କଲେଜ୍ ପହଞ୍ଚିବା ମାତ୍ରେ ହିଁ ଚିତ୍କାର କରିବାକୁ ଲାଗନ୍ତି ଛାତ୍ରୀମାନେ, ଅନେକ ଛାତ୍ରୀ ସ୍କୁଲ ଯିବା ହିଁ ଛାଡ଼ିଦେଲେ

0

Get real time updates directly on you device, subscribe now.

ଗତ ମଙ୍ଗଳବାର ଦିନ ତିନିଜଣ ଛାତ୍ରୀ ପୁଣିଥରେ ଅଜବ ପ୍ରକାରର ବ୍ୟବହାର କରିବାକୁ ଲାଗିଲେ । ପ୍ରାୟ 80 କିଲୋମିଟର୍ ଦୂରରୁ ଜଣେ ଅଭିଭାବକ ନିଜ ଝିଅକୁ ନେଇ ଜିଲ୍ଲା ହସ୍ପିଟାଲରେ ପହଞ୍ଚିଲେ । ସେ ଅନେକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଝିଅ ଘରେ ସୁସ୍ଥ ରହିଥାଏ ।

ଜିଲ୍ଳାର ଅନ୍ତିମ ରାଜକୀୟ ଇଣ୍ଟର କଲେଜର ଛାତ୍ରୀମାନେ ମାସ ହିଷ୍ଟିରିଆରେ ପୀଡ଼ିତ । ସେମାନେ ବିଦ୍ୟାଳୟ ଆସିବାପରେ ଚିତ୍କାର କରିବା, କାନ୍ଦିବା, ନାଚିବା ଏବଂ ଅଜବ ପ୍ରକାରର ବ୍ୟବହାର କରୁଛନ୍ତି । ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି ।

ତିନିଜଣ ଛାତ୍ରୀ ବିଦ୍ୟାଳୟ ଯିବା ବନ୍ଦ କରି ଦେଇଛନ୍ତି । ଅଭିଭାବକଙ୍କ ଅନୁସାରେ ସେହି ବାଳିକାଙ୍କ ଚିକିତ୍ସା ମଧ୍ୟ କରାଯାଉଛି । ଘରେ ସେମାନେ ସୁସ୍ଥ ରୁହନ୍ତି ଏବଂ ବିଦ୍ୟାଳୟ ଗଲେ ଅସୁସ୍ଥ ହୋଇଯାଉଛନ୍ତି ।

ପିଣ୍ଡାରି ଗ୍ଲାସୀୟର ରାସ୍ତାର ଶେଷ ଗାଁ ଖାତୀର ଇଣ୍ଟର କଲେଜରେ ପ୍ରାୟ 75 ଜଣ ଛାତ୍ରଛାତ୍ରୀ ପଢନ୍ତି । ଏଠାରେ ମୋବାଇଲ ଫୋନର ସିଗ୍ନାଲ ମଧ୍ୟ ବେଳେବେଳେ ଆସେନାହିଁ ।

ଅଭିଭାବକଙ୍କ ଅନୁସାରେ ନବମ କ୍ଲାସରୁ ଦ୍ଵାଦଶ କ୍ଲାସ୍ ପର୍ଯ୍ୟନ୍ତ ଛାତ୍ରୀମାନେ ବେହୋସ୍ ହେଉଛନ୍ତି । ସେମାନେ ଚିତ୍କାର କରିବାକୁ ଲାଗନ୍ତି ଏବଂ ଅଜବ ବ୍ୟବହାର କରନ୍ତି । ନଭେମ୍ବରର ଶେଷ ସପ୍ତାହରେ ଦୁଇଜଣ ଛାତ୍ରୀ ବେହୋସ୍ ହେଲେ । ଏହାପରେ ଏହି ସଂଖ୍ୟା 15 ରେ ଯାଇ ପହଞ୍ଚିଗଲା ।

ଗତ ମଙ୍ଗଳବାର ଦିନ ତିନିଜଣ ଛାତ୍ରୀ ପୁଣିଥରେ ଅଜବ ପ୍ରକାରର ବ୍ୟବହାର କଲେ । ପ୍ରାୟ 80 କିଲୋମିଟର୍ ଦୂରରୁ ଜଣେ ଅଭିଭାବକ ଝିଅକୁ ନେଇ ଜିଲ୍ଲା ହସ୍ପିଟାଲ ରେ ପହଞ୍ଚିଲେ ।

ସେ କହିଛନ୍ତି ଯେ ଘରେ ତାଙ୍କ ଝିଅ ସୁସ୍ଥ ରୁହନ୍ତି ଏବଂ ବିଦ୍ୟାଳୟ ଗଲେ ଅସୁସ୍ଥ ହୋଇଯାଉଛନ୍ତି । ଡ଼ାକ୍ତରଙ୍କୁ ଦେଖାଇଲେ ଏବଂ ସେ କହିଲେ ଯେ ସେ ମାସ ହିଷ୍ଟିରିଆର ଶିକାର ହୋଇପାରନ୍ତି । ସେ କହିଛନ୍ତି ଯେ ତିନିଜଣ ଛାତ୍ରୀ ଏହାମଧ୍ୟରେ ବିଦ୍ୟାଳୟ ଯାଉନାହାନ୍ତି ।

ଖାତିର ଜାମୁ ସିଂହ, ତାରା ସିଂହ, ପ୍ରକାଶ ସିଂହ, ଚଲ୍ ସିଂହ ଆଦି କହିଛନ୍ତି ଯେ ବାଳିକା ମାନଙ୍କୁ ହସ୍ପିଟାଲରେ ମଧ୍ୟ ଦେଖାଯାଇଛି । ବିଦ୍ୟାଳୟରେ ପୂଜାର ମଧ୍ୟ ଆୟୋଜନ କରାଯାଇଥିଲା । କିନ୍ତୁ କିଛି ଲାଭ ହେଲା ନାହିଁ ।

ବିଦ୍ୟାଳୟର ଶିକ୍ଷକ ମଧ୍ୟ ଚିନ୍ତାରେ ଅଛନ୍ତି । ମୋବାଇଲ୍ ସିଗ୍ନାଲ କମ୍ ଆସେ । ଯେଉଁଥିପାଇଁ ଉଚ୍ଚ ଅଧିକାରୀଙ୍କ ପାଖକୁ ସୁଚନା ପହଞ୍ଚି ପାରେନାହିଁ । ତେଣୁ ସମସ୍ତେ ବିଦ୍ୟାଳୟରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.