ଯାତ୍ରା ଷ୍ଟେଜରେ ଆଇଟମ ଡାନ୍ସ କଲେ ମୋ ପରିବାରର ପେଟ ପୁରେ, ସତରେ କଣ ସବୁ ମୋ ଭୁଲ

0

Get real time updates directly on you device, subscribe now.

ମୁଁ ରାନୀ ପ୍ରିୟଦର୍ଶିନୀ ଏବଂ ଜଣେ ଆଇଟମ ଡାନ୍ସର । ମୋର ଭୁଲ କଣ ଅଛି ଆଉ ମୋର ଦୋଷ କଣ ? ଜଣେ ଆର୍ଟିଷ୍ଟ୍ ସେତେବେଳେ କପଡା ଖୋଲେ, ଯେତେବେଳେ ଦର୍ଶକ ତାକୁ ସେଇ ଆଇଟମ ଡାନ୍ସର ଭାବେ ଦେଖିବାକୁ ପସନ୍ଦ କରନ୍ତି । ଜଣେ ଆର୍ଟିଷ୍ଟ୍ କେତେବେଳେ ନିଜ ହିସାବରେ କାମ କରେନି, ଦର୍ଶକଙ୍କ ଖୁସି ପାଇଁ ସେ କାମ କରେ । କାହିଁକି ନା ଦର୍ଶକ ତା ପାଇଁ ଭଗବାନ ସଦୃଶ । ଆମେ ହେଉଛୁ କଳାକାର ଲୋକ, ଆମେ କେବଳ ଆପଣମାନଙ୍କ ପାଇଁ ନୃତ୍ୟ କରୁ । ଆଉ ଆପଣମାନେ ମଧ୍ୟ ମୋ ନୃତ୍ୟ ଦେଖି ଉପଭୋଗ କରନ୍ତି ।

କିନ୍ତୁ ଯାହା ସବୁ ହେଲା କଣ ଠିକ୍ ହେଲା ? ମୋ ଘରେ ମଧ୍ୟ ବାପା ଭାଇ ଅଛନ୍ତି, ଏ ନୃତ୍ୟ କରିବାକୁ ଆମକୁ ବି ଭଲ ଲାଗେନା । କିନ୍ତୁ ତଥାପି ଆମେ କରୁ । କାହିଁକି ନା ମୋର ଏହି ଅଧା ଉଲଗ୍ନ ଦେହକୁ ଦେଖିବାକୁ ଆପଣମାନେ ପସନ୍ଦ କରନ୍ତି । ଯେତେବେଳେ ମୁଁ ଷ୍ଟେଜରେ ଡ୍ରେସ୍ ଖୋଲେ, ସେତେବେଳେ ଆପଣମାନେ ତାଳି ମାରନ୍ତି । କେବଳ ମୋର ଏହି ଉଲଗ୍ନ ନାଚ ଦେଖିବାକୁ ଆପଣମାନେ ଯାଆନ୍ତି । ଆଉ ଆପଣମାନଙ୍କ ପାଇଁ ଏ ରାନୀ ଷ୍ଟେଜ ଉପରକୁ ଗଲେ ଆଇଟମ ଡାନ୍ସର ହୋଇଯାଏ । ଆଉ ମୁଁ ମୋ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଷ୍ଟେଜ ଉପରେ ନୃତ୍ୟ କରେ । ଏଥିରେ ମୋର କିଛି ବି ସ୍ବାର୍ଥ ନଥାଏ, କେବଳ ଆପଣମାନଙ୍କ ପାଇଁ ମୁଁ ଏମିତି କରେ ।

ଆଉ ଆପଣମାନେ ବି ମୋର ଏହି ନୃତ୍ୟକୁ ଦେଖିବାକୁ ଚାଲିଆସନ୍ତି । ଘରେ ସ୍ତ୍ରୀ ଛୁଆକୁ ଛାଡି ଆପଣମାନେ ମଧ୍ୟ ମୋ ନୃତ୍ୟ ଦେଖିବାକୁ ଚାଲିଆସନ୍ତି । ଆପଣମାନେ ଖୋଜନ୍ତି ବୋଲି ମୁଁ ଆସେ । ଆପଣମାନେ କାହାଣୀ କମ୍, ମୋ ନଗ୍ନ ନୃତ୍ୟ ଦେଖିବାକୁ ବେଶି ଭିଡ ଜମାନ୍ତି । ମତେ ଖାଲି କହିବେ କି ଯାତ୍ରାରେ କେତେଜଣ କାହାଣୀ ଦେଖିବାକୁ ଆସନ୍ତି । ଅନେକଥର ତ ମେଲୋଡି ପରେ ପରେ ଅଧା ସିଟ ଖାଲି ହୋଇଯାଏ । ସେଦିନ ବି ଆପଣମାନେ ଡାକିଥିଲେ ଆଉ ମୁଁ ଆସିଥିଲି । ଆଉ ଯେତେବେଳେ ମୁଁ ଷ୍ଟେଜକୁ ଚଢ଼ିଥିଲି ଆପଣମାନେ ଖୁସି ହେଇଗଲେ । ଆଉ ଯେତେବେଳେ ମୁଁ କପଡ଼ା ଖୋଲି ନାଚିଥିଲି, ସେତେବେଳେ ମତେ ତାଳିରେ ପୋତି ପକେଇଲ । ଆଉ ମୋର ଅର୍ଦ୍ଧ ନଗ୍ନ ଦେହକୁ ଦେଖି ପୁରା ଖୁସି ହେଉଥିଲ ।

ପାଂଚ ହଜାର ଦର୍ଶକ ମୋ ନାଚକୁ ଉପଭୋଗ କରୁଥିଲେ । କେହି ତ ବିରୋଧ କଲନି ବରଂ ମୋ ନାଚକୁ ଦେଖି ତାଳି ମାରିଲ ଆଉ ମୋ ଦେହକୁ ବି ଛୁଇଁବାକୁ ଚାହୁଁଥିଲ । ତଥାପି ମୁଁ ମୋ ଭଗବାନ ଭାବି ମୁଁ ମୋ କର୍ତ୍ତବ୍ୟ କଲି । କାରଣ ମୁଁ ହେଉଛି ଜଣେ କଳାକାର । ଦର୍ଶକଙ୍କ ମନୋରଞ୍ଜନ କରିବା ହେଉଛି ମୋ କାମ । କିନ୍ତୁ ସେ ମହିଳା ଜଣକ ଯେପରି ମୋ ଉପରକୁ ଚପଲ ଫୋପାଡିଲେ, ସେଇଟା ମୋ କଳା ପ୍ରତି ଅପମାନ ଥିଲା । ମୋ ଅର୍ଦ୍ଧ ନଗ୍ନ ରୂପ ଦେଖି ତାଳି ମାରିଲ, ଆଉ ମୁଁ ଯେତେବେଳେ ଚପଲ ମାଡ ଖାଇଲି ସେତେବେଳେ ବି ତୁମେମାନେ ତାଳି ମାରିଲ । ଏ କଥା ମତେ ଭାରି କଷ୍ଟ ଦେଲା । ମୁଁ ବୁଝିପାରିଲିନି ଯେ ମୋର ଭୁଲ କୋଉଠି ରହିଲା । ମୋ ନାଚ ଦେଖି ଖୁସିରେ ଉଛୁଳି ଉଠୁଥିବା ଦର୍ଶକ ଯେତେବେଳେ ମୋ ଉପରେ ଗାଳିକୁ ବି ସହିଗଲେ ଆଉ ଚପଲ ମାଡକୁ ଦେଖି ନୀରବ ଦ୍ରଷ୍ଟା ସାଜିଲେ, ସେତେବେଳେ ବହୁତ୍ କଷ୍ଟ ଲାଗିଲା । ଆଉ ଯେତେ ଯାହା ହେଇଗଲେ ବି ମୁଁ ସବୁବେଳେ କୁହେ ଆଉ ଆଜିବି କହିବି ଆପଣମାନେ ମୋ ଦର୍ଶକ ଆଉ ମୋ ପାଇଁ ଭଗବାନ ଅଟନ୍ତି ।

Leave A Reply

Your email address will not be published.