ସତରେ କ’ଣ ପ୍ରଥମ ଦେଖାରେ ପ୍ରେମ ହୋଇଯାଏ ? ଗବେଷଣାରୁ ସାମ୍ନାକୁ ଆସିଲା ଏମିତି ତଥ୍ୟ !

0

Get real time updates directly on you device, subscribe now.

କଥାରେ ଅଛି ପ୍ରେମ ଅନ୍ଧ, ପାଣି ଅନ୍ଧ, ନିଆଁ ଅନ୍ଧ । ଏମାନଙ୍କର ବାଡ ବତା ନାହିଁ। ପାଣି ଯେମିତି ବନ୍ଧବାଡ ମାନେ ନାହିଁ। ତାର ଇଚ୍ଛା ଅନୁସାରେ ନୂଆ ନୂଆ ଦିଗ ବଦଳାଇ । ଲୋକମାନେ କହିଥାନ୍ତି କି ପ୍ରେମ ଅନ୍ଧ ହୋଇଥାଏ ଓ ଯେତେବେଳେ କାହା ସହିତ ପ୍ରେମ ହୋଇଯାଏ, ସେତେବେଳେ ଜାତି, ଟଙ୍କା, ବୟସ, ଓ ରୂପକୁ ଦେଖାଯାଇ ନଥାଏ । ନ ଚାହିଁ ମଧ୍ୟ ପ୍ରେମ ହୋଇ ଯାଇଥାଏ । ନ ଚାହିଁ ମଧ୍ୟ ପ୍ରେମ ହୋଇ ଯାଇଥାଏ । ପ୍ରେମ ସବୁବେଳେ ଅନ୍ଧ ।

ପ୍ରେମ ଚିରନ୍ତନ ଚିର ଶାଶ୍ଵତ । କୁହାଯାଏ ଯେ ପ୍ରଥମ ଦେଖା ରେ ମଧ୍ୟ ପ୍ରେମ ହୋଇଯାଏ । ତେବେ ଏହା କଣ ଠିକ୍ ? କାରଣ ଜଣକୁ ଜାଣିବା ପରେ ପ୍ରେମ ହୁଏ । ତେବେ ଜଣକୁ ଜାଣିବାକୁ ହେଲେ ବାରମ୍ବାର ତା ସହିତ ମିଶିବାକୁ ପଡେ । ତେବେ ନ୍ୟୁୟର୍କର ହାମିଲଟନ୍ କଲେଜର ମନସ୍ତତ୍ୱବିତ୍ ବା ସାଇକୋଲୋଜିଷ୍ଟମାନେ ପ୍ରେମ ଉପରେ ଏକ ଗବେଷଣା କରିଛନ୍ତି । ସାଇକୋଲୋଜିଷ୍ଟମାନେ ଏକ ଟିମ୍ ଗଠନ କରିଥିଲେ। ଏହି ସମୟରେ କିଶୋର ଏବଂ କିଶୋରୀଙ୍କୁ ପରସ୍ପରର ଫୋଟୋ ଦେଖାଯାଇଥିଲା । ତେବେ ଏହି ପରୀକ୍ଷା ରେ କଣ ବାହାରିଲା ଜାଣନ୍ତୁ ।

ଅନେକେ କୁହନ୍ତି ଯେ ପ୍ରଥମ ଦେଖା ରୁ ପ୍ରେମ ହୋଇଯାଏ । ଅନେକ ଗଳ୍ପ , କବିତା ମଧ୍ୟ ରହୁଚି । ତେବେ ପ୍ରଥମ ଦେଖାରେ ନୁହେଁ ୪ର୍ଥ ଦେଖାରେ ପ୍ରେମ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣା ପଡ଼ିଛି । ତେବେ ନ୍ୟୁୟର୍କର ହାମିଲଟନ୍ କଲେଜର ମନସ୍ତତ୍ୱବିତ୍ ବା ସାଇକୋଲୋଜିଷ୍ଟମାନେ ପ୍ରେମ ଉପରେ ଏକ ଗବେଷଣା କରିଛନ୍ତି ।

ସାଇକୋଲୋଜିଷ୍ଟମାନେ ଏକ ଟିମ୍ ଗଠନ କରିଥିଲେ। ଏହି ସମୟରେ କିଶୋର ଏବଂ କିଶୋରୀଙ୍କୁ ପରସ୍ପରର ଫୋଟୋ ଦେଖାଯାଇଥିଲା । ଗବେଷାକାରୀ ଦଳ ସେମାନଙ୍କର ମସ୍ତିଷ୍କର ଗତିବିଧିକୁ ଅନୁଧ୍ୟାନ କରିଥିଲେ ଯାହା ସେମାନଙ୍କ ମନରେ ବିଭିନ୍ନ ଚିତ୍ର ପ୍ରତି ସେମାନଙ୍କର ଆକର୍ଷଣର ବିଚାର କରିପାରିବ । ତେବେ ସେମାନଙ୍କ ଗବେଷଣା ଅନୁସାରେ ପ୍ରେମ ପ୍ରଥମ ଦେଖାରେ ହୁଏ ନାହିଁ । ଦୁଇ ଜଣଙ୍କୁ ପ୍ରେମରେ ପଡ଼ିବାକୁ ହେଲେ ସେମାନଙ୍କୁ ଅନ୍ତତ ୪ ଥର ଦେଖା କରିବାକୁ ପଡିବ ।

ତେବେ ଏହି ମନବୈଜ୍ଞାନିକ ଙ୍କ ପରୀକ୍ଷା ଅନୁସାରେ ସେମାନଙ୍କ ଫୋଟ ପ୍ରଥମ ଥର ଦେଖାଯିବା ପରେ ମସ୍ତିଷ୍କ ର ଭାବନା ରେ ସାମାନ୍ୟ ଗତି ଘଟିଛି । ଦ୍ୱିତୀୟ ଥର ଚିତ୍ରଗୁଡ଼ିକ ଦେଖାଯିବା ପରେ, ଆକର୍ଷଣର ମାତ୍ରା ପୂର୍ବ ଅପେକ୍ଷା ବୃଦ୍ଧି ଘଟିଛି । ତୃତୀୟ ଥର ପାଇଁ ଚିତ୍ର ଦେଖାଯିବାବେଳେ ଦ୍ୱିତୀୟ ଥର ଅପେକ୍ଷା ଅଧିକ ରହୁଚି । ଶେଷରେ ଗବେଷକମାନେ ଜାଣିବାକୁ ପାଇଲେ ଯେ, ଚତୁର୍ଥ ଥର ଚିତ୍ର ଦେଖାଯିବା ପରେ ମସ୍ତିଷ୍କ ରେ ଉତ୍ସାହ ଏବଂ ଆନନ୍ଦ ଖେଳି ଯାଉଚି ।

Leave A Reply

Your email address will not be published.