ଅଷ୍ଟ୍ରେଲିଆରେ କାମ ଦେଉଛି ଧୋନୀଙ୍କ ମନ୍ତ୍ର,କମାଲ କରୁଛନ୍ତି ରୋହିତ ବାହିନୀ

0

Get real time updates directly on you device, subscribe now.

ଚଳିତ ଟି-୨୦ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି|ପ୍ରଥମେ ପାକିସ୍ତାନ ଓ ପରେ ନେଦରଲାଣ୍ଡକୁ ମାତ ଦେଇ ପଏଣ୍ଟ ଟେବଲର ଶୀର୍ଷରେ ରହିଛି|ଭାରତର ଏହି ପ୍ରଦର୍ଶନୀ ପଛରେ ପୂର୍ବତନ ଅଧିନାୟିକ ତଥା ଧୋନୀଙ୍କ ବଡ ଅବଦାନ ରହିଛି|ଧୋନୀ ନାଁ ଅଷ୍ଟ୍ରେଲିଆ ଯାଇଛନ୍ତି ନାଁ ମ୍ୟାନେଜମେଣ୍ଟ ରେ ଅଛନ୍ତି କିନ୍ତୁ ତାଙ୍କ ନାଁ ବୃଶ ଗୁଞ୍ଜରିତ ହେଉଛି|ଖାସକରି ଧୋନୀଙ୍କ ମନ୍ତ୍ର ଦୁର୍ଦ୍ଦଶ ଅଲରାଉଣ୍ଡର ପ୍ରଦର୍ଶନରେ ପ୍ରତିଫଳିତ ହେଉଛି|

ବଡ ବଡ ଛକା ସହ ହେଲିକପ୍ଟର ସଟ ମାରିବାରେ ଧୋନି ସିଦ୍ଧହସ୍ତ|ବେଳେବେଳେ ବିଶାଳ ଛକା ମାରି ମନ ଜିଣିଥାନ୍ତି ଧୋନୀ|ଧୋନୀଙ୍କ ବଟମ ବ୍ୟାଟରୁ ଏଭଳି ବିଶାଳ ଛକା ଦେଖିବାକୁ ମିଳେ|ଧୋନୀଙ୍କ ପରାମର୍ଶ କ୍ରମେ ଏଥର ଋଷଭ ପନ୍ଥ,ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ରାଉଣ୍ଡ ବଟମ ବ୍ୟାଟିଂ କରୁଛନ୍ତି|ଲୋକେଶ ପ୍ରଥମ ଦୁଇଟି ମ୍ୟାଚରେ ବିଫଳ ହୋଇଥିଲା ବେଳେ ହାର୍ଦ୍ଦିକ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଶାଳ ଛକା ମାରିବାରେ ସଫଳ ହୋଇଥିଲେ|ଏହି ରାଉଣ୍ଡ ବଟମ ବ୍ୟାଟ ଅନ୍ୟ ବ୍ୟାଟ ଠାରୁ ଭିନ୍ନ ହୋଇଥାଏ ଏହି ବ୍ୟାଟର ନିମ୍ନ ପାର୍ଶ୍ଵ ଗୋଲାକାର ରହିଥାଏ|ଏଭଳି ବ୍ୟାଟରେ ବଡ ବଡ ଛକା ମାରିବା ସହଜ ହୋଇଥାଏ|ଟି-୨୦ ରେ ଏହାର ଅଧିକ ବ୍ୟବହାର ହୋଇଥାଏ|ଧୋନି ଏହି ବ୍ୟାଟରେ ଖେଳିବା ପରଠୁ ଏହାର ଚାହିଦା ବଢିବାରେ ଲାଗିଛି|ପୂର୍ବ ଅପେକ୍ଷା ଅଧିକ ଅର୍ଡର ଆସୁଛି ଓ ଅଧିକାଂଶ ଭାରତୀୟ ଖେଳାଳି ଏହାକୁ ଖେଳିବାକୁ ପସନ୍ଦ କରୁଛନ୍ତି|

ଆହତରୁ ବାହାରିବା ପରେ ପାଣ୍ଡ୍ୟା ମଧ୍ୟ ଏହି ବ୍ୟାଟରେ ଖେଳୁଛନ୍ତି ଓ ଵଡଵଡ ସଟ ଖେଳୁଛନ୍ତି|ଏସବୁ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳିବ ଭାରତୀୟ ଦଳ|ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲାବେଳେ ଦମଦାର ପ୍ରଦର୍ଶନ କରୁଛି|ଭଲ ବୋଲିଙ୍ଗ ସହ ନିଦ ହରେଇଛି ଦକ୍ଷିଣ ଆଫ୍ରିକା|ବାଂଲାଦେଶ ବିପକ୍ଷରେ ୨୦୫ ରନ କରିଥିବା ଦକ୍ଷିଣ ଆଫ୍ରିକା ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି|ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ବିଜୟ ସହ ସେମିଫାଇନାଲରେ ପହଞ୍ଚି ବାକୁ ଲକ୍ଷ୍ୟ ରଖିଥିବା ଭାରତ ଦଳ ପାଇଁ ଏତେ ସହଜ ହେବ ନାହିଁ|ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତ ଜିତୁବୋଲି ପାକିସ୍ତାନ କ୍ରିକେଟ ପ୍ରେମୀ ଚାହୁଁଛନ୍ତି|

Leave A Reply

Your email address will not be published.