିନରେ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ 4% ବୃଦ୍ଧି ଘଟିଥିଲା।

ଯାହା ପରେ ସେମାନଙ୍କୁ 42% ହାରରେ ମହଙ୍ଗା ଭତ୍ତା ଏବଂ ରିଲିଫ୍ ମିଳୁଛି। ଏହା ପୂର୍ବରୁ ସେମାନଙ୍କୁ 38% ହାରରେ ମିଳୁଥିଲା। ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ। ଦେଶରେ ମୁଦ୍ରାସ୍ଫୀତି ଯେପରି ବୃଦ୍ଧି ପାଇବ ସେହି ଅନୁସାରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯିବ।

ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ 4% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଅନୁସାରେ ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ। ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ। ଯେପରି ଜାନୁଆରୀ ମାସ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚ ମାସରେ ନିଆଯାଇଛି। ସେହିଭଳି ଜୁଲାଇ ମାସ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବର ମାସରେ ନିଆଯିବ।

Leave A Reply

Your email address will not be published.