ଗଧୋଇଲା ବେଳେ ନାକ ଦେଇ ପଶୁଛି ବ୍ରେନ୍ ଇଟିଂ ଏମିବା ଏଵଂ ବ୍ରେନ୍ ସେଲ୍ ଗୁଡ଼ିକୁ ନଷ୍ଟ କରିଦେଉଛି,ଯାହା ଫଳ ରେ ୧୦ ଦିନ ମଧ୍ୟ ରେ ମଣିଷ ର ମୃତ୍ୟୁ ହେଉଛି

0

Get real time updates directly on you device, subscribe now.

ବିଭିନ୍ନ ରକମର ଜୀବମାନଙ୍କୁ ନେଇ ପୃଥିବୀ ଗଠିତ। କିଛି ଜୀବ ମଣିଷ ର ବନ୍ଧୁ ଅଟନ୍ତି ତ କିଛି ଜୀବ ମଣିଷ ପ୍ରତି ବିପଦ ସୃଷ୍ଟି କରନ୍ତି। ଏ ଦୁନିଆ ରେ ମଣିଷ ର ଅଗୋଚର ରେ ଏମିତି କିଛି ଜୀବ ଅଛନ୍ତି ଯେଉଁ ମାନଙ୍କ ପାଇଁ ମଣିଷ ର ଜୀବନ ମଧ୍ୟ ଚାଲିଯାଉଛି।ଏପରି କିଛି ଜୀବ ଅଛନ୍ତି ଯେଉଁମାନେ ଆମର ସାଧାରଣ ଆଖିକୁ ଦେଖାଯାଆନ୍ତି ନାହିଁ, କିନ୍ତୁ ସେମାନେ ମଣିଷ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଥାନ୍ତି ।

ତେବେ ଏପରି ଏକ ମାରାତ୍ମକ ଜୀବ ଏମିବା, ଯାହାକି ମଣିଷର ବ୍ରେନକୁ ଖାଇ ନଷ୍ଟ କରିଦେଉଛି । ଏହି ବ୍ରେନ୍ ଇଟିଂ ଏମିବା ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇଛି।ସୂଚନା ଅନୁଯାୟୀ, ଆମେରିକାର ନେବ୍ରାସ୍କା ର ଏକ ବାଳକ ନଦୀରେ ଗାଧୋଇ ଘରକୁ ଫେରିଥିଲା । ଏହାର କିଛିଦିନ ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ପାଖାପାଖି ୧୦ ଦିନ ପରେ ଉକ୍ତ ବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ମୁତାବକ, ଗାଧୋଇବା ସମୟରେ ଉକ୍ତ ବାଳକଟି ବ୍ରେନ୍ ଇଟିଂ ଏମିବା ଦ୍ୱାରା ସଂକ୍ରମିତ ହୋଇଥିଲା, ଫଳରେ ତା’ର ମୃତ୍ୟୁ ଘଟିଥିଲା ।

୧୮ ବର୍ଷୀୟ ଉକ୍ତ ବାଳକର ବ୍ରେନ୍ ରେ ଏମିବିକ୍ ମେନିଙ୍ଗୋଏନ୍ସେଫଲାଇଟିସ ପଶିଯାଇ ସଂକ୍ରମିତ କରିଥିଲା ।ସିଡିସି ର କହିବା ମୁତାବକ, ଯେ କୌଣସି ନଦୀ, ନାଳ, ଓଦା ମାଟି ଓ ସରକାରୀ ଭାବେ ଯୋଗାଣ ଜଳ ମାଧ୍ୟମରେ ଏମିବା ରହିଥାନ୍ତି । ଏହା ଗାଧୋଇବା ସମୟରେ ମଣିଷର ନାକରେ ପଶିଯାଇ ବ୍ରେନ୍ କୁ ଚାଲିଯାଇଥାଏ । ଏହାର ଆକାର ବହୁତ ଛୋଟ ହୋଇଥିବାରୁ ଏହାକୁ ମାଇକ୍ରୋସ୍କୋପ୍ ବିନା ଦେଖିବା ଅସମ୍ଭବ ।

ଏହାର ବ୍ୟାସ ହେଉଛି ୦.୨-୦.୫ ମିମି ମଧ୍ୟରେ।ଏହା ବ୍ରେନ୍ ରେ ପହଞ୍ଚିବା ପରେ ଧିରେ ଧିରେ ବ୍ରେନ୍ ର ସେଲ୍ ଗୁଡ଼ିକୁ ଖାଇଦେଇଥାଏ । ଚିକିତ୍ସା ସମୟରେ ଡାକ୍ତର ଏହାକୁ ଚିହ୍ନଟ କରିପାରିନଥାନ୍ତି ।ଏମିବା ସଂକ୍ରମଣ ର କୌଣସି ଚିକିତ୍ସା ନାହିଁ । କେବଳ ଲକ୍ଷଣ ଆଧାରରେ ରୋଗୀର ଚିକିତ୍ସା କରାଯାଇଥାଏ । ମାତ୍ର ବ୍ରେନ୍ ସେଲସ୍ ନଷ୍ଟ ହେବା କାରଣରୁ ରୋଗୀର ମୃତ୍ୟୁ ଘଟିଥାଏ । ତେଣୁ ନାକରେ ଯେପରି ପାଣି ନ ପଶିବ, ଥଣ୍ଡା ପାଣି ବ୍ୟବହାର ନ କରିବା, ପୋଖରୀ ପାଣିରେ କୀଟନାଶକ ପଡ଼ିଛି ନା ନାହିଁ ସେ ପ୍ରତି ଦୃଷ୍ଟି ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.