ମୁଁ ଖଟିକି ପଇସା ଦେବି ମୋ ସ୍ତ୍ରୀ ପର ଟୋକାଙ୍କୁ ଧରି ଖେଳ କରିବ,ଦେଖିଦେଲି ମୁଣ୍ଡ ଗରମ ହୋଇଗଲା ତା ପରେ

0

Get real time updates directly on you device, subscribe now.

ସ୍ୱାମୀ ଝାଳ ବୁହାଇ‌ ଟଙ୍କା ପଠେଉଛି|ସ୍ତ୍ରୀ ବୁଲିବୁଲି ରିଲ୍ସ କରୁଛି|ସ୍ୱାମୀର ଝାଳବୁହା ଧନକୁ ପାଉଡର କିଣି ସାରି ଦେଉଛନ୍ତି ସ୍ତ୍ରୀ|ସ୍ୱାମୀ ଖଟିକି ପଇସା ଆଣେ , ସ୍ତ୍ରୀ ଟୋକାଙ୍କ ସହ ଭିଡ଼ିଓ କରେ|ସ୍ୱାମୀ ଖଟିଖଟି ମରୁଛି ସ୍ତ୍ରୀ ଅଣ୍ଟା ହଲେଇ ହଲେଇ ନାଚୁଛି|ସବୁକିଛି ସହୁଥିଲା|ହଠାତ୍ ମୁଣ୍ଡକୁ ଚଢିଗଲା ପିତ, ସବୁକିଛି କରିଦେଲା ଶେଷ|

ତତୋ ମୁଁ ଭଲପାଏ ଜୀବନ ଠାରୁ ଅଧିକ|ତୁ ମୋ ଜୀବନ |ତୋତେ ଜୀବନ ଠାରୁ ଅଧିକ ଭଲପାଏ|ଦଶ ଦିଗପାଳକୁ ସାକ୍ଷୀ ରଖି ମୁଁ ବିବାହ କରିଥିଲି|ହେଲେ ତୁ କ’ଣ କଲୁ ? ସ୍ତ୍ରୀର କର୍ତ୍ତବ୍ୟ ନିଭେଇ ପାରିଲୁ ନାହିଁ|ମୋତେ ଅଣଦେଖା କରି ମୋ କଥାକୁ ଖାତିର କଲୁନି|ମୁଁ ପରା ଗୋଟିଏ ରକ୍ତ ମାଂସ ଗଢା ମଣିଷଟିଏ|କେତେ ଆଉ ସହ୍ୟ କରିଥାନ୍ତି|କେତେଦିନ ଟାହି ଟାପରା ରହିଥାନ୍ତି|ମୁଁ ବହୁଥର ବୁଝେଇଛି ରିଲ୍ସ ଭିଡିଓ କର ନାହିଁ|ସବୁ ଲୋକମାନଙ୍କ ପାଖରେ ଛୋଟ ଛୋଟ ଡ୍ରେସ୍ ପିନ୍ଧି ଅଣ୍ଟା ହଲେଇ ନାଚେନା|ଏଭଳି ଲଙ୍ଗଳା ଦେହକୁ ଲୋକଙ୍କୁ ଦେଖାନା|ଆମକୁ ସେଥିରୁ କ’ଣ ମିଳିବ ?ଆମେ ଖଟିଖିଆ,ଖଟିଲେ ଖାଇବା ନହେଲେ ଉପାସ ସୋଇବା|ସେ ଶୁଖିଲା ଲୋକପ୍ରିୟତା ରୁ କ’ଣ ମିଳିବ|ତୁ ଥରୁଟିଏ ବି ଶୁଣିଲୁ ନାହିଁ|

ମୋର ସବୁକଥା ବେଖାତିର କରୁଥିଲୁ|ତୋ ଏଭଳି କାର୍ଯ୍ୟ ପାଇଁ ମୁଁ ଲଜ୍ଜିତ ହେଉଥିଲି|ରାସ୍ତା ଘାଟରେ ଗଳାବେଳେ ଲୋକମାନେ କହୁଥିଲେ ହେଇ ଦେଖରେ,ଏୟା ସ୍ତ୍ରୀ ଲଙ୍ଗଳା ହୋଇ ରିଲ କରି ଭିଡିଓ ଛାଡୁଛି|ଏହଵୁ ଶୁଣିଲା ପରେ କେତେ କଷ୍ଟ ହୋଇଥିବ,ଜାଣି ପାରୁଛୁ ? ତଥାପି ତୋ ଖୁସି ପାଇଁ ସହି ଯାଉଥିଲି|ଭାବୁଥିଲି ତୁ ବଦଳିଯିବୁ ଓ ଧିରେ ଧିରେ ରିଲ୍ସ କରିବାର ନିଶା ବଦଳିଯିବ|ନିଶା ଖସିବା ପରିବର୍ତ୍ତେ ଦିନକୁଦିନ ରିଲ୍ସ କରିବା ବଢିବଢି ଚାଲିଲା|ଭୁଲିଗଲୁ ତୁ ଗୋଟାଏ ବିବାହିତ ମହିଳା ଓ ତୋର ପିଲାଛୁଆ ସଂସାର ରହିଛି|ଶେଷରେ ବାଧ୍ୟହୋଇ ମୁଁ ଏଭଳି ଘୃଣ୍ୟ କାମ ରିବା ପାଇଁ ବାଧ୍ୟ ହେଲି|

ହୁଁ ମୁଁ ଭୁଲ କରିଛି,ଯଦି ସ୍ତ୍ରୀ ଭୁଲ କରେ ତାକୁ ଆକଟ କରିବା କ’ଣ ପାପ? ତାକୁ ବି ମୁଁ କରିଛି|ଜଣେ ସ୍ୱାମୀ ହିସାବରେ ମୁଁ ପାଇଲି କ’ଣ ? ନିଜେ ଚିରାଫଟା ପିନ୍ଧି ତୋ ପାଇଁ ନୂଆ ଡ୍ରେସ ଆଣେ|ନିଜେ ନ ଖାଇ ନପିଇ ତୋ ପାଇଁ ଭଳିଭଳି କସମେଟିକ ଆଣିଦିଏ|ଏହି ସବୁ ସଜବାଜ ଦର୍ଶକକୁ ଇମ୍ପ୍ରେସ କରିବା ପାଇଁ|ଏସବୁ ଆଉ କେତେ ସହିବି ? ଏଥିପାଇଁ ନିଜ ହାତରେ ମୋ ସ୍ତ୍ରୀ କୁ ମାରିଦେଲି|ଏଭଳି ଦୋଚାରୀଣି ସ୍ତ୍ରୀ ପାଇଁଁ ଏଭଳି ଶାସ୍ତି ହିଁ ଉପଯୁକ୍ତ|

Leave A Reply

Your email address will not be published.