ସରକାରୀ ଚାକିରିଆଙ୍କୁ ବଡ଼ ଝଟକା ! ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ଶୁଣିବାକୁ ମିଳୁଛି ଯେ କେନ୍ଦ୍ର ସରକାରି ଚାକିରିଆଙ୍କୁ ଲାଗିଲା ବଡ଼ ଝଟକା । କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏ କୁ ନେଇ ଆସିଲା ଏକ ବଡ଼ ଅପଡେଟ । ଏଠାରେ ଜାଣି ରଖନ୍ତୁ ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ପ୍ରତି ୬ ମାସରେ ସମୀକ୍ଷା କରାଯାଏ ।

ଆଉ ଏ-ଆଇ-ସି-ପି-ଆଇ ତଥ୍ୟ ଆଧାରରେ ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି ଏବଂ ଏହି ବୃଦ୍ଧି ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ତଥ୍ୟ ଉପରେ ଆଧାରିତ ହୋଇଥାଏ । କିନ୍ତୁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ଜାନୁଆରୀ ୨୦୨୩ ପାଇଁ ଡିଏ ବା ମହଙ୍ ଭତ୍ତା ବୃଦ୍ଧି ଘୋଷଣା କରିନାହାଁନ୍ତି ।

ସାଧାରଣତଃ ହୋଲି ପୂର୍ବରୁ ସରକାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଥିଲା । ତେବେ ଏହାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି

ଖୁବ୍ ଶୀଘ୍ର ଏହା ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ୬୫ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୪୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଏହା ପରେ ୧ ଜୁଲାଇ ୨୦୨୩ ରେ ପୁଣି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ବୃଦ୍ଧି ଘଟିବ । ଡିଏ କୁ ନେଇ ଆସିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ସୂଚନା । ମିଳିଥିବା ସୂଚନା ଅନୁସାରେ ଆଗକୁ ଡିଏ ପାଇବାକୁ ଅନେକ ଜଣ ଆଶା ବାନ୍ଧିଛନ୍ତି । ଏହାକୁ ନେଇ ଜୁଲାଇ ମାସରେ ଏକ ବଡ଼ ଖବରକୁ ଅପେକ୍ଷା କରିଛନ୍ତି ସମସ୍ତେ ।

ଆସନ୍ତା ଜୁଲାଇରେ କେତେ ବଢିବ ଡ଼ିଏ? ସମୟ ଆଗରୁ ଜାଣନ୍ତୁ ବଡ଼ ଅପଡେଟ୍ । ସୂଚନା ମୁତାବକ, ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ବର୍ତ୍ତମାନ ଜାନୁଆରୀ ୨୦୨୩ ର ମହଙ୍ଗା ଭତ୍ତା ଘୋଷଣା କରାଯିବ । ଏହା ପରେ ଜୁଲାଇ ୨୦୨୩ ର ମହଙ୍ଗା ଭତ୍ତା ବା ଡିଏ ଘୋଷଣା କରାଯିବ ।

ସୂଚନମୁତାବକ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୮% ହାରରେ ଡିଏ ପ୍ରଦାନ କରାଯାଇଛି । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୪୨% କୁ ବୃଦ୍ଧି ପାଇବ । ଏହା ପରେ ଯେଉଁମାନଙ୍କର ଦରମା ୧୮,୦୦୦ ଟଙ୍କା ରହିଛି ସେମାନଙ୍କ ବାର୍ଷିକ ମହଙ୍ଗା ଭତ୍ତା ୯୦,୭୨୦ ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ ମହଙ୍ଗା ଭତ୍ତାଠାରୁ ପାର୍ଥକ୍ୟ ବିଷୟରେ କହିବାକୁ ଗଲେ ଦରମା ପ୍ରତି ମାସରେ ୭୨୦ ଟଙ୍କା ଏବଂ ବାର୍ଷିକ ୮୬୪୦ ଟଙ୍କା ବୃଦ୍ଧି ପାଇବ ।

Leave A Reply

Your email address will not be published.