ବାପା ଚାଲିଗଲେ ବୋଲି ଜନ୍ମକଲା ପୁଅକୁ ଛାଡି ଅନ୍ୟ ଟୋକା ସହ ଫେରାର ହୋଇଗଲା ମାଆ

0

Get real time updates directly on you device, subscribe now.

ବାପା ଚାଲିଗଲେ ଆରପାରିକୁ|ନୂଆ ବାପା ସହ ମା ଚାଲିଗଲା ଶାଶୁ ଘରକୁ|ପର ଟୋକାର ହାତ ଧରିଲା ମଝି ରାସ୍ତାରେ ନିଜ ପୁଅକୁ ଅନାଥ କଲା|ଟୋକାକୁ ଧରି ଶୋଇଲା ନିଜ ଜନ୍ମିତ ପୁଅକୁ ଭୁଲିଗଲା|କାମନା ନିଆଁରେ ପାଗଳି ହୋଇ ପୁଅକୁ ପର କଲା|

ବୋଉ ତୁ ଏମିତି କେମିତି କଲୁ|ନିଜ ଜନ୍ମକଲା ପୁଅ କଥା ଟିକେ ବି ଭାବିଲୁନି|ତୋର ସ୍ୱାର୍ଥ ପାଇଁ ମୋତେ ମଝି ରାସ୍ତାରେ ଅନାଥ କରିଦେଲୁ|ଅନ୍ୟ ପୁରୁଷ ସହ ଗଲାବେଳେ ତୋର ଏହି ପୁଅର ମୁହଁ ଟିକେ ଦେଖାଗଲା ନାହିଁ|ତୁ ଏତେ ନିଷ୍ଠୁର କେମିତି,ତୋ ଦେହର ଭୋକ ପାଇଁ ଏମିତି କଲୁ|ତୋତେ ବୋଉ କହିବାକୁ ବି ଘୃଣା ଲାଗୁଛି|

ତୁ ମଣିଷ ନୁହେଁ ପଶୁ,ତୋର ଦେହର ଭୋକ ପାଇଁ ଏମିତି କରି ପାରିଥାନ୍ତୁ|ସବୁ ନିତୀ ନିୟମ ପରମ୍ପରା ଭୁଲି ଯାଇ ପର ଟୋକା ସହ ରାତି ବିତାଇଥାନ୍ତୁ ? ପର ପୁରୁଷ ପ୍ରେମରେ ଉବୁଟୁବୁ ହୋଇ ମୋତେ କ’ଣ ମଝି ନଈରେ ବୁଡାଇ ଦେଇ ଚାଲି ଯାଇଥାନ୍ତୁ|

ତୋ ଠାରୁ ଢେର ଭଲ ମୋ ବାପା|ମୋ ବାପା ମୋ ପାଇଁ ଜୀବନ ଦେବାକୁ ପଛେଉ ନଥିଲେ|ମୋ ଖୁସି ପାଇଁ ସେ କିଛି ବି କରିବାକୁ ପଛେଉ ନଥିଲେ|ବାପା ମୋତେ ତମ ସହ ମୋତେ ଗଲାବେଳେ କାହିଁକି ନେଲନି ?

ତମେ ଗଲାପରେ ମୋ ବୋଉ ଆଉ ଗୋଟିଏ ଟୋକା ସହ ପାଦରେ ଅଳତା ,ମଥାରେ ସିନ୍ଦୂର ଦେଇ ଆଉ ଗୋଟିଏ ଟୋକା ସହ ପଳେଇ ଯାଇଛି|ମୁଁ ବୋଉ ବୋଉ ବୋଲି ଯେତେ ଡାକିଲେ ବି ମୋତେ ଆଡେଇ ଦେଇ ଚାଲିଗଲା|ଏକୁଟିଆ ଗାଁ ଦାଣ୍ଡରେ ଭିକ ମାଗିବାକୁ ମୋତେ ଛାଡ଼ି ଚାଲିଗଲା|

ବୋଉ ଯେତେବେଳେ ମୋତେ ଏମିତି ଅନାଥ କରି ଚାଲିଗଲା ମୁଁ ରାସ୍ତାରେ ବୁଲିବୁଲି ଅନେକ କାନ୍ଦୁଥିଲି|କାହାର ସାହାର ଖୋଜୁଥିଲି|ଭଗବାନଙ୍କ ମୋ ଉପରେ ଦୟା ହେଲା|ଗାଁ ଲୋକେ ମୋତେ ଆଶ୍ରା ଦେବାପାଇଁ ଜିଲ୍ଲା ପ୍ରଶାସନ ହାତକୁ ଟେକି ଦେଲେ|ଏଠି ମୋତେ ସବୁ ମିଳୁଛି ଓ ମୁଁ ତାଂକୁ ମୋର ସବୁକିଛି ବୋଲି ମାନି ନେଇଛି|ଯେତେବେଳେ ତମ କଥା ବା ବୋଉ କଥା ମନେ ପଡୁଛି ଏଇ ସାର ଓ ମ୍ୟାଡାମ୍ ମାନେ ମୋତେ କୋଳେଇ ନେଇ ଗେଲ କରୁଛନ୍ତି|

ମୋତେ ପୁଅ କରି ନେବାପାଇଁ ଇଟାଲୀରୁ ଲୋକ ଆସିଛନ୍ତି|ଆଜି ଇଟାଲୀରୁ ମୋତେ ବାପା ମା ମିଳିଛନ୍ତି|ସେମାନେ ମୋତେ ପାଇ ଖୁସିରେ ଅଛନ୍ତି|ମୁଁ ବି ତାଙ୍କୁ ସ୍ନେହ ପ୍ରେମ ଓ ଭଲପାଇବା ଦେବି|ଆଜିଠାରୁ ସେମାନେ ମୋର ବାପା ମାଆ|ଖାଲି ଏତିକି ଆଶିର୍ବାଦ କର ତମ ପୁଅ ବିଦେଶରେ ରହି ତମର ନାଁ ରଖୁ|

Leave A Reply

Your email address will not be published.