ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ । ବୋରୱେଲରେ ପଡି ୫ ଦିନର ସଂଘର୍ଷ ପରେ ତନ୍ମୟ ମୃତାବସ୍ଥାରେ ଉଦ୍ଧାର ।

0

Get real time updates directly on you device, subscribe now.

ବିଫଳ ହେଲା ପ୍ରୟାସ । ଦୀର୍ଘ ଚାରି ଦିନର କସରତ ପରେ ଶେଷରେ ଆଖି ବୁଜିଲା ୮ ବର୍ଷୀୟ ବାଳକ ତନ୍ମୟ । ବୋରଓ୍ବେଲରେ ଖସିପଡିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମଧ୍ୟପ୍ରଦେଶର ମାଣ୍ଡଭି ଗ୍ରାମର ତନ୍ମୟ ସାହୁ ।

ଗତ ବିଳମ୍ବିତ ରାତିରେ ତାଙ୍କୁ ଅଚେତ ଅବସ୍ଥାରେ ବୋରଓ୍ବେଲରୁ ଉଦ୍ଧାର କରାଯିବା ପରେ ପ୍ରଥମେ ବେତୁଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବେତୁଲ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଦୁଃଖଦ ଘଟଣା ଜାଣିବା ପରେ ତନ୍ମୟଙ୍କ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ, ଗତ ଡିସେମ୍ବର ୬ ତାରିଖ ଦିନ ଖେଳୁଥିବା ସମୟରେ ଏକ ୫୫ ଫୁଟ ଗଭୀର ବୋରଓ୍ବେଲ ମଧ୍ୟରେ ଖସିପଡିଥିଲେ ତନ୍ମୟ । ଏହା ଦେଖି ତନ୍ମୟ ଭଉଣୀ ତାଙ୍କ ବାପାଙ୍କୁ ଜଣାଇଥିଲେ ।

ପ୍ରାୟ ଏକ ଘଣ୍ଟା ପରେ ତନ୍ମୟଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ ଟିମ ନିୟୋଜିତ ହୋଇଥିଲେ । ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା ଉଦ୍ଧାରକାରୀ ଟିମ୍ ଶିଶୁଟିର ହାତକୁ ବାନ୍ଧି ଉପରକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଶିଶୁଟି ୧୨ ଫୁଟ ଉପରକୁ ଆସିବା ମାତ୍ରେ ଦଉଡିଟି ଖସି ଯାଇଥିଲା ।

ଏହାପରେ ଶିଶୁ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ତେବେ ମଙ୍ଗଳବାର ତନ୍ମୟଙ୍କ ବାପା ଶେଷ ଥର ପାଇଁ ତାଙ୍କ ସହ କଥା ହୋଇଥିଲେ । ସେତେବେଳେ ତନ୍ମୟ କହିଥିଲେ,”ଏଠାରେ ବହୁତ ଅନ୍ଧକାର । ମୁଁ ଭୟଭୀତ ଅଛି । ମୋତେ ଶୀଘ୍ର ବାହାରକୁ ବାହାର କରିଦିଅ ।” ବାଳକ ତନ୍ମୟକୁ ଉଦ୍ଧାର କରିବା ପାଇଁ ୨ପୋକଲେନ୍ ଏବଂ ଗୋଟିଏ ଜେସିବି ନିୟୋଜିତ ହୋଇଥିଲା ।

ଏହାପରେ ତନ୍ମୟଙ୍କୁ ଉଦ୍ଧାର ଲାଗି ସମାନ୍ତରାଳ ଭାବେ ଗାତ ଖୋଳାଯିବା ସହ ସୁଡଙ୍ଗ ନିର୍ମାଣ କରା ଯାଇଥିଲା । କିନ୍ତୁ ପଥର ଥିବାରୁ ଗାତ ଖୋଳିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ବୋରଓ୍ବେଲରେ ପଡିବାର ୨ଦିନ ପରେ ତନ୍ମୟ କୌଣସି ପ୍ରତିକ୍ରିୟା ମଧ୍ୟ ମିଳିନଥିଲା ।

ଫଳରେ ସେ ଅଚେତ ହୋଇ ଯାଇଥିବା ନେଇ ଆଶଙ୍କା କରାଯାଉଥିଲା । ଗତକାଲି ବିଳମ୍ବିତ ରାତିରେ ତନ୍ମୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତର ମୃତ୍ ଘୋଷଣା କରିଛନ୍ତି । ପରେ ତନ୍ମୟର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ୫ ଦିନ ଧରି ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ ।

Leave A Reply

Your email address will not be published.