ରିଙ୍କୁ ସିଂଙ୍କ ସଂଘର୍ଷ କାହାଣୀ : ଗୋଟିଏ ପଟେ ବାପା ସିଲିଣ୍ଡର ବୋହୁଥିବା ବେଳେ ଗୋଟିଏ ଓଭରରେ ୫ଟି ଛକା ମାରି ପୁଅ ଆଇପିଏଲ ଷ୍ଟାର୍

0

Get real time updates directly on you device, subscribe now.

ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ରୋମାଂଚକର ମୁକାବିଲା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଶେଷ ୫ ଟି ବଲରେ ୫ ଟି ଛକା ମାରି ଇତିହାସ ରହିଛନ୍ତି ରିଙ୍କୁ ସିଂ । ନବମ ଯାଏ ପାଠ ପଢିଥିବା ରିଙ୍କୁ ଦିନେ ଥିଲା କାମ ନପାଇ ଅନ୍ୟଘରେ ଝାଡୁ ମାରୁଥିଲେ ।

କିନ୍ତୁ ନିଜର ଦୃଢ଼ ମନୋବଳ ଏବଂ କ୍ରିକେଟ ପ୍ରତି ଉତ୍ସାହ ପାଇଁ ଆଜି ସେ ଅସମ୍ଭବାକୁ ସମ୍ଭବ କରି ଦେଖାଇଛନ୍ତି । ଏହି ପ୍ରଦର୍ଶନ ପରେ କୋଲକାତା ଟିମ୍ ପାଇଁ ହିରୋ ହୋଇ ଯାଇଛନ୍ତି ଛୋଟ ସହରର ଏହି ବଡ଼ ତାରକା ।

ଶେଷ ବଲରେ ଗୁଜୁରାଟ ଟାଇଟାନ୍ସ (ଜିଟି) ର ମୁହଁରୁ ବିଜୟ ଛଡ଼ାଇ ନେଇଥିବା ରିଙ୍କୁ ସିଂଙ୍କ କାହାଣୀ ଆପଣଙ୍କୁ କନ୍ଦେଇ ଦେଇପାରେ । ୫ ଭାଇଭଉଣୀଙ୍କ ମଧ୍ୟରେ ରିଙ୍କୁ ତିନି ନମ୍ବରରେ ।

ରିଙ୍କୁ କୋଚିଂ ସେଣ୍ଟରରେ ଝାଡୁ ମାରୁଥିଲେ ମଧ୍ୟ ଅର୍ଥ ଅଭାବର ସାମ୍ନା କରି ସେ କ୍ରିକେଟର ହେବାର ସ୍ୱପ୍ନ ଛାଡି ନାହାଁନ୍ତି । ଆଉ ଦୃଢ଼ ଇଛା ଶକ୍ତି ବଳରେ ବର୍ତ୍ତମାନ ସେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଛନ୍ତି।

ଅକ୍ଟୋବର ୧୨, ୧୯୯୭ ରେ ୟୁପିର ଆଲିଗଡରେ ଜନ୍ମ ହୋଇଥିବା ରିଙ୍କୁ ସିଂଙ୍କ କ୍ରିକେଟ୍ ଯାତ୍ରା ଏତେ ସହଜ ନଥିଲା । ୫ ଭାଇଭଉଣୀଙ୍କ ମଧ୍ୟରେ ରିଙ୍କୁ ସିଂ ତୃତୀୟ । ତାଙ୍କ ପିତା ଗ୍ୟାସ ସିଲିଣ୍ଡର ବିତରଣରେ କାମ କରୁଥିଲେ ।

ଏଭଳି ପରିସ୍ଥିତିରେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରିଙ୍କୁଙ୍କ କ୍ରିକେଟର ହେବାର ସ୍ୱପ୍ନ ଅଧାରେ ରହିଯିବ ଲାଗିଲା । ହତାଶ ହୋଇ ରିଙ୍କୁ ସିଂ ଗୋଟିଏ ଥର ଚାକିରି କରିବାକୁ ସ୍ଥିର କଲେ, କିନ୍ତୁ ଅଧିକ ଶିକ୍ଷିତ ହୋଇ ନଥିବାରୁ ରିଙ୍କୁ ଭଲ ଚାକିରି ପାଇଁ ନଥିଲେ ।

ଏହି ସମୟରେ ରିଙ୍କୁ ଏକ କୋଚିଂ ସେଣ୍ଟରରେ ଝାଡୁ ପୋଛା କାମ ପାଇଥିଲେ, କିନ୍ତୁ ସେ ଏହି କାମ କରିପାରି ନଥିଲେ ଏବଂ ଚାକିରି ଛାଡି ଦେଇଥିଲେ । ଭଲ ପାଠ ହେଉ ନଥିବାରୁ ସେ ପାଠ ମଧ୍ୟ ପଢି ପାରୁ ନଥିଲେ । ଏହାପରେ ସେ କ୍ରିକେଟ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ ଭାବିଥିଲେ । ଏବଂ ସେ ଭାବି ନେଇଥିଲେ ଯେ, କେବଳ କ୍ରିକେଟ୍ ମୋତେ ଆଗକୁ ନେଇପାରିବ ଏବଂ ମୋର ଅନ୍ୟ କୌଣସି ବିକଳ୍ପ ନାହିଁ ।

Leave A Reply

Your email address will not be published.