ଶରୀରର ଏହି ୩ଟି ସ୍ଥାନରେ ଦରଜ ହେଲେ ଜାଣିବେ ଆପଣଙ୍କର ହାଇ କୋଲେଷ୍ଟ୍ରାଲ୍‌ ଅଛି,ତେବେ ଜାଣନ୍ତୁ ଏହା ସଂକେତ ଓ ଏଥିରୁ ମୁକ୍ତି ପାଇବାର ଉପାୟ ।

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ରକ୍ତରେ କୋଲେଷ୍ଟରାଲ ମାତ୍ରା ଅଧିକ ହେଲେ ଏହା ହାର୍ଟ ଆଟାକ ଭଳି ବିପଦ ସୃଷ୍ଟି କରିଥାଏ । ହାଇ କୋଲେଷ୍ଟରାଲ ଶରୀରରେ କୌଣସି ସଂକେତ ଦେଇ ନଥାଏ, ଏଥିପାଇଁ ଏହାକୁ ସାଇଲେଣ୍ଟ କିଲର କୁହାଯାଏ । ଆଜିକାଲି ଲକ୍ଷ ଲକ୍ଷ ଲୋକ ହାଇକୋଲେଷ୍ଟରାଲ ସମସ୍ୟାର ସାମନା କରୁଛନ୍ତି ।କୋଲେଷ୍ଟରାଲ ଦୁଇ ପ୍ରକାର ହୋଇଥାଏ । ଗୋଟିଏ ଭଲ ବା ଗୁଡ କୋଲେଷ୍ଟରାଲ ଓ ଅନ୍ୟଟି ବ୍ୟାଡ ବା ଖରାପ କୋଲେଷ୍ଟରାଲ । ଗୁଡ କୋଲେଷ୍ଟରାଲକୁ ହାଇ ଡେନସିଟି ଲିପୋପ୍ରୋଟିନ (ଏଚଡିଏଲ) ଓ ବ୍ୟାଡ କୋଲେଷ୍ଟରାଲକୁ ଲୋ ଡେନସିଟି ଲିପୋପ୍ରୋଟିନ (ଏଲଡିଏଲ) କୁହାଯାଇଥାଏ ।

ଏହାକୁ ବହୁତ ମାରାତ୍ମକ ମନା ଯାଇଥାଏ । ଯେଉଁଥିପାଇଁ ବ୍ଲଡ ଫ୍ଲୋ କମ ହୋଇ ହାର୍ଟ ଆଟାକ ବିପଦ ସୃଷ୍ଟି କରିଥାଏ । ତେବେ ଆମେ ଏଥିପାଇଁ ଜୀବନ ସାରା ମେଡିସିନ ଉପରେ ନିର୍ଭର ନକରିବା ପାଇଁ ବ୍ୟାଡ କୋଲେଷ୍ଟରାଲ ଠାରୁ ଦୂରେଇ ରହିବା ଉଚିତ୍ । ଆଉ ସେଥିପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ ଏବଂ ପ୍ରତ୍ୟେକ ଦିନ ଯୋଗ ବ୍ୟାୟାମ କରିବା ଦରକାର ଆଉ ତାସହିତ ନିଶାଦ୍ରବ୍ୟ ସେବନ ଠାରୁ ମଧ୍ୟ ଦୂରେଇଯିବା ଉଚିତ୍ । ଏପରି ଉପାୟ ଦ୍ୱାରା କୋଲେଷ୍ଟରାଲ ହେବାର ସମ୍ଭାବନା କମିଯାଏ ।

ତେବେ କୋଲେଷ୍ଟରାଲ କଣ, ରକ୍ତରେ ଏହାର ପରିମାଣ ସର୍ବଦା କେତେ ରହିବା ଦରକାର ଏବଂ ଶରୀରରେ କେଉଁ କେଉଁ ସ୍ଥାନରେ ଦରଜ ହେଲେ ଏହା କୋଲେଷ୍ଟରାଲ ହୋଇ ଯାଇଥିବାର ସଂକେତ ଦେଇଥାଏ ଆସନ୍ତୁ ସେ ବିଷୟରେ ଅଧିକ କିଛି ଜାଣିବା । ତେବେ ବନ୍ଧୁଗଣ ଡାକ୍ତରୀ ପାଠ ଆନୁସରେ ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କ ଠାରେ ସାଧାରତଃ ୨୦୦ ମିଲିଗ୍ରାମ/ଡିଏଲ୍‌ ପର୍ଯ୍ୟନ୍ତ କୋଲେଷ୍ଟ୍ରାଲ ହେବା ଦରକାର । କିନ୍ତୁ ଯେବେ ତା ଠାରୁ ଅଧିକ ହୋଇ ଏହା ୨୪୦ ଧରିଯାଏ ତେବେ ଆପଣ ଜାଣି ଯିବେ କି ଆପଣଙ୍କୁ କୋଲେଷ୍ଟ୍ରାଲ ଅଛି ଆଉ ଆଗକୁ ଏହା ଆପଣଙ୍କ ଜୀବନ ପ୍ରତି ଘାତକ ହୋଇପାରେ ।

ସେଥିପାଇଁ ପ୍ରଥମରୁ ହିଁ ସତର୍କ ହୋଇଯିବାକୁ ହେବ । ଯାହା ଫଳରେ ଠିକ୍ ସମୟରେ ଡାକ୍ତର ଦେଖାଇ ମେଡ଼ିସିନ୍ ଖାଇଲେ ଏହା କଣ୍ଟ୍ରୋଲ ହୋଇପାରିବ ।ତେବେ ଏହାର ସାଧାରଣ ଲକ୍ଷଣ ହେଉଛି ଯଦି ଆପଣଙ୍କ ଗୋଡ଼, ଅଣ୍ଟା କିମ୍ବା ଜଂଘ ସ୍ଥାନରେ ବହୁତ ଜୋର ଦରଜ ହେଉଛି ତେବେ ଏହା ହାଇ କୋଲେଷ୍ଟ୍ରାଲର ସଂକେତ କାରଣ ପେରିଫେରାଲ ଆର୍ଟେରୀ ରୋଗ ହେଲେ ଶରୀରରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ ଆଉ କୋଲେଷ୍ଟ୍ରଲର ମାତ୍ରା ଶରୀରରେ ବଢ଼ିଥାଏ ।

Leave A Reply

Your email address will not be published.