ମ୍ୟାଚ ହାରି ମଧ୍ୟ ନେଦରଲାଣ୍ଡ ଖେଳାଳି ଖୁସି,କହିଲେ ନାତି ଅଣନାତିକୁ କହିବୁ ଭାରତ ବିପକ୍ଷରେ ଖେଳିବାର ଅନୁଭୂତି

0

Get real time updates directly on you device, subscribe now.

ଟି-୨୦ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟରେ ଵଡ ଵଡ ଦଳକୁ ହରାଇଥିବା ନେଦରଲାଣ୍ଡ ସୁପର ୧୨ ର ଲଗାତାର ଦୁଇଟି ମ୍ୟାଚରେ ପରାଜିତ ହୋଇଛି|ଭାରତ ବିପକ୍ଷରେ ପରାଜିତ ହୋଇଥିଲେ ମଧ୍ୟ ମନ ଉଣା କରି ନାହାନ୍ତି ନେଦରଲାଣ୍ଡ ଖେଳାଳି|ବରଂ ଭାରତ ବିପକ୍ଷରେ ଖେଳିଥିବାରୁ ବେଶ ଖୁସି ଅଛନ୍ତି ନେଦରଲାଣ୍ଡର ଖେଳାଳି|କାରଣ ଏଥର ବିଶ୍ୱ ଶକ୍ତି ଭାବେ ଦବଦବା ରଖିଛନ୍ତି ଭାରତ|ଛୋଟ ଛୋଟ ଦେଶ ବିଶ୍ୱକପ୍ ଖେଳିବା ବଡ କଥା|ଆଉ ଯେତେବେଳେ ନେଦରଲାଣ୍ଡ ଭାରତ ବିପକ୍ଷରେ ଖେଳିବାର ସୁଯୋଗ ପାଇଛନ୍ତି ନିଜ ଖୁସି ବ୍ୟକ୍ତ କରିଛନ୍ତି|

ନେଦରଲାଣ୍ଡ ଦ୍ରୁତ ବୋଲର ମିକେ କହିଛନ୍ତି ଭାରତ ସହ ଖେଳିବା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ|ଭାରତ ବିପକ୍ଷରେ ଆମେ ହାରିଛୁ ସତ ଭାରତ ବିପକ୍ଷରେ ଖେଳିବାର ଯେଉଁ ଅନୁଭୂତି ତାକୁ କେବେ ଭୁଲି ହେବନାହିଁ|ସେ କହିଛନ୍ତି ବୟସର ଅପରାହ୍ନରେ ନାତି ଅଣନାତିକୁ କହିବି ଯେ ବିଶ୍ୱକପରେ ରୋହିତ, କୋହଲି ଭଲି ଖେଳାଳିଙ୍କୁ ବୋଲିଙ୍ଗ କରିବାର ଅନୁଭୂତି କିପରି ଥିଲା|

ମିକେ ରାହୁଲଙ୍କ ୱିକେଟ୍ ନେଇ ଭାରତକୁ ପ୍ରାରମ୍ଭିକ ଝଟକା ଦେଇଥିଲେ|ଗତ କିଛି ଦିନ ଯାହା କିଛି ବି ହୋଇଛି ତାହା ମୋ ପାଇଁ ଅନୁଭୂତି ବୋଲି କହିଛନ୍ତି ମିକେ|ଯେଉଁ ଖେଳାଳୀଙ୍କୁ ଟିଭିରେ ଦେଖୁଥିଲୁ ସେମାନଙ୍କ ବିରୁଦ୍ଧରେ ଖେଳିବା ଶ୍ରେଷ୍ଠ ଉପଲବ୍ଧି ବୋଲି ସେ କହିଛନ୍ତି|ଭାରତ ବିପକ୍ଷରେ ଖେଳିବା ନେଦରଲାଣ୍ଡ କୁ ନୂତନ ଦିଗ ଦେଖାଇବ|ଯେତେବେଳେ ଆମେ ଭାରତ ବିପକ୍ଷରେ ଖେଳିଲୁ ଆମର ଗଣମାଧ୍ୟମ ଦଳକୁ ଉଚ୍ଚ ପ୍ରଶଂସା କରୁଥିଲେ|ଦେଶବାସୀ ପକ୍ଷରୁ ଶୁଭେଚ୍ଛା ଓ ମେସେଜ ସହ ପରିବାର ଖୁସି ଆସୁଥିଲା|ମୁଁ ପରବର୍ତ୍ତୀ ପିଢିକୁ କହିବି ଭାରତ ସହ ଖେଳିବା କିପରି ସ୍ମରଣୀୟ ମୁହୂର୍ତ୍ତ ଅଟେ|

ଭାରତ ବିପକ୍ଷରେ ଆମେ ଯାହା ଭାବିଥିଲୁ ତାହା କରିପାରି ନଥିଲୁ ଫଳରେ ଭାରତ ୨ ୱିକେଟ୍ ବିନିମୟରେ ୧୭୯ ରନର ବିଶାଳ ସ୍କୋର କରିଥିଲେ|ଆମେ ୧୨୩ ରନ କରି ପରାଜିତ ହୋଇଥିଲା|ଏଥର ଦୁରୟବଳ ଦଳ ସବଳକୁ ବାଜିମାତ ଦେଉଛନ୍ତି|ଇଲଣ୍ଡକୁ ଆୟରଲ୍ୟାଣ୍ଡ ମାତ ଦେଲାବେଳେ ପାକିସ୍ତାନ କୁ ମାତ ଦେଇଛନ୍ତି ଜିମ୍ବାୱେ|

Leave A Reply

Your email address will not be published.