ଭାରତ vs ବାଂଲାଦେଶ: ଭାରତକୁ ଲାଗିଲା ବଡ ଝଟକା,ଷ୍ଟାର ଅଲରାଉଣ୍ଡର ଦଳରୁ ବାହାର

0

Get real time updates directly on you device, subscribe now.

ନୂଆଦିଲ୍ଲୀ:ଭାରତ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛନ୍ତି|ଭାରତୀୟ ଦଳ ତିନି ମ୍ୟାଚର ଟି-୨୦ ସିରିଜ ପରେ ଏଵେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ତିନି ମ୍ୟାଚର ଏକଦିବସୀୟ ସିରିଜ ବି ଖେଳିବ|ନ୍ୟୁଜିଲାଣ୍ଡ ଗସ୍ତ ପରେ ଭାରତୀୟ ଦଳ ଡିସେମ୍ବରରେ ବାଂଲାଦେଶ ଗସ୍ତ କରିବ|

ଏଠାରେ ଭାରତୀୟ ଦଳ ତିନି ମ୍ୟାଚର ଏକଦିବସୀୟ ଓ ୨ ମ୍ୟାଚର ଟେଷ୍ଟ ସିରିଜ ଖେଳିବ|ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ମୁକାବିଲା ୪ ଡିସେମ୍ବରରେ ଖେଳାଯିବ|

ବାଂଲାଦେଶ ଗସ୍ତରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାକୁ ଦଳରେ ସାମିଲ କରାଯାଇଛି|କିନ୍ତୁ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି|ମିଡିଆ ରିପୋର୍ଟ ମୁତାବକ ଜାଡେଜା ଭାରତୀୟ ଦଳ ସହ ବାଂଲାଦେଶ ଗସ୍ତରେ ଯିବେ ନାହିଁ

ଜାଡେଜା ଦଳରେ ନ ହେବା ଏକ ଝଟକା କୁହାଯାଉଛି|କହିରଖେ ଜାଡେଜା ଏସିଆ କପରେ ଆହତ ହୋଇଥିଲେ|ଏହାପରେ ସର୍ଜରୀ ହୋଇଥିଲା କିନ୍ତୁ ସେ ସମ୍ପୂର୍ଣ ସୁସ୍ଥ ହୋଇ ନଥିଲେ|

ବାଂଲାଦେଶ ଗସ୍ତରେ ଭାରତୀୟ ଦଳ:

ଏକଦିବସୀୟ ଦଳ:

ରୋହିତ ଶର୍ମା( ଅଧିନାୟକ),କେ ଏଲ ରାହୁଲ(ଉପ ଅଧିନାୟକ),ବିରାଟ କୋହଲି,ଶିଖର ଧାୱନ,ଶ୍ରେୟସ ଆୟର,ରାହୁଲ ତ୍ରିପାଠୀ,ଋଷଭ ପନ୍ଥ(ୱିକେଟ କିପର),ଈଶାନ କିଶାନ,ରଜତ ପାଟିଦାର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ,ୱସିଙ୍ଗଟନ ସୁନ୍ଦର,ଶାର୍ଦୁଲ ଠାକୁର, ମହମ୍ମଦ ସାମୀ, ମହମ୍ମଦ ସିରାଜ,ଦୀପକ ଚହର,ୟଶ ଦୟାଲ୍

ଟେଷ୍ଟ ଦଳ:ରୋହିତ ଶର୍ମା( ଅଧିନାୟକ),କେ ଏଲ ରାହୁଲ(ଉପ ଅଧିନାୟକ),ଶୁଭମ ଗିଲ୍,ଚେତେଶ୍ୱର ପୂଜାରା,ବିରାଟ କୋହଲି,ଶ୍ରେୟଶ ଆୟର,ଋଷଭ ପନ୍ଥ ( ୱକେଟ କିପର ),କେ ଏସ୍ ଭରତ,ଜାଡେଜା, ଅଶ୍ୱିନୀ, ଅକ୍ଷର ପଟେଲ,କୂଳଦୀପ ଯାଦବ,ଶାର୍ଦୁଲ ଠାକୁର, ମହମ୍ମଦ ସାମୀ, ମହମ୍ମଦ ସିରାଜ,ଉମେଶ ଯାଦବ

Leave A Reply

Your email address will not be published.