IND vs BAN : ଦ୍ୱିତୀୟ ୱାନଡେରେ ମିଳିଥିବା ଲଜ୍ଜାଜନକ ହାର ପରେ ରୋହିତ ଶର୍ମା ଦେଲେ ବଡ ବୟାନ, ଟିମ୍ ଇଣ୍ଡିଆରୁ ବାହାର୍ ହେବେ ଏହି ଖେଳାଳୀମାନେ

0

Get real time updates directly on you device, subscribe now.

ଭାରତ ବନାମ ବାଂଲାଦେଶ ମ୍ୟାଚରେ ଟିମ୍ ଇଣ୍ଡିଆକୁ 5 ରନରେ ହାରିବାକୁ ପଡ଼ିଲା, ଯାହା ପରେ ସିରିଜରେ 0-2 ରେ ହାର ମିଳିଲା । ଏହି ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଦ୍ୱିତୀୟ ସ୍ଲିପରେ କ୍ୟାଚ ଧରିବା ବେଳେ ଆହତ ହୋଇଯାଇଥିଲେ । ମହମ୍ମଦ ସିରାଜଙ୍କ ଇନ୍ସିଂର ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଅନାମୂଲ ହକଙ୍କ କ୍ୟାଚ ଫେଲ ହୋଇଗଲା ଏବଂ ସେ ଆହତ ହୋଇଗଲେ ।

ରୋହିତ ଶର୍ମାଙ୍କ ହାତରୁ ରକ୍ତ ବାହାରିବାକୁ ଲାଗିଲା, ଯାହା ପରେ ତାଙ୍କୁ ତୁରନ୍ତ ପଡ଼ିଆରୁ ବାହାରକୁ ନିଆଗଲା । କିନ୍ତୁ ରୋହିତ ବ୍ୟାଟିଂ ପାଇଁ ନିମ୍ନ ବ୍ୟାଟିଙ୍ଗ କ୍ରମରେ ଆସିଲେ ଏବଂ ମ୍ୟାଚ୍ ପ୍ରେଜେଣ୍ଟେସନରେ ଏହା ଉପରେ ଅପଡେଟ ମଧ୍ୟ ଦେଲେ ।

ରୋହିତ ଶର୍ମା କହିଲେ ସୌଭାଗ୍ୟବଶତଃ ଫ୍ରାକଚର୍ ହେଲାନାହିଁ :-

ରୋହିତ ଶର୍ମା ମ୍ୟାଚ୍ ହାରିବାପରେ ଯେତେବେଳେ ମ୍ୟାଚ୍ ପ୍ରେଜେଣ୍ଟେସନ ପାଇଁ ଆସିଲେ, ସେତେବେଳେ ସର୍ବପ୍ରଥମେ ତାଙ୍କୁ ଆହତ ବିଷୟରେ ପଚରାଗଲା । ଯାହା ଉପରେ ରୋହିତ ଶର୍ମା ସ୍ପଷ୍ଟ କଲେ ଯେ ତାଙ୍କର କୌଣସି ଫ୍ରାକଚର୍ ହୋଇନାହିଁ । ସେ କହିଛନ୍ତି ଯେ “ଏହି ଆଙ୍ଗୁଠିର ଘା ବହୁତ୍ ବଡ ନାହିଁ । ସୌଭାଗ୍ୟବଶତଃ ଫ୍ରାକଚର୍ ହେଲାନାହିଁ ଏବଂ ସେଥିପାଇଁ ମୁଁ ବ୍ୟାଟିଙ୍ଗ କରିବାକୁ ସକ୍ଷମ ଥିଲି ।”

BCCI ଟୁଇଟ କରି ଦେଲା ଏହି ସୂଚନା :-

ବିସିଶିଆଇ ରୋହିତ ଶର୍ମାଙ୍କ ଆହତ ବିଷୟରେ ଅପଡେଟ ପାଇଁ ଟୁଇଟ କରିଥିଲା । ଟୁଇଟରେ ଲେଖିଥିଲା ଯେ ” ଦ୍ୱିତୀୟ ଏକଦିବସୀୟ ଅନ୍ତରାଷ୍ଟ୍ରୀୟରେ କ୍ଷେତ୍ରରକ୍ଷଣ ସମୟରେ ଭାରତୀୟ କ୍ୟାପଟେନ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିଲା । ବିସିଶିଆଇର ମେଡିକାଲ୍ ଟିମ୍ ତାଙ୍କର ଚେକ୍ ଅପ୍ କରୁଛନ୍ତି, ତାଙ୍କୁ ସ୍କାନ ପାଇଁ ନିଆଯାଇଛି ।”

Leave A Reply

Your email address will not be published.