ଏହି ସବୁ ଖାଦ୍ୟ ଖାଇଲେ ଶରୀରକୁ ମିଳିବ ଭିଟାମିନ ବି 12।

0

Get real time updates directly on you device, subscribe now.

ଲୋକମାନଙ୍କର ନିଜର ଜୀବନଶୈଳୀ ତଥା ଖାଇବା ପିଇବାକୁ ନେଇ ନିଜ ନିଜର ଅଲଗା ରୂଚି ରହିଥାଏ। ଲୋକମାନେ ଅଲଗା ଅଲଗା ପ୍ରକାରର ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି, ଏହି ଯେଉଁ ପରି କିଛି ଲୋକ ଆମିଷ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଆମିଷ ଖାଇବାକୁ ପସନ୍ଦ କରନ୍ତିନି କିଛି ଲୋକ ସେମାନଙ୍କର କିଛି କାରଣ ଯୋଗୁଁ ମଧ୍ୟ ଆମିଷ ଛାଡିବାକୁ ବାଧ୍ୟ ହୋଇ ଥାଆନ୍ତି।

ହେଲେ ଖାଲି ନିରାମିଷ ଖାଦ୍ୟ ଯେ ଆମ ଶରୀରକୁ ସବୁ ପ୍ରକାରର ଭିଟାମିନ ଦେଇଦେବ ତାହା ନୁହେଁ, କାରଣ ଆମିଷ ଖାଦ୍ୟ ମଧ୍ୟ ଆମ ଶରୀରକୁ ଅନେକ ପ୍ରକାରର ଭିଟାମିନ୍ ଦେଇଥାଏ। ଯେଉଁମାନେ ଆମିଷ ଖାଇଥାଆନ୍ତି ସେମାନଙ୍କୁ ତ ଭିଟାମିନ ବି ୧୨ ମିଳିଯାଏ କିନ୍ତୁ ଯେଉଁମାନେ ଆମିଷ ଖାଇ ନଥାନ୍ତି ସେମାନଙ୍କୁ ଭିଟାମିନ ବି ୧୨ ମିଳି ପାରି ନଥାଏ, ଆଉ ସେମାନଙ୍କ ଶରୀରରେ ଭିଟାମିନ୍ ର ଅଭାବ ଦେଖାଦିଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ନିରାମିଶାଷୀ ଲୋକ ମାନେ ନିୟମିତ ଖାଇବା ଦ୍ୱାରା ତାଙ୍କ ଶରୀରକୁ ଭିଟାମିନ ବି ୧୨ ମିଳି ପାରିବ।

ଶରୀରରେ ଭିଟାମିନ ବି ୧୨ ର ଅଭାବ ହେଲେ କେଉଁ ରୋଗ ଦେଖାଯାଏ :-

– ଯଦି ଆପଣ ଖୁବ ଥକି ଯାଇଛନ୍ତି ଓ ଅସୁସ୍ଥ ଅନୁଭବ କରୁଛନ୍ତି । ତେବେ ଜାଣିରଖନ୍ତୁ ଆପଣଙ୍କ ଶରୀରରେ ବି 12ର ଅଭାବ ହୋଇଛି।

– ସବୁବେଳେ ଭୋକ ଲାଗିପାରେ। ଆଉ ଏହି କାରଣରୁ ଆପଣଙ୍କ ଧ୍ୟାନ ବାରମ୍ବାର ବିଗିଡି ଯାଇପାରେ।

– ନିଦ ସମ୍ପୂର୍ଣ୍ଣ ନ ହେବା କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଅଧିକ ଚଲାଚଲି କଲେ ବି ହାଲିଆ ଲାଗିପାରେ।

– ପାଚନରେ ବି ସମସ୍ୟା ଦେଖାଦେଇପାରେ।

– ଆପଣଙ୍କ ତ୍ୱଚା ହଳଦିଆ ପଡିଯାଇପାରେ।

ଜାଣନ୍ତୁ କଣ ଖାଇଲେ ଶରୀରକୁ ଭିଟାମିନ ବି ୧୨ ମିଳିଥାଏ :-

– ଆୟୁର୍ବେଦ ଅନୁସାରେ କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବେ ଧରାଯାଏ । ଏଥିରେ ମଧ୍ୟ ପୋଷକ ତତ୍ତ୍ୱ ଭରି ରହିଛି । ଆପଣ ପନିର, ଦହି, ଘୋଳଦହି ଆଦି ଖାଇଲେ ମଧ୍ୟ ଆପଣଙ୍କୁ ଭିଟାମିନ ବି 12 ମିଳିପାରିବ ।

-ଟେଂପେଡ଼ ଖୁବ ସ୍ୱାଦିଷ୍ଟ ହେବା ସହ ଏଥିରେ ଭରପୁର ପୋଷକ ତତ୍ତ୍ୱ ମିଳିଥାଏ । ଏହା କିଛି ପରିମାଣରେ ଟୋଫୁ ପରି ହୋଇଥାଏ । ଏଥିରେ କ୍ୟାଲସିୟମ, ଭିଟାମିନ, ମିନେରାଲସ, ଜିଙ୍କ ପରି ପୋଷକ ତତ୍ତ୍ୱ ବି ଭରପୁର ଥାଏ । ଆପଣ ଏହାକୁ ସୁପ ଆକାରରେ ପିଇପାରିବେ।

– ଆପଣ ଫୋର୍ଟଇଫାଏଡ ଫୁଡକୁ ନିଜ ଡାଏଟରେ ସାମିଲ କରିପାରିବେ । ଏଥିରେ ବି ଭିଟାମିନ ବି 12 ମିଳିଥାଏ । ଆପଣ ଦଲୀୟା, ଭାତ ପରି ଖାଦ୍ୟ ଖାଇ ନିଜ ଶରୀରର ଭିଟାମିନ 12 ଅଭାବକୁ ପୁରା କରିପାରିବେ । ଆପଣଙ୍କୁ କହିରଖୁଛୁକି ଭାରତ ସରକାର ୨୦୨୪ ଯାଏଁ ମଧ୍ୟାହ୍ନ ଭୋଜନରେ ଦିଯାଉଥିବା ଶସ୍ୟକୁ ଫୋର୍ଟଇଫାଏଡ କରି ବାଣ୍ଟିବା ନେଇ ଲକ୍ଷ ରଖିଛନ୍ତି । ଆପଣଙ୍କୁ ବଜାରରେ ମଧ୍ୟ ଅନେକ ପ୍ରକାରର ଫୋର୍ଟଇଫାଏଡ ଯୁକ୍ତ ଖାଦ୍ୟ ମିଳିଯିବ।

Leave A Reply

Your email address will not be published.