ଏଥର ଛୁଟିଦିନ କେବେ କେବେ ପଡୁଛି? ଆଉ କେତେଟା ଛୁଟି ଆପଣଙ୍କର ବେକାର ହୋଇଯିବ ଜାଣନ୍ତୁ ବର୍ଷର ପୂରା ଲିଷ୍ଟ ।

0

Get real time updates directly on you device, subscribe now.

ବର୍ଷ ୨୦୨୩ ଆରମ୍ଭ ହୋଇଯାଇଛି । ନୂଆବର୍ଷକୁ ବଡ ଧୂମଧାମରେ ହିଁ ପାଳନ କରୁଛନ୍ତି ଲୋକେ । ତେବେ ବର୍ଷ ଆରମ୍ଭ ହେଲେ ଲୋକେ ପ୍ରଥମେ ଘରକୁ ଆଣନ୍ତି ନୂତନ ବର୍ଷର କ୍ୟାଲେଣ୍ଡରକୁ । ଯାହାକୁ ଦେଖି ଲୋକମାନେ ପତ୍ତା କରନ୍ତି ଯେ କେଉଁ ପର୍ବ କେଉଁ ଦିନରେ ପଡୁଛି

ଲୋକମାନେ ଏହାରି ହିସାବରେ ନିଜ ନିଜର ପ୍ଲାନିଙ୍ଗ୍‌ କରନ୍ତି । ବିବାହ ଜନ୍ମଦିନ କିମ୍ବା ଓ୍ଵିକେଣ୍ଡ ବୁଲିବା ପ୍ଲାନ ହେଉ କିମ୍ବା ପିଲାଙ୍କ ପରୀକ୍ଷା ଡେଟ ସବୁକିଛିକୁ ଏହି କ୍ୟାଲେଣ୍ଡର ହିସାବରେ ପ୍ଲାନ କରନ୍ତି ।

ପ୍ରତି ବର୍ଷ ଏମିତି ହୋଇଥାଏ ଯେ ଅନେକ ପର୍ବ ସପ୍ତାହ ଶେଷରେ ପଡିଥାଏ ଏବଂ ବହୁତ ଛୁଟି ବେକାରରେ ବି ପଳାଇଯାଏ । ତେବେ ଏଥର ନୂଆ ବର୍ଷରେ ବି କେତେଟା ଓ୍ଵିକେଣ୍ଡ ପଡୁଛି ଏବଂ କେତେଟା ଛୁଟି ଆପଣଙ୍କର ବେକାର ଯାଉଛି ଆସନ୍ତୁ ତାଉପରେ ନଜର ପକାଇବା ।

୧. ୧୪ ଜାନୁଆରୀ ୨୦୨୩ ଶନିବାର ପଡୁଛି ଏବଂ ଉକ୍ତ ଦିନରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉଭୟ ପର୍ବ ପଡୁଛି । ଦୁଇଟି ପର୍ବ ଗୋଟିଏ ଦିନରେ ପଡିଯିବା କାରଣରୁ ଗୋଟେ ଛୁଟି ଆପଣଙ୍କର ଏଠାରେ କମିଗଲା ।

୨. ୧୮ ଫେବୃଆରୀ ୨୦୨୩ ଶନିବାର ଦିନ ମହାଶିବରାତ୍ରୀ ପର୍ବ ପଡୁଛି । ତେବେ ଏହା କେବଳ ସେହି ଲୋକମାନଙ୍କୁ ଫାଇଦା ହେବ ଯେଉଁମାନଙ୍କୁ କେବଳ ରବିବାର ଛୁଟି ମିଳିଥାଏ । ସେମାନଙ୍କୁ ଶନିବାର ଏବଂ ରବିବାର ଦୁଇଦିନ ଛୁଟି ମିଳିଯିବ ।

୩. ୨୨ ଏପ୍ରିଲ୍ ୨୦୨୩ ମଧ୍ୟ ଏବର୍ଷ ଶନିବାର ପଡୁଛି । ଆଉ ଏହି ଦିନ ଇଦ ମଧ୍ୟ ପଡୁଛି । ତେଣୁ ସପ୍ତାହରେ ପାଞ୍ଚ ଦିନ ଛୁଟି ମିଳୁଥିବା ଲୋକଙ୍କର ଗୋଟେ ଛୁଟି ବାତିଲ ହୋଇଯିବ ।

୪. ୨୨ ଅକ୍ଟୋବର ୨୦୨୩ ରବିବାର ଦିନ ଦୁର୍ଗା ଅଷ୍ଟମୀ ପଡୁଥିବାରୁ ୨ଟା ଛୁଟି ଗୋଟେ ଦିନରେ ପଡିଯାଉଛି । ଏହାଦ୍ୱାରା ସେହି ଲୋକମାନଙ୍କର କ୍ଷତି ହେବ ଯେଉଁମାନେ ଅଷ୍ଟମୀ ଠାରୁ ନେଇ ଦଶହରା ପର୍ଯ୍ୟନ୍ତ ଛୁଟିକୁ ଏଞ୍ଜୟ କରନ୍ତି । ଏବେ ଏହା କେବଳ ନବମୀ ଏବଂ ଦଶହରା ଦିନ ହିଁ ଛୁଟି ମିଳିବ ।

୫. ଚଳିତ ବର୍ଷର ବଡ ପର୍ବ ମଧ୍ୟରୁ ଦୀପାବଳି ମଧ୍ୟ ଏଥର ରବିାର ଦିନ ପଡୁଛି । ୧୨ ନଭେମ୍ବର ୨୦୨୩ ରବିବାର ଦିନ ପଡୁଥିବାରୁ ଦୀପାବଳି ପାଇଁ ମିଳୁଥିବା ତିନି ରୁ ଚାରି ଦିନ ଛୁଟି ମଧ୍ୟ ଗୋଟେ ଦିନ ଛୁଟି କମ୍‌ ହୋଇଯିବ ।

୬. ଚଳିତ ବର୍ଷର ଛଠ୍‌ ପୂଜା ମଧ୍ୟ ୧୯ ନଭେମ୍ବର ରବିାର ଦିନ ପଡୁଛି । ଏଥିପାଇଁ ଏକ ବଡ ଛୁଟି ଆପଣଙ୍କର ବେକାର ହୋଇଯିବ । ଏହି ପୂରା ଲିଷ୍ଟକୁ ଦେଖି ଏହା କୁହାଯାଇପାରିବ ଯେ ଚଳିତ ବର୍ଷର ବହୁତ ଛୁଟି କମ୍‌ ହୋଇଯିବ । କାରଣ ଅଧିକାଂଶ ଛୁଟିଦିନ ଶନିବାର ଓ ରବିବାରରେ ହିଁ ପଡୁଛି ।

Leave A Reply

Your email address will not be published.