ବର୍ଷା ପୁଣି ଥରେ ଦେଲେ ଧୋକା, ପଦାକୁ ଆସିଲା ବର୍ଷାଙ୍କ ଅସଲି ଚେହେରା

0

Get real time updates directly on you device, subscribe now.

ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଚର୍ଚ୍ଚାରେ ଅଛନ୍ତି । ଆଜ୍ଞା ହଁ, ବର୍ଷା ପ୍ରିୟଦର୍ଶିନୀକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପୁଣିଥରେ ସେ କୁଆଡେ ଧୋକା ଦେଇଛନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସବୁବେଳେ କୁହନ୍ତି ଯେ ବର୍ଷା ତାଙ୍କୁ ଏବଂ ତାଙ୍କ ପରିବାରକୁ କୁଆଡେ ଧୋକା ଦେଇଛନ୍ତି । ଆଉ ଏବେ ସତରେ ବର୍ଷା ଆଉ କାହାକୁ ମଧ୍ୟ ଧୋକା ଦେଇଛନ୍ତି । ଯାହାକୁ ନେଇ ସହିଦ ନଗର ଥାନାରେ ଏତଲା ମଧ୍ୟ ହୋଇଛି ।

ପ୍ରକୃତରେ ସହିଦ ନଗର ଥାନାରେ ଜଣେ ମହିଳା ଯାହାଙ୍କ ନାମ କଲ୍ୟାଣୀ ନାଏକ, ସେ ଠକେଇର ଶିକାର ହୋଇଛନ୍ତି ଏବଂ ଏହି ଠକେଇକୁ ନେଇ ସେ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ବିରୋଧରେ ଆଇସିସିର ଧାରା ଦଫା 294, 420, 506 ରେ ମାମଲା ରୁଜ୍ଜୁ କରାଯାଇଛି । ଆଉ ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ କରୁଛି ।

ଅଭିଯୋଗ ଏହା ଯେ ସହିଦ ନଗର ଅଞ୍ଚଳର ମହିଳା ଭୁବନେଶ୍ୱର ଜନତା ମଇଦାନକୁ ମେଳା ଦେଖିବାକୁ ଯାଇଥିଲେ, ଯାହାଙ୍କ ନାମ କଲ୍ୟାଣୀ ନାଏକ ।

ସେତେବେଳେ କଟକରୁ ଆସିଥିବା ଆୟୁସି ପ୍ରିୟଦର୍ଶିନୀ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ କଲ୍ୟାଣୀଙ୍କର ଦେଖା ହେଲା । ଆଉ କଲ୍ୟାଣୀ ବର୍ଷାଙ୍କର ବଡ ଫ୍ୟାନ ହୋଇଥିବାରୁ ତାଙ୍କ ସହ ଫଟୋ ଉଠାଇଥିଲେ ଏବଂ ନମ୍ୱର୍ ମାଗିଥିଲେ । ତାପରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୋଇଥିଲା ।

ଯେହେତୁ ବର୍ଷା ଜଣେ ଅଭିନେତ୍ରୀ ଏବଂ ଯେହେତୁ ସେ ଏବେ ରାଜନୀତି ଆଡ଼କୁ ମୁହଁ କରିଛନ୍ତି, ଠିକ୍ ସେତିକିବେଳେ ବର୍ଷା ଏବେ କୁଆଡେ ବ୍ୟସ୍ତ ମଧ୍ୟ ରହୁଛନ୍ତି । ସେଥିପାଇଁ କଲ୍ୟାଣୀ ଆୟୁସୀଙ୍କ ସହ ଯୋଗାଯୋଗ କରିବେ ବୋଲି କଥା ହୋଇଥିଲା । ଆଉ ଆୟୁଶି ଏବଂ ବର୍ଷା ଯେତେବେଳେ ଭୁବନେଶ୍ୱର ଆସନ୍ତି, ସେତେବେଳେ କଲ୍ୟାଣୀଙ୍କର ଦେଖାସାକ୍ଷାତ ହୁଏ । ଏହାଭିତରେ ଅନେକ ଦେଖାସାକ୍ଷାତ ହୋଇଛି ।

ଆଉ ଏହି ଦେଖାସାକ୍ଷାତ ମଧ୍ୟରେ କଲ୍ୟାଣୀଙ୍କୁ ବର୍ଷା କୁଆଡେ ଏକ ସୁନା ଦୋକାନରେ ଚାକିରି କରିଦେଇଥାନ୍ତେ । ଆଉ ଆୟୁସୀ ମଧ୍ୟ କୁଆଡେ କହିଥିଲେ ବର୍ଷାଙ୍କ ସହ କଥା ହେଲେ ବର୍ଷା ତାଙ୍କ ମାଲିକଙ୍କ ସହ କଥା ହୋଇ ତାକୁ ଚାକିରି କରାଇଦେବେ । ଆଉ ଏଥିପାଇଁ କୁଆଡେ ଆୟୁଷି 50 ହଜାର ଟଙ୍କା ସିକ୍ୟୁରିଟି ମନି ଦାବି କରିଥିଲେ । କିନ୍ତୁ କଲ୍ୟାଣୀ 30 ହଜାର ଟଙ୍କା ଦେଇ ବାକି ଟଙ୍କା ପରେ ଦେବେ କହିଥିଲେ ।

କିନ୍ତୁ ଟଙ୍କା ନେବା ପରେ ବର୍ଷା ଆଉ ଆୟୁଶୀ ସମ୍ପୂର୍ଣ୍ଣ କଥା ବନ୍ଦ୍ କରିଥିଲେ । ଏହାପରେ ବର୍ଷା ଏବଂ ଆୟୁସୀଙ୍କୁ କଲ୍ୟାଣୀ ଏକ ଛକରେ ଦେଖା କରିଥିଲେ ଏବଂ ସେମାନେ କଲ୍ୟାଣୀଙ୍କୁ ଗାଳି ଗୁଲଜ୍ କରିଥିଲେ ଏବଂ ସେଠାରୁ ପଳାଇଥିଲେ । ଅଭିଯୋଗ ପରେ ସହିଦ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । କିନ୍ତୁ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀଙ୍କର ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.