ମୋ ସୁନ୍ଦରତା ଚାଲିଗଲା ବୋଲି ମୋ ସ୍ୱାମୀ ମାଗୁଛି ଛାଡ଼ପତ୍ର, ପୁରୁଣା ଫଟୋ ଧରି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ

0

Get real time updates directly on you device, subscribe now.

ସେତେବେଳେ ପାଦରୁ ପାଉଁଜି ଖସିଗଲେ ଧନ ଧନ କହି ସ୍ବାମୀ ପିନ୍ଧାଇ ଦେଉଥିଲା । କିନ୍ତୁ ଏବେ ପୁରା ବଦଳିଗଲା । ଏବେ ଦେହରୁ ଜୀବନ ଚାଲିଗଲେ ବି ସ୍ବାମୀ ପଚାରୁନି । ସ୍ତ୍ରୀକୁ ପକ୍ଷାଘାତ ହେବାପରେ ସ୍ବାମୀ ନିଜ ସ୍ତ୍ରୀକୁ ଆଉ ପସନ୍ଦ କରୁନି । ଏହାସହିତ ସ୍ବାମୀ ମାନସିକ ନିର୍ଯ୍ୟାତନା ଦେବାକୁ ମଧ୍ୟ ପଛାଇ ନାହିଁ । ଆମେ ଯେଉଁ ପୀଡ଼ିତାଙ୍କ ବିଷୟରେ ଆପଣଙ୍କୁ କହୁଛୁ ସେ ହେଉଛନ୍ତି ମୋନାଲିସା ରଥ । ଶିକ୍ଷିତ ହେବା ସହ ଆଜି ବି ଭିତରୁ ସେତିକି ସୁନ୍ଦରୀ ଅଟନ୍ତି । ପକ୍ଷାଘାତ ପରେ ଶାରୀରିକ ସ୍ତରରେ କିଛି ପରିବର୍ତ୍ତନ ହୋଇଯାଇଛି, କିନ୍ତୁ ଭିତରୁ ଆଜି ମଧ୍ୟ ସେ ସେତିକି ସୁନ୍ଦରୀ ଅଛନ୍ତି । ତାଙ୍କ ସ୍ବପ୍ନ ଆଜି ପାଉଁଶ ହୋଇ ମାଟିରେ ପଡ଼ିଛି ।

ମୋନାଲିସା ଯେଉଁ ସ୍ୱାମୀକୁ ପାଇ ସାରା ଦୁନିଆଁ ଭୁଲି ଯାଇଥିଲେ, କିନ୍ତୁ ତାଙ୍କୁ ପକ୍ଷାଘାତ ହେବାପରେ ସେ ସ୍ବାମୀ ତାଙ୍କୁ ଛାଡି ଦେଇଛି । ସ୍ତ୍ରୀକୁ ପକ୍ଷାଘାତ ହେବାପରେ ସ୍ବାମୀ ତାଙ୍କୁ ନିଜ ସ୍ତ୍ରୀକୁ ପର କରିଦେଲା । ଆଉ ଏବେ ସ୍ତ୍ରୀ ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି । ଏପରି କିଛି ଘଟଣା ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ମୋନାଲିସା ରଥ ଡାବୁ ଗାଁର ମୂଳ ବାସିନ୍ଦା ଅଟନ୍ତି । ବିବାହର ମାତ୍ର କିଛି ମାସ ପରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା । ତାକୁ ମୋନାଲିସା କେବେ ବି ଭୁଲି ପାରିବେନି ।

ତେବେ ସେହି ନିର୍ଯାତନା ପରେ ପରେ ତାଙ୍କୁ ପାରାଲିସିସ ହୋଇଗଲା । ଏପରି ପାରାଲିସିସ ରୋଗ ହେବାପରେ ତାଙ୍କ ଚିକିତ୍ସା କରିବା ବଦଳରେ ତାଙ୍କ ହାତ ଛାଡି ଦେଇଥିଲେ । ତେବେ ନିଜର ଦୁଇବର୍ଷର ଝିଅକୁ ଓ ସ୍ୱାମୀକୁ ହରାଇ ବର୍ତ୍ତମାନ ଦେଢ଼ ବର୍ଷ ହେଲାଣି ପଡ଼ିରହିଛନ୍ତି । କାନ୍ଦି କାନ୍ଦି ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି । ଆଖିରୁ ଧାର ଧାର ଲୁହ ଗଡାଉଛନ୍ତି ।

2013 ମସିହାରେ ମୋନାଲିସା ରଥଙ୍କ ସହ ଗଞ୍ଜାମ ଜିଲ୍ଲା ଦିଗପଣ୍ଡି ଥାନା ଅନ୍ତର୍ଗତ ଭିଷ୍ମଗିରିର ରାମବଲ୍ଲଭ ବକ୍ସିଙ୍କ ସାନ ପୁଅ ଶକ୍ତିଶଙ୍କର ବକ୍ସିଙ୍କ ବିବାହ ହୋଇଥିଲା । ବିବାହର ଦୁଇମାସ ପରେ ଉଭୟେ ଶଙ୍କର ଓ ମୋନାଲିସା ଚେନ୍ନାଇକୁ ଯାଇଥିଲେ ଏବଂ ବାଙ୍ଗାଲୋରକୁ ଫେରି ଆସିଥିଲେ । ତେବେ ସକ୍ତିଶଙ୍କର ଜଣେ ସଫ୍ଟଓୟାର ଇଞ୍ଜିନିୟର ହୋଇଥିବା ବେଳେ ସେ ବାଙ୍ଗାଲୋରର ଏକ କମ୍ପାନୀରେ ଚାକିରୀ କରୁଥିଲେ । ବିବାହର ଏକ ବର୍ଷ ଯାଏଁ ଦୁହେଁ ନିଜ ଜୀବନକୁ ଖୁବ୍ ଉପଭୋଗ କରୁଥିଲେ । କିନ୍ତୁ ଏବେ ସ୍ତ୍ରୀ ଲୁହ ଗଡ଼ାଉଛନ୍ତି ।

ସ୍ତ୍ରୀକୁ ପାରାଲିସିସ ହେବାପରେ ସବୁକିଛି ବଦଳି ଯାଇଥିଲା । ସେମାନଙ୍କର ସବୁ ରଙ୍ଗ ସାମ୍ନାକୁ ଆସିଗଲା ଏବଂ ତାଙ୍କ ବ୍ୟବହାର ଏତେ ବଦଳିଗଲା ଯେ ମୋନାଲିସାଙ୍କୁ ଅଧିକ ନିର୍ଯାତନା ଦେବା ସହ ତାଙ୍କ ସ୍ଵାମୀ ମାରିବାକୁ ମଧ୍ୟ ପଛାଇ ନଥିଲେ । ସ୍ବାମୀ ସହ ସ୍ୱାମୀର ପରିବାର ଲୋକେ ମଧ୍ୟ ମାରିବାକୁ ଦୌଡ଼ି ଆସୁଥିଲେ । ତେଣୁ ଦେଢ଼ ବର୍ଷ ହେଲାଣି ମୋନାଲିସା ନିଜ ବାପଘରେ ରହୁଛନ୍ତି । କିନ୍ତୁ ଏବେ ସେ ନିଜ ଝିଅ ଏବଂ ସ୍ଵାମୀଙ୍କ ନିକଟକୁ ଫେରିବାକୁ ଚାହୁଁଛନ୍ତି, କିନ୍ତୁ ସ୍ବାମୀ ଗ୍ରହଣ କରିବାକୁ ରାଜି ନାହାନ୍ତି ।

Leave A Reply

Your email address will not be published.