ଦୀପିକାଙ୍କ ପରେ ଘର ଆଗରେ ପ୍ରଥମ ପତ୍ନୀଙ୍କ ଧାରଣା । ଗେଟ୍ ରେ ତାଲା ପକାଇ ଶ୍ୱଶୁର ଘର ଲୋକ ଭାଗ ।

0

Get real time updates directly on you device, subscribe now.

ବନ୍ଧୁଗଣ ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ । ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ ।

ଏହା ବିଶ୍ୱାସ, ଭଲ ପାଇବା ଏବଂ ବୁଝାମଣାର ସଂସାର ହୋଇଥାଏ ଆଉ ଉଭୟ ଉଭୟଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି । କିନ୍ତୁ ବର୍ତ୍ତମାନର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ । ସାମାନ୍ୟ କଥାକୁ ନେଇ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀଙ୍କୁ ହତାଦର କରୁଛି

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆଉ ଆଜିକାଲି ସମୟରେ ନିଜର ଅଧିକାର ପାଇବା ପାଇଁ ସ୍ଵାମୀ ଘର ଆଗରେ ଧାରଣା ଦେବା ଏକ ଟ୍ରେନ୍ଡ ଯେମିତି ହେଇଗଲାଣି ।

ପ୍ରଥମେ ତପସ୍ୱିନୀ ତାପରେ ଦୀପିକା ଆଉ ଏବେ ରୋଜାଲିନ । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ଦୀପିକାଙ୍କ ପରେ ସ୍ଵାମୀ ଘର ଆଗରେ ପ୍ରଥମ ପତ୍ନୀର ଧାରଣା ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପଟା ଗାଁ ରେ ।

ସୂଚନାନୁଯାୟୀ, ବରପଦା ଗାଁର ଝିଅ ରୋଜିଲିନ୍ ଦେହୁରୀ ୭ ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ୍ କୁମାର ସାହୁ ନାମକ ଜଣେ ଯୁବକକୁ ବୈଦିକ ରିତିରେ ବିବାହ କରିଥିଲେ । ଶଶୁର ଘର ଲୋକେ ନିର୍ଯ୍ୟାତନା ଦେବା ସହ ଟଙ୍କା ପାଇଁ ସ୍ତ୍ରୀକୁ ଘରୁ ବାହାର କରି ଦେଇଥିଲେ

ପରେ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରି ନ୍ୟାୟ ନପାଇବାରୁ  ଗ୍ରାମର ସାମାଜିକ ବୈଠକରେ ଅଭିଯୋଗ କରିଥିଲେ । ଫଳରେ ଆପୋଷ ସମାଧାନ ମାଧ୍ୟମରେ ଚୁକ୍ତିନାମା ହୋଇଥିଲା ଯେ ବାପ ଘର ସମ୍ପତି ଶଶୁର ଘର ଲୋକ ଫେରସ୍ତ କରିବେ  । ଅଥବା ନିଜଘରେ ରହିବାକୁ ମହିଳାଙ୍କୁ ଗୋଟିଏ ଘର ଦେବେ ।

କିନ୍ତୁ ଏହାକୁ ସ୍ୱାମୀ ଅନିଲ୍  ନମାନି  ଦ୍ଵିତୀୟ ପତ୍ନୀ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ  ପ୍ରଥମ ପତ୍ନୀ ନ୍ୟାୟ ଦାବିରେ ୩ ଦିନ ହେବ ସ୍ୱାମୀ ଘର ଆଗରେ ଧାରଣାରେ ବସିଛି  I ବର୍ତ୍ତମାନ ଶଶୁର ଘର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି ।

Leave A Reply

Your email address will not be published.