2024 ରେ ହେବ ମହାପ୍ରଳୟ ! ମାଳିକା ବଚନ ହେବ କି ସତ !

0

Get real time updates directly on you device, subscribe now.

ବର୍ତ୍ତମାନ ବିପତ୍ତିର ପୂର୍ବ ସୂଚନା ଆସିଯାଇଛି । 2024 ରେ ମହାପ୍ରଳୟ ହେବ କି ? ସୁନାମୀ ମାଡି ଆସିବ କି, ସାତ ସାଗରର ପାଣିରେ ପୃଥିବୀ ବୁଡି ଯିବ କି ? ସାତ ମହାଦେଶକୁ ବିପଦ ମାଡି ଆସିବ କି ? ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ଆମ ଉପରେ ଖସିପଡ଼ିବେ କି ? ସାତ ରାତି ସାତ ଦିନ ଅନ୍ଧାର ହେଇଯିବ କି ? ମହାକାଶ ଆଉ ମାଟି ଏକାକାର ହୋଇଯିବ କି ? ପୃଥିବୀରୁ ମଣିଷର ଅସ୍ଥିତ୍ଵ ଲୋପ ପାଇଯିବ କି ? ଏକ ନୂଆଁ ଯୁଗର ଅୟମ ଆରମ୍ଭ ହେବ କି ?

ମହାବିପତ୍ତି ମାଡିଆସୁଛି, 2024 ରେ ମହାପ୍ରଳୟ ହୋଇପାରେ । ସତ ହେବ କି ମାଳିକା ବଚନ, ସତରେ କଣ ଦୁଷ୍ଟ ଲୋକଙ୍କ ସଂହାର କରିବାକୁ ମହାପ୍ରଭୁ କଳ୍କୀ ଅବତାର ନେବେ ? ମାଳିକାରେ ଯାହା ଲେଖା ହୋଇଛି ତାହା ଧୀରେ ଧିରେ ସତ ହେଉଛି । ପୃଥିବୀର ଭାରତ ମାନଚିତ୍ରରୁ ଓଡ଼ିଶା ଲିଭି ଯିବ କି ? କାରଣ ଓଡ଼ିଶାର ଭୌଗଳିକ ଅବସ୍ଥା ଏମିତି ଯେ ବିଶ୍ୱକୁ ବିପତ୍ତି ଆସିଲେ ମଧ୍ୟ ଓଡ଼ିଶାକୁ ପ୍ରଥମେ ସୂଚନା ମିଳିଥାଏ । ତେବେ ବର୍ତ୍ତମାନ ଆଉ ଗୋଟିଏ ବିପତ୍ତି ମାଡ଼ି ଆସୁଛି, ଯାହା କୋଣାର୍କ ମନ୍ଦିରର ମୁଖଦ୍ବାର ସହ ସଂଯୋଗ ରହିଛି ।

ଓଡ଼ିଶାର ବିଶ୍ଵବିଖ୍ୟାତ କୋଣାର୍କ ମନ୍ଦିର କଳିଙ୍ଗ ସାଗର କୂଳରେ ଅବସ୍ଥିତ । ଆଉ କୋଣାର୍କ ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ୱାର ଖୋଲିବାକୁ ନେଇ ତର୍କ ବିତର୍କ ଜାରି ରହିଥିବା ବେଳେ କଣ ଏହା 2024 ମସିହାରେ ଖୋଲିବାକୁ ଯାଉଛି କି ? ସତରେ କଣ କୋଣାର୍କ ମନ୍ଦିରର ମୁଖଦ୍ଵାର ଖୋଲିଲେ ମହାପ୍ରଳୟ ମାଡିଆସିବ ? ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ରହସ୍ୟ ।

ଚନ୍ଦ୍ରଭାଗା ନଦୀକୂଳରେ ଅବସ୍ଥିତ ଏହି ମନ୍ଦିର ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଛି । କୋଣାର୍କ ମନ୍ଦିରରେ ନିର୍ମାଣ ଶୈଳୀ ଏକ ରଥ ସଦୃଶ । ଏହି ରଥ ସଦୃଶ ମନ୍ଦିରରେ ସୂର୍ଯ୍ୟ ଦେବତା ପୂଜା ପାଇଥାନ୍ତି । କୁହାଯାଏ ଯେ ସୂର୍ଯ୍ୟଦୋୟ ସମୟରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ଏହି ମନ୍ଦିର ଉପରେ ପଡ଼ିଥାଏ । ଏହି ମନ୍ଦିର ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗ ହେଉଛି ନାଟ ମନ୍ଦିର, ଯେଉଁଠାରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡ଼ିଥାଏ । ଏହି ନାଟ ମନ୍ଦିରର କଳାକୃତି ଏବଂ ନିର୍ମାଣ ଶୈଳୀ ଅତି ନିଖୁଣ ଭାବରେ ତିଆରି ହୋଇଛି । ଏଠାରେ ସନ୍ଧ୍ୟା ସମୟରେ ସୁଭୁଥିବା ନୁପୁର ଧ୍ବନିର ରହସ୍ୟ ଆଜି ବି ସମସ୍ତଙ୍କ ପାଇଁ ଅଜଣା ହୋଇରହିଛି ।

ଲୋକକଥା ଅନୁସାରେ ସନ୍ଧ୍ୟା ହେବା ମାତ୍ରେ କୋଣାର୍କ ମନ୍ଦିର ଭିତରୁ ନର୍ତ୍ତକୀ ମାନଙ୍କର ନୁପୁର ନୃତ୍ୟ ଶୁଭୁଥାଏ । ଏହି ମନ୍ଦିର ନିର୍ମାଣ କରୁଥିବା ସମୟରେ ନର୍ତ୍ତକୀମାନଙ୍କ ଦ୍ଵାରା ନୃତ୍ୟ କରାଯାଇଥିଲା । ସେହି ନର୍ତ୍ତକୀମାନଙ୍କ ନୃତ୍ୟ ନର୍ତ୍ତକୀମାନଙ୍କର ମୂର୍ତ୍ତି ନିର୍ମାଣ କରାଯାଇଛି । ବିଶ୍ୱାସ କରାଯାଉଛି ଯେ ଏବେ ମଧ୍ୟ ନର୍ତ୍ତକୀମାନଙ୍କର ଅତୃପ୍ତ ଆତ୍ମା ସେ ମନ୍ଦିର ଚାରିପଟେ ଘୁରି ବୁଲୁଛି ।

ମନ୍ଦିରର ପ୍ରତି ପଥର ତଳେ ଲୁହା ରଖାଯାଇଛି । ମନ୍ଦିର ଉପରେ ଏକ ବାଇସ ମେଟ୍ରିକ୍ ଟନ ଓଜନର ଏକ ଚୁମ୍ବକ ରଖାଯାଇଛି, ଯାହା ମୂର୍ତ୍ତିକୁ ଝୁଲାଇ ରଖୁଥିଲା । କୁହାଯାଏ ଯେ କଳାପାହାଡ଼ ଆକ୍ରମଣ ସମୟରେ ଏହି ଚୁମ୍ବକକୁ ଖସାଇ ଦିଆଯାଇଛି । ଯାହାଫଳରେ ମନ୍ଦିର ମଧ୍ୟରେ ସନ୍ତୁଳନ ରହିପାରୁ ନଥିଲା ଏବଂ ମନ୍ଦିରଟି ଭାଙ୍ଗି ଯାଇଥିଲା । ପରେ ସେହି ଚୁମ୍ବକକୁ ମନ୍ଦିର ଉପରେ ରଖାଯାଇଥିଲା । କିନ୍ତୁ ସେହି ଚୁମ୍ବକ ସମୁଦ୍ରରେ ଯାଉଥିବା ଜାହାଜକୁ କୁଆଡେ ଗାଏବ କରିଦେଉଥିଲା । ଚୁମ୍ବକଟି ଭାଙ୍ଗି ଯିବାପରେ ସୂର୍ଯ୍ୟ ମୂର୍ତ୍ତି ଶୁନ୍ୟରୁ ଖସିପଡିଲା । ଆକ୍ରମଣରୁ ରକ୍ଷା ପାଇବାପାଇଁ ଏହି ମୂର୍ତ୍ତିକୁ ପୁରୀ ମନ୍ଦିରରେ ଲୁଚାଇ ରଖାଯାଇଥିଲା । ମନ୍ଦିରରେ ମୂର୍ତ୍ତି ନ ରହିବା କାରଣରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଯିବାଆସିବା ବନ୍ଦ୍ ହୋଇଯାଇଥିଲା । ମନ୍ଦିରକୁ କେହି ନ ଯିବାରୁ ମନ୍ଦିରରେ ଗଛଲତା, ବାଲି ଭର୍ତ୍ତି ହୋଇଯାଇଥିଲା । ସଂପୂର୍ଣ୍ଣ ମନ୍ଦିର ପୁରା ନିର୍ଜନ ହୋଇଯାଇଥିଲା ।

ମନ୍ଦିରଟି ଦୀର୍ଘ ଦିନପରେ ଭଗ୍ନ ଅବସ୍ଥାରେ ମିଳିଥିଲା, ଫଳରେ 1901 ମସିହାରେ ମନ୍ଦିରର ସୁରକ୍ଷା ପାଇଁ ସେହି ସମୟର ଗଭର୍ଣ୍ଣର ଜଗମୋହନ ମନ୍ଦିର ଚାରିପାଖେ କାନ୍ଥ ଦେଇ ବାଲି ଭର୍ତ୍ତି କରିଦେଇଥିଲେ । ସେହି ଦିନଠାରୁ ମନ୍ଦିରର ମୁଖଦ୍ୱାର ବାଲିରେ ବନ୍ଦ୍ ରହିଛି । ଦୀର୍ଘ ବର୍ଷ ହୋଇଯାଇଥିଲେ ମଧ୍ୟ ସେହି ବାଲିକୁ ଏଯାଏଁ ବାହାର କରାଯାଇନାହିଁ । ତେବେ ବର୍ତ୍ତମାନ ମୁଖଦ୍ୱାରରୁ ବାଲି ଖୋଲିବାକୁ ନେଇ ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଥିବା ବେଳେ ମୁଖଦ୍ୱାର ଖୋଲିଲେ ବହୁତ୍ ବଡ ପ୍ରଳୟ ଆସିପାରେ ବୋଲି କୁହାଯାଉଛି । ଏକଥା ଯେ କେତେ ଦୂର ସତ, ତାହା ମୁଖଦ୍ୱାର ଖୋଲାଯିବା ପରେ ଜଣାପଡ଼ିବ ।

Leave A Reply

Your email address will not be published.