ସାଇକେଲରେ ଅଜବ ଷ୍ଟାଇଲରେ ପିଲାକୁ ନେଇଯାଉଥିବା ମା ଜିତିଲେ ସମସ୍ତଙ୍କ ହୃଦୟ, ଲୋକମାନେ କହିଲେ – ମା ଠାରୁ କେହି ବଡ ନାହିଁ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଜଣେ ମା ନିଜ ପିଲାକୁ ବହୁତ୍ ଭଲପାଏ । ତାର ଖୁସି ଏବଂ ସୁରକ୍ଷା ପାଇଁ ସେ କିଛି ବି କରିପାରେ । ହୁଏତ ସେ ଯେତେ ବି ଅସୁବିଧାରେ ଜୀବନ ବିତାଉ, କିନ୍ତୁ ନିଜ ପିଲାର ଖୁସି ବିଷୟରେ ସମ୍ପୂର୍ଣ୍ଣ ଧ୍ୟାନ ରଖିଥାଏ । ତାର କୌଣସି ଅସୁବିଧା ହେବାକୁ ଦିଏନାହିଁ । ଏହାର ତାଜା ଉଦାହରଣ ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ରୂପରେ ଭାଇରାଲ ହେଉଛି ।

ସାଇକେଲରେ ପିଲାକୁ ନେଇଯାଉଥିବା ମା ଜିତିଲେ ସମସ୍ତଙ୍କ ହୃଦୟ :-

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଜଣେ ଗରିବ ମା ଖୁବ୍ ଭାଇରାଲ ହେଉଛି । ଏହି ମା ସାଇକେଲରେ ନିଜ ପିଲାକୁ ବସାଇ କୌଣସି ଏକ ସ୍ଥାନକୁ ଯାଉଛି । କିନ୍ତୁ ସେ ଯେପରି ଭାବେ ନିଜ ପିଲାକୁ ସାଇକେଲ ପଛରେ ବସାଇଛି, ତାହା ସମସ୍ତଙ୍କ ହୃଦୟ ଜିତୁଛି । ଛୋଟ ପିଲା ବହୁତ୍ ଚଞ୍ଚଳ ହୋଇଥାନ୍ତି । ତେଣୁ ଯଦି ସେମାନଙ୍କୁ ସାଇକେଲ ପଛରେ ବସାଯାଏ, ତେବେ ସେମାନେ ତଳେ ମଧ୍ୟ ପଡ଼ି ଯାଇପାରନ୍ତି ।

ବର୍ତ୍ତମାନ ଜଣେ ଗରିବ ମା ପାଖରେ ଅଟୋ କିମ୍ବା କାର ପାଇଁ ପଇସା ନଥାଏ । ତା ପାଖରେ କୌଣସି ସ୍କୁଟି ମଧ୍ୟ ନାହିଁ । ସେ କେବଳ ଗୋଟିଏ ସାଇକେଲ ହିଁ କିଣିପାରିବ । ତାହା ପୁଣି ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ମଧ୍ୟ ହୋଇପାରେ । ତାପରେ ତାକୁ ସାଇକେଲ ଦ୍ଵାରା ହିଁ ନିଜ ପିଲାକୁ ପ୍ରତିଦିନ ନେବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ ସେ ପିଲାର ସୁରକ୍ଷାକୁ ଦୃଷ୍ଟିରେ ରଖି ସାଇକେଲ ପଛରେ ଗୋଟିଏ ଚଉକି ବାନ୍ଧି ଦିଏ । ବର୍ତ୍ତମାନ ଏହି ଚଉକି ଉପରେ ତାର ଛୋଟ ଛୁଆଟି ବହୁତ୍ ଆରାମରେ ଏବଂ ସୁରକ୍ଷିତ ଭାବେ ବସିଯାଏ ।

ଲୋକମାନେ କହିଲେ – ମା ପରି କେହି ହେବେନି :-

ମା ଓ ପୁଅର ଏହି ଭିଡିଓ ଲୋକଙ୍କୁ ବହୁତ୍ ଭଲ ଲାଗୁଛି । ଏହି ଭିଡିଓକୁ @ysathishreddy ନାମକ ଟୁଇଟର ୟୁଜର ସେୟାର କରିଛନ୍ତି । ଭିଡିଓ ସହ ସେ କ୍ୟାପସନରେ ଲେଖିଛନ୍ତି ” ଜଣେ ମା ନିଜ ପିଲାର ସୁରକ୍ଷା ପାଇଁ କିଛି ବି କରିପାରେ ।” ଏହି ଭିଡ଼ିଓକୁ ଦେଖି ଅନ୍ୟ ଲୋକମାନେ ମଧ୍ୟ ନିଜ ରିଆକ୍ସନ ଦେଇଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ” ମା ପରି କେହି ନୁହଁନ୍ତି ।” ଅନ୍ୟ ଜଣେ କହିଛନ୍ତି “ମା ସବୁଠୁ ସୁନ୍ଦର୍ ହୋଇଥାଏ । ସେ ନଥିଲେ ପିଲାର ଭବିଷ୍ୟତ ଅନ୍ଧାର ହୋଇଯାଏ ।”

ଏଠାରେ ଦେଖନ୍ତୁ ମା ଓ ପୁଅର ସୁନ୍ଦର୍ ଭିଡିଓ :-

Leave A Reply

Your email address will not be published.