ବିଦେଶୀ ଲିଗରେ ଖେଳିବେ ଭାରତୀୟ ଖେଳାଳି, ବିସିସିଆଇ ଦେଇପାରେ ଅନୁମତି,ଲଙ୍କା ପ୍ରିମିୟର ଲିଗକୁ ନେଇ ବଢିଲା ଚର୍ଚ୍ଚା

0

Get real time updates directly on you device, subscribe now.

ବିଦେଶୀ ଲିଗରେ ଖେଳିବା ନେଇ ବିସିସିଆଇ ଲଗାଇଛି କଟକଣା|ଆଇପିଏଲ ପରେ ଆଉ କୈଣସି କ୍ରିକେଟ ଲିଗରେ ଖେଳିବାକୁ ଅନୁମତି ଦେଉନାହିଁ ବିସିସିଆଇ|କିନ୍ତୁ ବଦଳିପାରେ ବିସିସିଆଇର ଏହି ନିୟମ|ବିଦେଶୀ ଲିଗରେ ଚମକି ପାରନ୍ତି ଏହି ଭାରତୀୟ ଖେଳାଳି|

ସୂତ୍ରରୁ ପ୍ରକାଶ ଶ୍ରୀଲଙ୍କା ପ୍ରିମିୟମ ଲିଗରେ ଖେଳିବାକୁ ଅନୁମତି ଦେଇପାରେ ବିସିସିଆଇ|ଯାହାକି ଭାରତୀୟ କ୍ରିକେଟ ଖେଳିଙ୍କୁ ଆଶ୍ବସ୍ତ କରିଛି|ଡିସେମ୍ବର ୬ ରୁ ଆରମ୍ଭ ହେବାକୁ ଯାଉଅଛି ଲଙ୍କା ପ୍ରିମିୟର ଲିଗ୍,ଏହା ଘୋଷଣା କରିଛି ଲଙ୍କା କ୍ରିକେଟ ବୋର୍ଡ|୫ଟି ଦଳକୁ ନେଇ ଖେଳିବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୬ରୁ ଆରମ୍ଭ ହୋଇ ଡିସେମ୍ବର ୨୬ରେ ଶେଷ ହେବ|ଏହା ଶ୍ରୀଲଙ୍କା ପ୍ରିମିୟମ ଲିଗର ତୃତୀୟ ସଂସ୍କରଣ|ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟରେ ହେବାକୁ ଥିଲାବେଳେ ଶ୍ରୀଲଙ୍କାର ଅର୍ଥନୈତିକ କ୍ରାଇସିସ ପାଇଁ ଘୁଞ୍ଚାଇ ଦିଆଯାଇଥିଲା|ପରିସ୍ଥିତିରେ ସୁଧାର ଯୋଗୁଁ ଏହାକୁ ପୁଣିଥରେ ଆୟୋଜନ ପାଇଁ ଅଣ୍ଟା ଭିଡିଛି ଶ୍ରୀଲଙ୍କା ବୋର୍ଡ|ରାଉଣ୍ଡ ରବିନରେ ଖେଳିବାକୁ ଥିବା ଏହି ଦଳ ରେ ଯେଉଁ ଦଳ ଲିଗରେ ପ୍ରଥମ ରହିବ ସିଧାସଳଖ ଫାଇନାଲରେ ପ୍ରବେଶ କରିବ|ତୃତୀୟ ଓ ଚତୁର୍ଥ ଦଳ ଏଲିମିନେଟର ମ୍ୟାଚ ଖେଳିବ ଓ ବିଜେତା ସହ ଦ୍ୱିତୀୟ ଦଳ ସହ ସେମିଫାଇନାଲ ଖେଳିବ|

ପ୍ରାୟତଃ ଆଇପିଏଲ ଫର୍ମାଟରେ ଖେଳାଯିବ|ଏଥିରେ ଅଂଶଗ୍ରହଣ କାରୀ ଦଳ ହେଲେ କଲମ୍ବୋ,କ୍ୟାଣ୍ଡି ,ଜ୍ୟାପ୍ନି,କାଲେ,ଗାଙ୍ଗୁଲା|ପୂର୍ବରୁ ଏଥିରେ ଭାରତୀୟ ଖେଳାଳି ମଧ୍ୟ ଦେଖାଯାଇଥିଲା|କେବଳ ଇରଫାନ ପଠାନ ଏଥିରେ ଦେଖାଯାଇଥିଲେ|କିନ୍ତୁ ଏଥର ଅବସର ଗ୍ରହଣ କରିଥିବା ଖେଳାଳି ସହ କିଛି ସକ୍ରିୟ ଖେଳାଳି ଦେଖାଇଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି|ସେମାନଙ୍କ ମଧ୍ୟରେ ଅଛନ୍ତି ରବିନ ଉତ୍ତଥାପା,ରାଇନା,ରାୟଡୁ ,ଶ୍ରୀଶାନ୍ଥ,ଧାବଲ କୁଳକର୍ଣୀ ଇତ୍ୟାଦି|ଏମାନେ ଏ ନେଇ ବିସିସିଆଇ ପାଖରେ ଏନ୍ଓସି ଆବେଦନ କରିଛନ୍ତି ଦେଖାଯାଉ ବିସିସିଆଇ ଅନୁମତି ଦେଉଛନ୍ତି ନା ନାହିଁ ?

Leave A Reply

Your email address will not be published.