UPIକୁ ନେଇ ଆସିଲା ବଡ ଖରାପ ଖବର : ଏପ୍ରିଲ ମାସ ଆରମ୍ଭରୁ ଆଉ ମାଗଣାରେ ପଠାଇ ପାରିବେ ନାହିଁ ଟଙ୍କା,ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

ଆଜିକାଲି ସବୁଆଡେ ଟଙ୍କା ପଠାଇବା ଲାଗି ଅନଲାଇନ ଆପର ବ୍ୟବହାର ବହୁତ ବୃଦ୍ଧି ପାଇବାରେ ଲାଗିଛି। ଏହାର ବ୍ୟବହାର ସୁରକ୍ଷିତ ହେବା ସହ ସହଜ ମଧ୍ଯ ହୋଇଥାଏ। ତେବେ ଯଦି ଆପଣ ମଧ୍ୟ ଏହି ଆପର ବ୍ୟବହାର କରୁଛନ୍ତି ତାହାଲେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଦରକାର।

ଏପ୍ରିଲ 1 ରୁ ଆଉ ମାଗେଣାରେ କରିପାରିବେ ନାହିଁ ୟୁପିଆଇ ପେମେଣ୍ଟ। ଏବେ ୟୁପିଆଇ ପେମେଣ୍ଟ ପାଇଁ ଲାଗିବ ଚାର୍ଜ। ସୂଚନା ଅନୁସାରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ( NPCI)ର ନିଷ୍ପତ୍ତି କାରଣରୁ ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ ମାଧ୍ୟମରେ ୟୁପିଆଇ ପେମେଣ୍ଟ କରୁଥିବା ଉପଭୋକ୍ତାମାନଙ୍କୁ ଲାଗିଛି ବଡ଼ ଝଟକା।

ବାଣିଜ୍ୟିକ କାରବାର (BUSINESS TRANSACTION )ଉପରେ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ (PPI) ଫି ଲାଗୁ କରିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) କହିଛି।ତେବେ NPCI ୟୁପିଆଇ ପେମେଣ୍ଟ(UPI Payment) ଉପରେ 0.5% ରୁ 1.1% PPI ଚାର୍ଜ ଲଗାଇବାକୁ ଯୋଜନା କରୁଛି।

ଏହା ଫଳରେ କେବଳ 2000ରୁ ଅଧି୍କ ଟଙ୍କାର ପେମେଣ୍ଟ ଉପରେ ଏହି ପିପିଆଇ(PPI) ଚାର୍ଜ ଲାଗୁ ହେବ। ତେବେ ଏପ୍ରିଲ ମାସ 1 ତାରିଖରୁ ଯଦି ଆପଣ 2000 ଟଙ୍କାରୁ ଅଧିକ ଟଙ୍କାର ୟୁପିଆଇ ପେମେଣ୍ଟ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ 1.1% ଅଧିକ ଟଙ୍କା ଦେବାକୁ ପଡ଼ିପାରେ।

ବର୍ତ୍ତମାନ ସମୟରେ ୟୁପିଆଇ ପେମେଣ୍ଟର ଅଧିକାଂଶ କାରବାର 2000 ଟଙ୍କାରୁ ଅଧିକ ରହୁଛି। ପାଖାପାଖି 70% କାରବାର ବା ଟ୍ରାଜାକ୍ସନ 2000ଟଙ୍କାରୁ ଅଧିକ ଥିବାରୁ ଏହା ଉପରେ ପିପିଆଇ( (PPI) ଚାର୍ଜ ଲଗାଇବାକୁ ଯୋଜନା କରୁଛି ଏନପିସି। ଏଭଳି ପରିସ୍ଥିତିରେ ଲୋକଙ୍କ ପକେଟରେ ଉପରେ ଏହାର ଏକ ବଡ଼ ପ୍ରଭାବ ପକାଇବ।

ରିପୋର୍ଟ ଅନୁସାରେ କୃଷି ଏବଂ ଟେଲିକମ୍ କ୍ଷେତ୍ରରେ ସର୍ବନିମ୍ନ ଚାର୍ଜ ଆଦାୟ କରାଯିବ। ତେବେ ସର୍କୁଲାରରେ ଏହା 30 ସେପ୍ଟେମ୍ବର 2023 କିମ୍ବା ତା ପୂର୍ବରୁ ସମୀକ୍ଷା କରାଯିବ ନେଇ କୁହାଯାଇଛି। ବର୍ତ୍ତମାନ ସମୟରେ ଫୋନ ପେ, ପେଟିଏମ୍ , ଗୁଗୁଲ ପେ ଭଳି ଆପରେ ୟୁପିଆଇ ପେମେଣ୍ଟ କଲେ ୟୁଜର୍ସଙ୍କୁ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ ପଡୁନାହିଁ।

PPI ନ ଲାଗିବା ଦ୍ବାରା ଏହି କମ୍ପାନୀଗୁଡିକ ନିଜର କ୍ଷତି ହେଉଥିବା କହି ଦୀର୍ଘ ଦିନରୁ ଅଭିଯୋଗ କରିଆସୁଥିଲେ। ଅଧିକ ଟଙ୍କାର ଟ୍ରାଜାକ୍ସନ ଉପରେ ପିପିଆଇ ଚାର୍ଜ ଲଗାଇବାକୁ ଏହି କମ୍ପାନୀଗୁଡିକ ଦାବି କରିଥାସୁଥିଲେ।  ତେବେ NPCIର ଏହି ନିଷ୍ପତ୍ତି ଉପରେ କମ୍ପାନୀଗୁଡିକ ବହୁତ ଖୁସି ଅଛନ୍ତି।

Leave A Reply

Your email address will not be published.