କାହିଁକି ଟି -୨୦ ବିଶ୍ୱକପରୁ ବିଦା ହେଲା ଭାରତ ? କୋଚ୍ ପଦରୁ ବିଦା ହେବେ କି ଦ୍ରାବିଡ ?

0

Get real time updates directly on you device, subscribe now.

କାହିଁକି ଟି -୨୦ ବିଶ୍ୱକପରୁ ବିଦା ହେଲା ଭାରତ ? ଭାରତୀୟ ଦଳ କାହିଁକି କରୁଛି ଦୟନୀୟ ପ୍ରଦର୍ଶନ ? କୋଚ୍ ପଦରୁ ବିଦା ହେବେ କି ଦ୍ରାବିଡ଼ ? ସେମିଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍ ରେ ପରାସ୍ତ ହୋଇ ଶୋଚନୀୟ ଭାବେ ପରାସ୍ତ ହୋଇ ଭାରତ ଟି-୨୦ ବିଶ୍ୱକପରୁ ବିଦା ହେଵା ପରେ ଏଭଳି ଅନେକ ଚର୍ଚ୍ଚା ଜୋର ଧରିଛି|ସୁପର ୧୨ ର କିଛି ଦୁର୍ବଳ ଦଳକୁ ଛାଡିଦେଲେ ଭାରତ ଯଦିଓ କିଛି ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟୀ ହୋଇଥିଲା କିନ୍ତୁ ଏସବୁ ବିଜୟ ଆତ୍ମବିଶ୍ବାସ ଭରା ନଥିଲା|ତେଣୁ ଦଳର ଅନେକ ଦୁର୍ବଳତା ଏଵେ ସାମ୍ନାକୁ ଆସୁଛି,ଯାହାକୁ ନେଇ ଦଳର ଅଧିନାୟକ ରୋହିତ ଓ କୋଚ ଦ୍ରାବିଡଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି|

ଆଗକୁ ନ୍ୟୁଜଲାଣ୍ଡ ଗସ୍ତରେ କିଛି ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରିଛି ବିସିସିଆଇ|ନିୟମିତ ଅଧିନାୟକ ରୋହିତ, ବ୍ୟାଟ୍ସମ୍ୟାନ୍ କୋହଲି ଓ ଓପନର କେ ଏଲ୍ ରାହୁଲଙ୍କ ସହ ସ୍ପିନର ଅଶ୍ୱିନୀକୁ ବିଶ୍ରାମ ଦେବାକୁ ସ୍ଥିର କରିଛନ୍ତି ଦଳ|ଏହାସହ କୋଚିଂ ଷ୍ଟାଫକୁ ମଧ୍ୟ ଏହି ଗସ୍ତ ପାଇଁ ବିଶ୍ରାମ ଦିଆଯାଇଛି|

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଥିବା ତିନୋଟି ଟି-୨୦ ଓ ଏକଦିବସୀୟ ପାଇଁ କୋଚିଂ ଦାୟିତ୍ଵ ଏବେ ଏମସିଏ ଅଧ୍ୟକ୍ଷ ଭିଭି ଏସ୍ ଲକ୍ଷ୍ମଣକୁ ଦିଆଯାଇଛି|ଦ୍ରାବିଡ଼ ସ୍ଥାନରେ ଦଳର କାର୍ଯ୍ୟକାରୀ ମୁଖ୍ୟ କୋଚ୍ ଭାବେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଉଛନ୍ତି|ଆସନ୍ତା ୧୮ ତାରିଖରୁ ୱଲିଙ୍ଗଟନରେ ଆରମ୍ଭ ହେବାକୁଥିବା ଏହି ମ୍ୟାଚରେ ବ୍ୟାଟିଂ କୋଚ ଭାବରେ ହୃଷିକେଶ କାନିକର ,ବୋଲିଙ୍ଗ କୋଚ ଭାବରେ ସାଇରାଜ ବହୁତୁଲେ ମୁଖ୍ୟ କୋଚ ଲକ୍ଷ୍ମଣକୁ ସହଯୋଗ କରିବେ|ଏକଦିବସୀୟରେ ଧାୱନ ନେତୃତ୍ୱ ନେଲାବେଳେ ଟି-୨୦ ରେ ପାଣ୍ଡ୍ୟା ନେତୃତ୍ୱ ନେବେ|ବରିଷ୍ଠ ଖେଳାଳୀଙ୍କ ବିନା ଦଳ କିଭଳି ପ୍ରଦର୍ଶନ କରୁଛି ତା ଉପରେ କୋଚ୍ ଓ ବରିଷ୍ଠ ଖେଳାଳୀଙ୍କ ଭାଗ୍ୟ ନିର୍ଭର କରେ ବୋଲି ଏକ ସୂତ୍ରରୁ ଜଣାପଡିଛି|

Leave A Reply

Your email address will not be published.