ଗାଙ୍ଗୁଲିଙ୍କ ଦାଦାଗିରି ଆଉ ଦ୍ରାବିଡ଼ଙ୍କ ମାନମାନି ପାଇଁ ଯେଉଁ ଦେଶ ୱାର୍ଡ କପ୍ ଜିତି ପାରିଥାନ୍ତା ସେହି ଟିମ୍ ଏବେ ବାଂଲାଦେଶ ଠାରୁ ହାରୁଛି ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ବିଗତ ଦିନରେ ବାଂଲାଦେଶ ଗସ୍ତରେ ଥିବା ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଦିନିକିଆ ସିରିଜ ହାରିଛି । ଏହାପୂର୍ବରୁ ୨୦୧୫ରେ ସେମାନେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ୍ ହାରିଥିଲେ

ବର୍ତ୍ତମାନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିପକ୍ଷରେ ଆୟୋଜକ ବାଂଲାଦେଶ ୨-୦ ରେ ଅପରାଜିତ ରହିଛି । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ୧୦ ଡିସେମ୍ବରରେ ଖେଳାଯିବ କିନ୍ତୁ ଏହି ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଓ କୁଲଦୀପ ସେନ ଖେଳି ପାରିବେ ନାହିଁ ।

ଆହତ କାରଣରୁ ତିନିଜଣ ବାହାର ହୋଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ ଆସୁଥିବାରୁ ଖେଳାଳିଙ୍କର ଏଭଳି ଆହତ ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଏହା ସହିତ କ୍ରିକେଟ୍ ଫ୍ୟାନ୍ସ ବି ଚିନ୍ତା ପ୍ରକଟ କରିଛନ୍ତି । ଟି-୨୦ ବିଶ୍ବକପ୍‌ ୨୦୨୨ରେ ଟିମ୍ ଇଣ୍ଡିଆର ପରାଜୟ ପରେ ଅନେକ କିଛି ପରିବର୍ତ୍ତନ ହୋଇଛି ।

ବିସିସିଆଇ ନୂତନ ସିଲେକ୍ଟ କମିଟି ଗଠନ କରିବାର ନିଷ୍ପତ୍ତି ନେଇ ବୋର୍ଡ ଏବେ ଟି-୨୦ ଫର୍ମାଟ ପାଇଁ ଅଲଗା କ୍ୟାପଟେନ୍‌ଙ୍କ ସହିତ ଅଲଗା କୋଚ୍ ନିଯୁକ୍ତ କରିବାର ପ୍ରସ୍ତୁତିରେ ଅଛି । ବର୍ତ୍ତମାନ ସମୟରେ ରାହୁଲ ଦ୍ରାବିଡ ତିନୋଟି ଯାକ ଫର୍ମାଟରେ କୋଚ୍‌ ଭୂମିକା ତୁଲାଇ ଆସୁଛନ୍ତି

କୁହାଯାଉଛି ଗାଙ୍ଗୁଲିଙ୍କ ଦାଦାଗିରି ଆଉ ଦ୍ରାବିଡ଼ଙ୍କ ମନମାନି ପାଇଁ ଭରତୀୟ କ୍ରିକେଟ୍ ଦଳ ଏବେ ଭଲ ପ୍ରଦର୍ଶନ କରି ପାରୁନାହିଁ । ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଟିମ୍‌କୁ ୩ ଅନ୍ତର୍ଜାତୀୟ ଟାଇଟଲ ଜିତାଇଥିବା ଧୋନୀ କ୍ୟାପଟେନ ପଦରେ ସବୁଠାରୁ ଆଗରେ ରହିଛନ୍ତି ।

ବର୍ତ୍ତମାନ ସମୟରେ ଅନେକ ଖେଳାଳି ତାଙ୍କ ସହ ଅଥବା ତାଙ୍କ ଅଧୀନରେ ଖେଳିବାର ଅଭିଜ୍ଞତା ରହିଛି। ଏମିତିରେ ତାଙ୍କୁ ସମସ୍ତେ ବୁଝନ୍ତି । ଟି୨୦ ବିଶ୍ୱକପ୍‌ ୨୦୨୧ରେ ସେ କିଛି ଦିନ ଲାଗି ଭାରତୀୟ ଟିମ୍‌ ସହ ଯୋଡ଼ି ହୋଇଥିଲେ । ଆଉ ଯେଉଁ ଦିନଠାରୁ ଧୋନୀ ଅଧିନାୟକତ୍ଵ ପଦରୁ ହଠାତ୍ ଇସ୍ତଫା ଦେଇଥିଲେ ସେହିଦିନ ଜଣା ପଡିଯାଇଥିଲା ଭରତୀୟ ଦଳ ବେହାଲ୍ ହେବକୁ ଯାଉଛି ।

ରାହୁଲଙ୍କ ନେତୃତ୍ୱରେ ଟି-୨୦ ପରେ ଏବେ ୱାନ ଡେ ବିଶ୍ୱକପ ହରାଇବେ ବୋଲି ଚର୍ଚ୍ଚା । ରାହୁଲଙ୍କ ଅଧିନାୟକତ୍ୱରେ ଦେଶର ଜନତା ଜଳାଇଥିଲେ ଖେଳାଳୀଙ୍କ ଫୋଟ ଏବେ ପୁଣି ଆଉଥରେ ସେଇୟା ଚାହୁଁଛନ୍ତି ଦ୍ରାବିଡ଼ । ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ ଅଧିନାୟକତ୍ଵ ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ।

କାରଣ ଯେଉଁ ଟିମ୍ ୱାର୍ଲ୍ଡ କପ୍ ଜିତି ପାରିଥାନ୍ତା ସେଇ ଟିମ୍ ଏବେ ବାଙ୍ଗଲାଦେଶ ଠାରୁ ହାରି ଯାଉଛି । ଏବେ ଖେଳାଳୀ ଫର୍ମରେ ନାହାଁନ୍ତି ଆଉ ନା ଅଛି ସ୍ଵତନ୍ତ୍ର ରଣନୀତି । ଭରତୀୟ କ୍ରିକେଟ୍ ଭବିଷ୍ୟତକୁ ନେଇ ଏବେ ସନ୍ଦେହ ପ୍ରକଟ ହୋଇଛି ।

Leave A Reply

Your email address will not be published.