ଜଜଙ୍କୁ ସବୁ କହିବାପରେ ଅର୍ଚ୍ଚନା ପୁଣି କାନ୍ଦି କାନ୍ଦି ସେହି ଝାରପଡ଼ା ଜେଲକୁ ଫେରିଲେ

0

Get real time updates directly on you device, subscribe now.

କାନ୍ଦି କାନ୍ଦି ଆଖିରେ ଲୁହ ଧରି ଅର୍ଚ୍ଚନା ନାଗ ପୁଣି ଜେଲକୁ ଫେରିଲେ । ଜଜଙ୍କ ଆଗରେ ଅର୍ଚ୍ଚନା ଗୋଟି ଗୋଟି କରି ସବୁ କହିଲେ ଆଉ ଜଜ୍ ମଧ୍ୟ ସବୁ ଶୁଣିଲେ । କିନ୍ତୁ ଏବେ କାନ୍ଦି କାନ୍ଦି ଅର୍ଚ୍ଚନା ପୁଣି ଝାରପଡ଼ା ଜେଲକୁ ଫେରିଛନ୍ତି । ଜେଲରେ ବସି ଅନୁତାପ କରି କାନ୍ଦୁଛନ୍ତି । ଯେମିତି ହାତରୁ ସବୁକିଛି ଖସିଯାଉଛି । ତାଙ୍କ କଥାକୁ ଯେତିକି କେହି ବିଶ୍ବାସ କରୁନାହାଁନ୍ତି, ସମସ୍ତେ ପ୍ରମାଣକୁ ବିଶ୍ୱାସ କରିଛନ୍ତି । ଯାହା ସବୁ ଅର୍ଚ୍ଚନାଙ୍କ ନାଁରେ ପ୍ରମାଣ ରହିଛି, ତାକୁ ନେଇ ଏବେ ତଦନ୍ତ ଚାଲିଛି ।

ସେପଟେ ଗତକାଲି କୋର୍ଟଙ୍କ ଶେଷ ରାୟ ସଂରକ୍ଷିତ ରହିଛି । ଆଜ୍ଞା ହଁ, ଗତକାଲି ଅର୍ଚ୍ଚନା କୋର୍ଟରେ ପହଞ୍ଚିଥିଲେ । ଝାରପଡା ଜେଲରେ ସିଧା ବାହାରି ଅର୍ଚ୍ଚନା କୋର୍ଟକୁ ଯାଇଥିଲେ । ମନରେ ପୁରା ଦୃଢ଼ ବିଶ୍ବାସ ଥିଲା । ଆଉ ସେ ବାରମ୍ବାର ଗଣମାଧ୍ୟମକୁ କହୁଥିଲେ ଯେ ମିଛ ଖବର ପ୍ରସାରଣ କରନାହିଁ । ତେବେ ଯାହା ବି କିଛି ପ୍ରମାଣ ମିଳିଥିଲା, ସେହି ଆଧାରରେ ବହୁତ୍ ଖବର ପ୍ରସାରଣ ହୋଇଥିଲା ।

ଏଭଳିକି ଅଭିଯୋଗ ମଧ୍ୟ ହୋଇଥିଲା ଯେ ଅର୍ଚ୍ଚନା କିଭଳି ନିଜ ରୁମରେ ସିସିଟିଭି ଖଞ୍ଜିଥିଲେ ଆଉ ଶାରୀରିକ ସମ୍ପର୍କର ଗୋଟି ଗୋଟି ଦୃଶ୍ୟକୁ କଏଦ କରୁଥିଲେ । ସେ ଦୃଶ୍ୟକୁ ନେଇ ଭାଇରାଲ କରିବାର ଧମକ ଦେଇ ଟଙ୍କା ଆଦାୟ କରୁଥିଲେ । ଏସବୁ କଥା ଅଭିଯୋଗ କରାଯାଇଥିଲା, ଆଉ ସତ ସବୁ ସାମ୍ନାକୁ ଆସିଥିଲା । ବହୁଚର୍ଚ୍ଚିତ ହନିଟ୍ରାପ ଓ ବ୍ଲାକ ମେଲିଙ୍ଗ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗ ବୁଧବାର ଦିନ କୋର୍ଟରେ ହାଜର ହୋଇଥିଲେ । ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା ।

ଖଣ୍ଡଗିରି ଥାନା ମାମଲା ସହ ନୟାପଲ୍ଲୀ ଥାନାରେ ହୋଇଥିବା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଙ୍ଗ ମାମଲାରେ ତାଙ୍କୁ ହାଜର କରାଯାଇଥିଲା । ଏହି ଦୁଇଟି ମାମଲାରେ ଅର୍ଚ୍ଚନାଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ । କୋର୍ଟ ଜାମିନ ଆବେଦନକୁ ଗ୍ରହଣ କରି ଏହାର ଶୁଣାଣି କରିଥିଲେ । କିନ୍ତୁ ରାୟ ସଂରକ୍ଷିତ ରହିଛି, କିନ୍ତୁ ଅର୍ଚ୍ଚନାଙ୍କୁ ପୁଣି ସେହି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ସେ ସେହି ସମୟରେ କୁଆଡେ କାନ୍ଦି କାନ୍ଦି ଜେଲକୁ ଯାଉଥିବା ଶୁଣିବାକୁ ମିଳିଛି ।

Leave A Reply

Your email address will not be published.