ଏବେ ଦରକାର୍ ନାହିଁ, ପାଖରେ ରଖିଥାଅ ଦରକାର ପଡିଲେ ନେଇକି ଆସିବ

0

Get real time updates directly on you device, subscribe now.

ଅର୍ଚ୍ଚନା ଏତେ ଗୁଡିଏ ଟଙ୍କାର କେମିତି ମାଲିକାଣୀ ହେଲେ ? ଏତେ ଟଙ୍କା ଅର୍ଚ୍ଚନା କୋଉଠୁ ଆଣିଲେ ? ଦେହ ଦଲାଲ, ବ୍ଲାକ ମେଲିଙ୍ଗ, ଖଣି ଖାଦାନ ଓ ତା ସହ ବଡ ବଡ ଲୋକଙ୍କ ସହ ସମ୍ପର୍କ ତାଙ୍କୁ ରାତାରାତି କୋଟିପତି କରି ଦେଇଥିଲା । ସେଥିପାଇଁ ସେ ଏହି ଟଙ୍କାରେ ଶଙ୍ଖ ମଲମଲ ରାଜଉଆସ ଗଢ଼ି ଦେଇଥିଲେ । ଆଉ ଏବେ ଶୁଣିବାକୁ ମିଳୁଛି ଯେ ସୁନ୍ଦରୀ ଅର୍ଚ୍ଚନା କୁଆଡେ ନେତାମାନଙ୍କୁ ନିର୍ବାଚନ ବେଳେ ଟଙ୍କା ଦେଉଥିଲେ ।

ତେବେ ସେହି ନେତା କିଏ ? ଯାହାକୁ ସୁନ୍ଦରୀ ଅର୍ଚ୍ଚନା ନିର୍ବାଚନ ସମୟରେ ଖର୍ଚ୍ଚ କରିବାକୁ ଟଙ୍କା ଯାଚୁଥିଲେ । ଆଉ ନେତା ଜଣକ ମଧ୍ୟ କହୁଛନ୍ତି, ଏବେ ଦରକାର୍ ନାହିଁ, ପାର୍ଟି ଯେତେ ଦେଇଛି ତାକୁ ଖର୍ଚ୍ଚ କରି ହେବନି, ଅନେକ ବଳିବ, ତୁମେ କିଛି ନେବ କି ? ଆଉ ହଁ ଶୁଣ, ଯଦି ତୁମ ପାଖରେ କିଛି ଅଛି ତାହେଲେ ରଖିଥାଅ ଆଗକୁ କାମରେ ଆସିବ । ଆଗକୁ ଦରକାର୍ ପଡ଼ିବ ।

ଏଠାରେ ଆମେ କହିବୁ ଯେ ପୋଲିସ ଜବତ କରିଥିବା ହାର୍ଡ ଡିସରେ ଏଭଳି କିଛି ବାର୍ତ୍ତାଳାପର ଅଡିଓ ରେକର୍ଡିଂ ରହିଛି । ଶୁଣିବାକୁ ମିଳୁଛି ଯେ ଅର୍ଚ୍ଚନା କଥାରେ ସଂପୃକ୍ତ ନେତା କୁଆଡେ ଉଠ ବସ ହେଉଥିଲେ । ଆଉ ଅର୍ଚ୍ଚନାଙ୍କୁ କୁଆଡେ ବିନା ଇନଭେଷ୍ଟରେ ବିଭିନ୍ନ ଖଣିରେ ପାର୍ଟନର କରି ଦେଇଥିଲେ ।

ଖାଲି ସେତିକି ନୁହେଁ, ସେହି ନେତାଙ୍କ ଈଶାରାରେ କୁଆଡେ ବଡ ବଡ଼ ଶିଳ୍ପାନୁଷ୍ଠାନ ଅନେକ ବ୍ୟକ୍ତିଙ୍କୁ ଚାକିରି ଦେଇଛି । ଆଉ ସୁନ୍ଦରୀ ଅର୍ଚ୍ଚନା ଯେଉଁ ଦଲାଲିରୁ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିଛି । ଯାହାର ବିସ୍ମୃତ ତାଲିକା ଏବେ ପୋଲିସ ହାତରେ ଲାଗିଛି । ପୋଲିସ ସେମାନଙ୍କୁ ଯୋଗାଯୋଗ ମଧ୍ୟ କରିଛି । ଯେହେତୁ ସେମାନେ ଚାକିରି କରିଛନ୍ତି, ସେମାନେ ପୋଲିସକୁ ତଦନ୍ତରେ ସାହାଯ୍ୟ କରୁନାହାନ୍ତି ।

କୁହାଯାଉଛି ଯେ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ଯେଉଁ ଡାଏରୀକୁ ଗତ 21 ତାରିଖ ଦିନ ପୋଲିସ ଜବତ କରିଛି, ସେହି ଡାଏରୀରୁ ହିଁ ପୋଲିସ ତଦନ୍ତ କରୁଛି । ସେଥିରୁ ପୋଲିସ ଜାଣିବାକୁ ପାଇଛି ଯେ ଜଣେ ବଡ ନେତା ନିଜ ପ୍ରେମିକାକୁ ନେଇ ମାନସିକ ଅଶାନ୍ତିରେ ରହୁଥିଲେ, ଆଉ ସେ ମାନସିକ ଅଶାନ୍ତିକୁ ଶାନ୍ତ କରିବାକୁ ଅର୍ଚ୍ଚନାକୁ ନେଇ କୁଆଡେ ରାଜ୍ୟ ବାହାରକୁ ଯାଇଥିଲେ । ଆଉ ଯେଉଁଠି ଅର୍ଚ୍ଚନା ସହ ତାଙ୍କ ସମ୍ପର୍କ କୁଆଡେ ନିବିଡ଼ ହୋଇଥିଲା । ଆଉ ତାପରେ ଟଙ୍କା ଦେବାନେବା ସବୁକିଛି ହୋଇଥିଲା । ଅର୍ଚ୍ଚନା ପଛରେ ଏହି ନେତା ଜଣକ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ । ଏ ନେତା ଜଣକ ଅର୍ଚ୍ଚନାକୁ ଏତେ ନିଜର ଭାବୁଥିଲେ ଯେ ସବୁ ଖଣି ଖାଦାନରେ ଅର୍ଚ୍ଚନାକୁ ତାଙ୍କ ବ୍ୟବସାୟର ପାର୍ଟନର କରିଦେଇଥିଲେ । ଯେଉଁଥିପାଇଁ ଅର୍ଚ୍ଚନା ପୁରା ମାଲାମାଲ ହୋଇଯାଇଥିଲା ।

Leave A Reply

Your email address will not be published.