ଯଶପ୍ରୀତ ବୁମରାଙ୍କ କ୍ରିକେଟ କ୍ୟାରିଅର ସମ୍ପୂର୍ଣ୍ଣ ଭାବରେ ଶେଷ ! ଏବେ ଆଉ ଟିମ ଇଣ୍ଡିଆ ଜର୍ସିରେ ନଜର ଆସିବେ ନାହିଁ !

0

Get real time updates directly on you device, subscribe now.

ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ନିଜର ଇଂଜୁରୀରୁ ରିହ୍ୟାବ ହୋଇ ପାରୁନାହାଁନ୍ତି। ତାଙ୍କର ଇଂଜୁରୀ ପାଇଁ ସେ ଗତବର୍ଷ ଟିମରୁ ବାଦ ପଡ଼ିଲେ ଓ 2022 ଏସିଆ କପରେ ଭାରତୀୟ ଦଳ ନିରାଶ ପ୍ରଦର୍ଶନ କରିଥିଲା ଓ ଅଧିନାୟକ ରୋହିତ ଶର୍ମା ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିଥିଲେ। ସେହିପରି ଦଳ t20 ବିଶ୍ୱକପରେ ମଧ୍ୟ ଇଂଲଣ୍ଡ ଠାରୁ ପରାଜିତ ହୋଇଥିଲା।

ଆଶା କରାଯାଉଥିଲା ସେ ବର୍ଡର-ଗାଭାସ୍କର ଟ୍ରଫି କିମ୍ବା ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିବେ କିନ୍ତୁ ଏବେ ସୂଚନା ଆସୁଛି କି, ସେ ଏହି ଦୁଇଟି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଖବର ସାମ୍ନାକୁ ଆସିବାପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯେ, କଣ ଯଶପ୍ରୀତ ବୁମରାଙ୍କ କ୍ରିକେଟ କ୍ୟାରିଅର ଶେଷ ହୋଇଯିବ କି?

ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ନିଜର ବ୍ୟାକ ପେନ ବା ପିଠି ଯନ୍ତ୍ରଣାରୁ ଏପର୍ଯ୍ୟନ୍ତ ବାହାରି ପାରୁନାହାଁନ୍ତି ସେଥିପାଇଁ ସେ ଲାଗାତାର କ୍ରିକେଟରୁ ଦୂରକୁ ଯାଉଛନ୍ତି। ଏମିତିରେ ତାଙ୍କର ଫ୍ୟାନ୍ସ ଓ କିଛି ଖେଳ ପ୍ରେମୀ ମନେ କରୁଛନ୍ତି ବୋଧହୁଏ ବୁମରାଙ୍କ କ୍ରିକେଟ କ୍ୟାରିଅର ଶେଷ ହୋଇଗଲା।

ବୁମରା ନିଜର ଶେଷ ମ୍ୟାଚ t20 ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ମ୍ୟାଚ ଖେଳିଥିଲେ। ଏହା ପରଠାରୁ ସେ NCA ରେ ନିଜ ଇଞ୍ଜୁରୀକୁ ଏଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଠିକ ହୋଇପାରୁନାହାନ୍ତି।

ମୁଁ ଥକିଗଲିଣି:- ଯଶପ୍ରୀତ ବୁମରା:-

ଟିମ ଇଣ୍ଡିଆର ପୂର୍ବ ଫିଲ୍ଡିଂ କୋଚ୍ ଆର ଶ୍ରୀଧର ନିଜ ବହି ମାଧ୍ୟମରେ ବହୁତସାରା କଥା ଖୁଲାସା କରିଛନ୍ତି। ତାଙ୍କ ବହିରେ ସେ ଲେଖିଛନ୍ତି ଯେତେବେଳେ ସେ ଯଶପ୍ରୀତ ବୁମରାଙ୍କ ସହିତ କଥା ହେଉଥିଲେ ସେତେବେଳେ ବୁମରା ତାଙ୍କୁ କିଛି କହିବାକୁ ଚାହୁଁଥିଲେ କିନ୍ତୁ କହି ପାରୁନଥିଲେ। ଶେଷରେ ବୁମରା କହିଥିଲେ, ଏବେ ମୁଁ ଥକିଗଲିଣି ଆଉ ପୂର୍ବ ଭଳି ଫାଷ୍ଟ ବୋଲିଂ କରିପାରିବିନାହିଁ ଓ ପୂର୍ବ ଭଳି ପ୍ରଦର୍ଶନ ମଧ୍ୟ ଦେଇ ପାରିବିନାହିଁ।

ବିନା ସନ୍ଦେହରେ ସେ ଜଣେ ଘାତକ ବୋଲର ଅଟନ୍ତି। ସେ ନିଜର ଫାଷ୍ଟ ବୋଲିଂ ପାଇଁ ଦଳରେ ନିଜର ଦବଦବା ବନାଇ ରଖିଥିଲେ। ଯଦି ବର୍ତ୍ତମାନ ତାଙ୍କର ଗତି କମିଯିବ ତାହେଲେ ତାଙ୍କର କ୍ରିକେଟ କ୍ୟାରିଅର ମଧ୍ୟ ଶେଷ ହୋଇଯିବ। ଭବିଷ୍ୟତ ବୁମରାଙ୍କ ପାଇଁ ଉଜ୍ଜ୍ୱଳ ମନେ ହେଉନାହିଁ। ଏହାସହ ଏହି ଖବର ଶୁଣିବାପରେ ବହୁତସାରା ଭାରତୀୟ କ୍ରିକେଟ ପ୍ରେମୀ ମନଦୁଃଖ କରୁଛନ୍ତି।

ଆମେ ବୁମରାଙ୍କୁ ଜବରଦସ୍ତ ଖେଳାଇଛୁ- ଚେତନ ଶର୍ମା:-

ଭାରତୀୟ ଟିମର ପୂର୍ବ ମୁଖ୍ୟ ଚୟନକର୍ତା ଚେତନ ଶର୍ମା ଷ୍ଟିଙ୍ଗ ଅପରେସନରେ କେତେକ ଖେଳାଳିଙ୍କୁ ନେଇ କିଛି କଥା ଖୁଲାସା କରିଥିଲେ, ସେ କହିଥିଲେ ଯଶପ୍ରୀତ ବୁମରା t20 ବିଶ୍ୱକପ ପୂର୍ବରୁ ଫିଟ ନଥିଲେ। ଏହା ଜାଣିବାପରେ ମଧ୍ୟ ଆମେ ତାଙ୍କୁ ଜବରଦସ୍ତ ପ୍ରଦର୍ଶନ ଦେବାକୁ ଅଷ୍ଟ୍ରେଲିଆ ବିପକ୍ଷ t20 ସିରିଜରେ ଖେଳିବାକୁ କହିଥିଲୁ। ଏହାପରେ ବୁମରାଙ୍କ ଇଞ୍ଜୁରୀ ଗମ୍ଭୀର ହୋଇଗଲା ଓ ଏବେ ଦଳ ତାଙ୍କ ପ୍ରତ୍ୟାବର୍ତ୍ତନ ବାଟକୁ ଚାହିଁ ରହିଛି।

Leave A Reply

Your email address will not be published.