ପୁଣି ଚର୍ଚ୍ଚାରେ ଜାଗୃତି ଶୁକ୍ଳା, ବର୍ଷାଙ୍କ ବ-ୟାନ ପରେ ନିଜ ପୋଷ୍ଟରେ ଏପରି କିଛି ଲେଖିଲେ ଜାଗୃତି

0

Get real time updates directly on you device, subscribe now.

ସାମ୍ନାକୁ ଆସିଛି ଜାଗ୍ରତି ଶୁକ୍ଳାଙ୍କର ଏକ ଫେସବୁକ ପୋଷ୍ଟ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଜାଗୁତି ଏହି ପୋଷ୍ଟରେ ଲେଖିଛନ୍ତି ଯେ,” ଜଣେ ମହିଳା ମହିଳା ସଶକ୍ତିକରଣ କ୍ଷେତ୍ରରେ ଭାଷଣ ଦେଇ ପ୍ରତି କ୍ଷେତ୍ରରେ ନିଜର ଅସ୍ତିତ୍ୱ ଜାହରି କରୁଛନ୍ତି।

କିନ୍ତୁ ସେହି ମହିଳା ତାଙ୍କ ନିଜର ପରିଚୟ ପ୍ରତି ଆଞ୍ଚ ଆସିବା ନାମରେ ତାଙ୍କ ସ୍ୱାମୀଙ୍କ ସାଜ୍ଞ୍ୟା ବ୍ୟବହାର କରିବାରେ ବିଶ୍ୱାସ କରନ୍ତି ନାହିଁ। ସେହି ମହିଳା ସ୍ୱାମୀଙ୍କ ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା କହି ମାସିକିଆ ଦରମା ନିଅନ୍ତି|ସେମାନେ ନିଜେ ରୋଜଗାର କରୁଥିଲେ ମଧ୍ୟ ଏକ୍ଷେତ୍ରରେ ଲ-ଜ୍ଜା ଅନୁଭବ କରିନଥାନ୍ତି।

କୋର୍ଟ ବାହାରେ ସଶକ୍ତିକରଣ ନାରା ଦେଇ ଆଗକୁ ବଢ ଏବଂ କାହା ଉପରେ ନିର୍ଭର କରନାହିଁ ବୋଲି ଭାଷଣ ଦିଅନ୍ତି। ତେଣୁ ଏହା କଣ ସଶକ୍ତିକରଣ।” ତେବେ କାହାକୁ ଏବଂ କେଉଁ ଉଦ୍ଦେଶ୍ୟରେ ସେ ଏପରି ଫେସବୁକ ପୋଷ୍ଟ କରିଛନ୍ତି ତାହା ସେ ସ୍ପଷ୍ଟ କରିନାହାନ୍ତି ।

ସେପଟେ ଦୀର୍ଘଦିନ ନିଜର ବ-ୟାନ ରଖିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ରମାଦେବୀ ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଓଲିଉଡ ଅଭିନେତ୍ରୀ ଏଭଳି ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ଯେ, “ମୋ ଜୀବନରେ ଝଡ ଆସିଛି। ମୋ ଜୀବନ ଅନିଶ୍ଚିତ। କେତେବେଳେ କଣ ହେବ କେହି ଜାଣିନାହାନ୍ତି। ମୁଁ ଲାଜୁଆ ଏବଂ ଡରୁଆ ପ୍ରକୃତିର ଝିଅ।

ଜୀବନରେ ଯାହା ଆଶା କରିନଥିଲି ସେୟା ହିଁ ହୋଇଛି। ଜୀବନ ମତେ ବହୁତ ଥର ତଳେ ପକେଇବାକୁ ଚେଷ୍ଟା କରିଛି। କିନ୍ତୁ ପୁଣି ଥରେ ମୁଁ ଛିଡା ହୋଇଛି।ପରିବାର ଲୋକ ସାହାସ ଯୋଗାଇଛନ୍ତି। ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ଲୋକେ କହୁଛନ୍ତି, ରାଜନୀତିରେ ଯୋଗଦେବା ପାଇଁ ମୁଁ ଏସବୁ କରୁଛି। ଏହା ମତେ ବହୁତ କଷ୍ଟ ଦେଉଛି।

ମୋ ନାମରେ ଅପପ୍ର-ଚାର କରାଯାଉଛି। କିନ୍ତୁ ଏହାର କୌଣସି କାରଣ ନଥିବାରୁ ମୁଁ ଅଯଥା ପ୍ରତି-କ୍ରିୟା ଦେଉନାହିଁ। କେବେ ବି ନକାରାତ୍ମକ ଚିନ୍ତାଧାରାକୁ ମୁଁ ଗ୍ରହଣ କରେନାହିଁ। ଶେଷକୁ ଏତିକି କହିଦେଇ ଯାଉଛି ପିଲାମାନେ ନକରାକାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ।”

Leave A Reply

Your email address will not be published.