ମେଟ୍ରୋ ଷ୍ଟେସନରୁ ଚୋରି ହୋଇଗଲା ଏହି କ୍ରିକେଟରଙ୍କ ବ୍ୟାଗ୍, ରାଗିକି ଦେଲେ ଏପରି ଅଭିଶାପ ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

0

Get real time updates directly on you device, subscribe now.

ଅନେକ ସମୟରେ ସୋସିଆଲ ସାଇଟରେ ଅନେକ ପ୍ରକାରର କଥା ସବୁ ଶୁଣିବାକୁ ମିଳେ, ସୋସିଆଲ ସାଇଟ୍ ଏପରି ଏକ ପ୍ଲାଟଫର୍ମ ଅଟେ ଯେଉଁଥିରେ ଦୁନିଆ ସାରାର ଖବର ସାଙ୍ଗେ ସାଙ୍ଗେ ଲୋକଙ୍କ ପାଖରେ ପହଞ୍ଚି ଯାଇଥଏ।

ତେବେ ସୋସିଆଲ ସାଇଟରେ ଶୁଣିବାକୁ ମିଳୁଛି କି ବେନ୍ ଷ୍ଟୋକ୍ସଙ୍କର ବ୍ୟାଗ ମେଟ୍ରୋ ଷ୍ଟେସନରେ ଚୋରି ହୋଇ ଯାଇଛି ଏବଂ ସେ ରାଗିଯାଇ ଟ୍ୱଇଟ୍ କରି ସୂଚନା ଦେଇଛନ୍ତି।

ମେଟ୍ରୋ ଷ୍ଟେସନରୁ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସଙ୍କ ବ୍ୟାଗ ଚୋରି ହୋଇଯାଇଛି। ଏହା ପରେ ବେନ ଷ୍ଟୋକ୍ସ ଅତ୍ୟନ୍ତ ରାଗିଯାଇ ଚୋରକୁ ଅଭିଶାପ ଦେଇଛନ୍ତି । ବେନ ଷ୍ଟୋକ୍ସ ଟ୍ୱିଟ୍ କରି ମେଟ୍ରୋ ଷ୍ଟେସନରୁ ତାଙ୍କ ବ୍ୟାଗ ଚୋରି ହୋଇଥିବା କଥା କହିଛନ୍ତି ।

ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି । ବେନ ଷ୍ଟୋକ୍ସ ବାଂଲାଦେଶ ସହ ଟି-୨୦ ସିରିଜର ଅଂଶ ନୁହଁନ୍ତି ।

ବ୍ୟାଗ ଚୋରି ହେବା ବିଷୟରେ ବେନ ଷ୍ଟୋକ୍ସ ଟ୍ୱିଟରରେ ନିଜ ପ୍ରଶଂସକଙ୍କୁ କହିଛନ୍ତି ଓ ଏହି ଘଟଣାରେ ସେ ମଧ୍ୟ ବହୁତ ରାଗିଛନ୍ତି ।ଲଣ୍ଡନର କିଙ୍ଗ କ୍ରସ୍ ରେଳ ଷ୍ଟେସନରୁ ବେନ ଷ୍ଟୋକ୍ସଙ୍କ ବ୍ୟାଗ ଚୋରି ହୋଇଥିଲା । ତାଙ୍କ ବ୍ୟାଗରେ ବହୁତ ପୋଷାକ ଥିଲା ।

ବେନ ଷ୍ଟୋକ୍ସ ଟ୍ୱିଟ କରି କହିଛନ୍ତି ଯେ, “ଯିଏ କିଙ୍ଗ କ୍ରସ ରେଳ ଷ୍ଟେସନରୁ ମୋ ବ୍ୟାଗ ଚୋରି କରିଛି, ମୁଁ କହିବାକୁ ଚାହେଁ ଯେ ମୋର ପୋଷାକ ଆପଣଙ୍କ ପାଇଁ ବଡ଼ ହେବ ।

ଏହାପରେ ସେ କିଛି ଷ୍ଟାର୍ ଲଗାଇ ନିଜର କ୍ରୋଧ ପ୍ରକାଶ କରିଛନ୍ତି ଓ କ୍ରୋଧରେ ଏକ ଲାଲ୍ ଇମୋଜି ମଧ୍ୟ ଲଗାଇଛନ୍ତି ।” ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଓଡିଆଇରୁ ଅବସର ନେଇଛନ୍ତି ।

ବର୍ତ୍ତମାନ ବେନ ଷ୍ଟୋକ୍ସ କେବଳ ଟେଷ୍ଟ ଓ ଟି- ୨୦ କ୍ରିକେଟ୍ ଖେଳୁଛନ୍ତି । ଟେଷ୍ଟରେ ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡର ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଆସିଛି । ବେନ ଷ୍ଟୋକ୍ସ ଆକ୍ରମଣାତ୍ମକ ରଣନୀତି ସହିତ ଟେଷ୍ଟ ଅଧିନାୟକତ୍ୱ ପାଇଁ ଜଣାଶୁଣା ।

Leave A Reply

Your email address will not be published.